ଓଡିଶା ତାଜା ନ୍ୟୁଜ୍ (୧୮ ଅଗଷ୍ଟ ମଙ୍ଗଳବାର ) ଖଣ୍ଡପଡା/କଣ୍ଟିଲୋ : – ଖଣ୍ଡପଡା ବ୍ଳକ ଖଣ୍ଡପଡା ବନାଞ୍ଚଳ ଅଧିନ ସିଧାମୂଳା ନିକଟସ୍ଥ ମହାନଦୀ ଘାଟରୁ ଶୁକ୍ରବାର ସକାଳେ ମାଛ ମାରୁଥିବା ବେଳେ ଶ୍ୟାମସୁନ୍ଦର ସାହୁଙ୍କ ଜାଲରେ ଏକ ଛୁଆ ଗମୁଆଁ କୁମ୍ଭୀର ଧରା ପଡିଥିଲା ।
ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ଖବରପାଇ ଖଣ୍ଡପଡା ବନାଞ୍ଚଳ ଅଧିକାରୀ ଶ୍ରୀଧର ପଣ୍ଡାଙ୍କ ନିର୍ଦେଶକ୍ରମେ ବନରକ୍ଷୀ ଜଲି ସାମଲ ଘଟଣାସ୍ଥଳରେ ପହଞ୍ଚିବା ପରେ ଗ୍ରାମବାସୀମାନେ କୁମ୍ଭୀର ଛୁଆଟିକୁ ତାଙ୍କୁ ହସ୍ତାନ୍ତର କରିଥିଲେ । ପରେ ଟିକରପଡା ନିକଟସ୍ଥ ସାତକୋଶିଆ କୁମ୍ଭୀର ପ୍ରଜନନ କେନ୍ଦ୍ରକୁ ଉକ୍ତ କୁମ୍ଭୀର ଛୁଆଟିକୁ ପଠାଇ ଦିଆଯାଇଥିବା ଜଣାଯାଇଛି । (ରିପୋର୍ଟ- ରାମକୃଷ୍ଣ ରଥ)