No Result
View All Result
୦୪ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ଗୋପ ବ୍ଲକ ବିଡିଓ ଙ୍କ ବିରୁଦ୍ଧରେ ଗୋପ ଥାନାରେ ଗୋପ ବ୍ଲକ ଅଧ୍ୟକ୍ଷା ଝୁନୁ ମଲ୍ଲିକ କରିଥିବା ଜାତିଆଣ ଆକ୍ଷେପ ଅଭିଯୋଗ ର ଫଳସରୂପ ବ୍ଲକ ର 31 ପଞ୍ଚାୟତ ର ଶତାଧିକ ମହିଳା ଓ ପୁରୁଷ ଏବଂ ପିଲାମାନେ ନାହିଁନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ଆଜକୁ ଚାରି ଦିନ ହେଵ ବିଭିର୍ନ୍ନ କାର୍ଯ୍ୟ ଠପ୍ ହୋଇଯାଇଛି । ଗାଁ ଗହଳି ରୁ ଆସୁଥିବା ସାଧାରଣ ଲୋକ ଟିଏ ସବୁ ଆଡୁ ନିରାଶ ହୋଇ ଘରକୁ ଫେରିବା ଦୃଶ୍ୟ ଅତ୍ୟନ୍ତ ଦୁଃଖଦାୟକ l ଛୋଟ ଶିଶୁ କୁ ସାଙ୍ଗରେ ଧରି ମାଆ ଆସିଛି ଆଧାର ସଂଶୋଧନ କରିବାକୁ ,ଶେଷରେ ନିରାଶ ହୋଇ ଫେରିବାକୁ ପଡୁଛି ।
ଯଦିଓ ବ୍ଲକ ପ୍ରଶାସନ ସହ ଆଧାର ସଂଶୋଧନ କାର୍ଯ୍ୟାଳୟର କୌଣସି ସମ୍ପର୍କ ନାହିଁ କିନ୍ତୁ ଆନ୍ଦୋଳନ ର ବାହାନା ଦେଖାଇ କାର୍ଯ୍ୟାଳୟ ରେ ତାଲା ମାରିଛନ୍ତି l ସୁଭଦ୍ରା ଯୋଜନା ର ଦ୍ୱତୀୟ କିସ୍ତି ପାଇବା ପାଇଁ ଆବଶ୍ୟକୀୟ କାଗଜ ପତ୍ର ମଧ୍ୟରେ ଅନ୍ୟତମ ଟି ହେଉଛି ଆଧାର ଓ ରାସନ କାର୍ଡ ରେ ନାମ ପଞ୍ଜିକୃତ ଭଳି ଅନେକ କାର୍ଯ୍ୟ ପାଇଁ ଦୂରଦୂରାନ୍ତ ରୁ ଆସୁଥିବା ହିତାଧିକାରୀ ଙ୍କୁ ନିରାଶ କରିବା ପଛରେ କାହାର ହାତ ରହୁଛି ?
କଲମ ଛାଡ଼ ଆନ୍ଦୋଳନ ର ସୁଯୋଗ ନେଇ ଗୋପ ବ୍ଲକ ର ଏକାଧିକ ବିଭାଗ ର ଅଧିକାଂଶ କର୍ମଚାରୀ କାର୍ଯ୍ୟାଳୟ କୁ ଆସୁନାହାନ୍ତି l କଙ୍କଡା କୁ ଗୋଳି ପାଣି ସୁହାଇଲା ଭଳି ବର୍ତ୍ତମାନ ଗୋପ ବ୍ଲକର କାହାଣୀ । ପାର୍ବଣ ସମୟ ଚାଲୁ ଥିବାରୁ କଲମ ଛାଡ଼ ଆନ୍ଦୋଳନ ଦ୍ଵାରା ସମସ୍ତ ବର୍ଗ ର ବ୍ୟକ୍ତି ବିଶେଷଙ୍କ ପାଇଁ ମୁଣ୍ଡବିନ୍ଧା ର କାରଣ ପାଲଟିଛି l ଶାସକ ଓ ବିରୋଧି ମଧ୍ୟରେ ଉପୁଜିଥିବା ଗଣ୍ଡଗୋଳ ରୁ କିଏ ଫାଇଦା ନେଉଛି ? ଏ ଅଘୋଷିତ ବ୍ଲକ ବନ୍ଦକୁ ସାଧାରଣ ଜନତା ଜାଣି ନପାରି ପ୍ରତିଦିନ ଆସି ଦୁଃଖ ଓ ହତାଶ ମନରେ ଫେରୁଛନ୍ତି । ଏହାର କୁ ପ୍ରଭାବ ରାଜ୍ୟ ସରକାର ଙ୍କ ଉପରେ ପଡିବ ବୋଲି ସାଧାରଣ ରେ ଚର୍ଚ୍ଚା ଏବେ ଜୋର ଧରିଲାଣି l
No Result
View All Result