No Result
View All Result
୦୫ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :-> ବିରିଡି ବ୍ଲକ ପରିସରରେ ଶନିବାର ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ପକ୍ଷରୁ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଶିବିରକୁ ତିର୍ତୋଲ ବିଧାୟକ ଡ଼ଃ ରମାକାନ୍ତ ଭୋଇ ଉଦ୍ଘାଟନ କରିଥିଲେ l ତାଙ୍କ ସହ ବ୍ଲକ ଅଧ୍ୟକ୍ଷା ମମତା ପାତ୍ର, ବିଡ଼ିଓ ବିଜୟ କୁମାର ବେହେରା, ଜିଲ୍ଲାପରିଷଦ ସଭ୍ୟ ଚନ୍ଦ୍ର ଶେଖର ଦାଶ, ସଭ୍ୟା ଦୀପ୍ତି ମୟୀ ରାୟ, ଯୋଗଦେଇ ଏହାର ଲକ୍ଷ ଉଦେଶ୍ୟ ଉପରେ ଆଲୋକ ପାତ କରିଥିଲେ l
ଦାଇତ୍ୱରେ ଥିବା ଏବିଏସ ଏସ ଓ ବିଶ୍ୱଜିତ ବିଶ୍ୱାଳ ସଭା ପରିଚାଳନା କରିଥିଲେ l ଶିବିରରେ ମୋଟ 347ଜଣ ଭିନ୍ନକ୍ଷମ ବ୍ୟକ୍ତି ସେମାନଙ୍କ ନାମ ପଞ୍ଜିକରଣ କରିଥିଲେ l ସ୍ନାୟୁ ବିଭାଗର ଡା. ବିଜୟ କୁମାର ମହାନ୍ତି, ଅସ୍ତି ସଲ୍ୟ ବିଭାଗର ଡା ନିର୍ମଳ ଜେନା, ଭେଷଜ ବିଭାଗର ଡା ପ୍ରଶନ କୁମାର ସାମଲ, ନାସା କର୍ଣ୍ଣ ଗଳା ବିଭାଗର ଶ୍ରୀମନ୍ତିନି ସାହୁ, ମାନସିକ ଅନଗ୍ରସର ବିଭାଗ ର ଡା ମନୋଜ ପରିଡା,
ଚକ୍ଷୁ ବିଭାଗର ଡା ଅୟସ କାନ୍ତ ଦାସ, ଶ୍ରବଣ ବିଭାଗର ଡା ରାଜେନ୍ଦ୍ର ପ୍ରସାଦ ସାହୁ ଯୋଗଦେଇ ନାମ ପଞ୍ଜିକରଣ କରିଥିବା ବ୍ୟକ୍ତି ଙ୍କର ସ୍ଵାସ୍ଥ ପରୀକ୍ଷା କରିଥିଲେ l ସେଥି ମଧ୍ୟରୁ 315ଜଣଙ୍କୁ ଚି଼ହ୍ନଟ କରାଯାଇ ଥିବାବେଳେ ସେଥି ମଧ୍ୟରୁ 2ଜଣ ଙ୍କର ନାକଚ କରାଯାଇଥିଲା l 30ଜଣ ଙ୍କୁ ଅଧିକ ପରୀକ୍ଷା ପାଇଁ ଜଗତସିଂହପୁର ଡାକ୍ତରଖାନା ପଠା ଯାଇଥିଲା l
ଏଥି ସହିତ ଶ୍ରବଣ ଯନ୍ତ୍ର, ହୁଇଲ ଚେୟାର ଓ ଟ୍ରାଇ ସାଇକଲେ ପାଇବା ପାଇଁ ଯୋଗ୍ୟ ହିତାଧିକାରୀ କାରି ଙ୍କୁ ଏକ ମାସ ଭିତରେ ପ୍ରଦାନ କରାଯିବ ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରତିଶୃତି ଦେଇଥିଲେ l କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ଅଙ୍ଗନବାଡି କର୍ମୀ ଏମ୍ବିକେ ସହାୟତା କରିଥିଲେ l
No Result
View All Result