No Result
View All Result
୦୬ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ଵର :-> ଭୁବନେଶ୍ଵର ର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ସାଇ ଆରାଧନା ଡ୍ୟାନ୍ସ ଆକାଡେମି ର ବାର୍ଷିକ ଉତ୍ସବ ଅବସରରେ ଏକ ଦିବସୀୟ ନୃତ୍ୟଉତ୍ସବ ନୃତ୍ୟ ମୋହିନୀ ୨୦୨୪ ଅକ୍ଟୋବର ୬ ତାରିଖରେ ଭୁବନେଶ୍ଵର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉଦଘାଟନ ଉତ୍ସବ ଅତିଥି ଭାବେ ବିଶ୍ୱ ଓଡ଼ିଶା ସମାଜ ର ଅଧ୍ୟକ୍ଷ ଶ୍ରୀ କିଶୋର ଦ୍ବିବେଦୀ, ଚାର୍ଟେଡ୍ ଆକାଉଣ୍ଟାଣ୍ଟ ଶ୍ରୀ ରମେଶ ଚନ୍ଦ୍ର ଦାସ, ଆଇ ଆଇ ସି ଏ ଟି ର ସଭାପତି ଡ ଉପେନ୍ଦ୍ର ଶର୍ମା, ବିଶିଷ୍ଟ ଶିକ୍ଷାବିତ୍ ତଥା ମହିଳା ସାମାଜିକ ଓ ଅର୍ଥନୈତିକ କାଉନସିଲର ସମ୍ପାଦିକା ନିବେଦିତା ଶତପଥୀ,
ଚନ୍ଦକା ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଶରତ କୁମାର ସୁନ୍ଦରାୟ ଆଦି ଯୋଗଦାନ କରିବା ସହ କାର୍ଯ୍ୟକ୍ରମ ର ଭୂୟସୀ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାତଃ ଅଧିବେଶନରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଶାସ୍ତ୍ରୀୟ, ଲୋକନୃତ୍ୟ ଶିଳ୍ପୀମାନେ ପରିବେଷଣ କରିଥିଲେ । ସାନ୍ଧ୍ୟ ଅଧୂବେଶନରେ ଅତିଥି ଭାବେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ମର୍ଦ୍ଦଳ ଗୁରୁ ଧନେଶ୍ଵର ସ୍ୱାଇଁ, ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରାକ୍ତନ ମୁଖ୍ୟ କାର୍ଯ୍ୟ ନିର୍ବାହୀ ତଥା ବିଶିଷ୍ଟ କଣ୍ଠଶିଳ୍ପୀ ଡ. ସଙ୍ଗୀତା ଗୋସାଇଁ, ଭୁବନେଶ୍ଵର ମହାନଗର ନିଗମର ୨୩ ନମ୍ବର ୱାର୍ଡର କାଉନସିଲର ଶ୍ରୀମତୀ କିରଣ ବାଳା ମାଝି,
ବିଶିଷ୍ଟ ସମାଜସେବୀ ନମ୍ରତା ଚୂଢ଼ା, ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ମନୋଜ ମହାନ୍ତି ଯୋଗଦେଇଥିଲେ । ଏହି ଅବସରରେ ନୃତ୍ୟ କ୍ଷେତ୍ରରେ ଜୀବନ ବ୍ୟାପୀ ସାଧନା ନିମନ୍ତେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ନୃତ୍ୟ ଗୁରୁ ଡ. ସ୍ନେହପ୍ରଭା ସାମନ୍ତରାୟ ଙ୍କୁ ନୃତ୍ୟ ମୋହିନୀ ସମ୍ମାନ ପ୍ରଦାନ କରାଯାଇଥିଲା । ସାଇ ଆରାଧନା ଡ୍ୟାନ୍ସ ଏକାଡେମୀର ନୃତ୍ୟ ଶିଳ୍ପୀ ମାନଙ୍କ ଦ୍ଵାରା ଓଡ଼ିଶୀ ନୃତ୍ୟ, ଲୋକନୃତ୍ୟ ପ୍ରଦର୍ଶନା କରାଯାଇଥିଲା ଏବଂ ବିଶ୍ଵଜିତ୍ ଦାସ, ଅଭିପ୍ପା ପତି, ଦୃଷ୍ଟି ଦିବ୍ୟାନୀ ଦେହୁରୀ, ମାହେଶ୍ଵରୀ ପ୍ରଧାନ, ମେଘାମ୍ବରୀ ପ୍ରଧାନ ଙ୍କ ଦ୍ଵାରା ଓଡ଼ିଶୀ ନୃତ୍ୟ, ନକ୍ଷତ୍ର ଗୁରୁକୁଳ ଦ୍ୱାରା ଗୋଟିପୁଅ ନୃତ୍ୟ କରାଯାଇଥିଲା । କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମ୍ପାଦିକା ଗୁରୁ ପ୍ରଜ୍ଞା ପ୍ରିୟଦର୍ଶିନୀ ପଟ୍ଟନାୟକ ପରିଚାଳନା କରିଥିଲେ ।
No Result
View All Result