No Result
View All Result
୦୪ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରାୟଗଡ଼ :-> ରିଖ ଦିନ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସଦର ମହକୁମା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଶୁକ୍ରବାର ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ତଥା ସୁରଭି ବେଶ ଧୂମଧାମରେ ପାଳିତ ହୋଇଯାଇଛି l ଉକ୍ତ ଉତ୍ସବରେ ଏବିଇଓ ଏସ୍ ପାପା ରାଓଙ୍କ ସଭାପତିତ୍ୱ କରିଥିଲାବେଳେ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକ ଯୋଗଦେଇ ଉଦଘାଟନ କରିଥିଲେ l ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ଯକ୍ଷ ଜ୍ଯୋତି ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ l
ପିଲା ମାନଙ୍କ ପାଖରେ ଅନେକ ପ୍ରତିଭା ରହିଛି l ସୁରଭି କାର୍ଯ୍ୟକ୍ରମ ଦ୍ଵାରା ଛାତ୍ରଛାତ୍ରୀଙ୍କ ପାଖରେ ଥିବା ଲୁକାୟିତ ପ୍ରତିଭା ବିକଶିତ ହୋଇ ପାରିବ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ l ଏହି ପରିପ୍ରେକ୍ଷୀରେ ୧୨ଟି କ୍ଲଷ୍ଟରରୁ ପ୍ରାୟ ୨୬୦ ଜଣ ଛାତ୍ରଛାତ୍ରୀ ଯୋଗଦେଇ ଭାଷଣ, କୁଇଜ, ଚିତ୍ରାଙ୍କନ, ପ୍ରବନ୍ଧ ଲିଖନ, ସଂଗୀତ ଏବଂ ଦଳଗତ ନୃତ୍ୟ ଆଦି ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ l ଏଥିରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l
ଉଦଯାପନୀ ଉତ୍ସବରେ , ସମ୍ମାନିତ ଅତିଥି ଭାବେ ଡମ୍ବlଳ ସରପଞ୍ଚ ବିଶ୍ଵନାଥ ଭୂୟାଁ, ଗଙ୍ଗାବାଡ଼ ସମିତି ସଭ୍ୟା ସୁମିତ୍ରା ଶବର, ସରପଞ୍ଚ ହରିବନ୍ଧୁ କାର୍ଯୀ, କଇଁପୁର ସମିତି ସଭ୍ୟା ମାଧୁରୀ ଶବର, ଜଲାଙ୍ଗ ସମିତି ସଭ୍ୟା ଜସ୍ମିତା ରଇତ, ମାର୍ଲବା ସରପଞ୍ଚ ଜଳନ୍ଧର କାର୍ଯୀ, ସମିତି ସଭ୍ୟl ପାର୍ବତୀ ଭୂୟାଁ ପ୍ରମୁଖ ମଞ୍ଚାସୀନ ଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ସିଆରସିସି ମାନେ ପରିଚାଳନ କରିଥିବା ବେଳେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପରିଚାଳନରେ ସହଯୋଗ କରିଥିଲେ ।
No Result
View All Result