No Result
View All Result
୦୩ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :-> ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ବିଜେଡି ପକ୍ଷରୁ ଗୁରୁବାର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି l ତିର୍ତୋଲ ବିଧାୟକ ଡ଼ଃ ରମାକାନ୍ତ ଭୋଇ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ପଦଯାତ୍ରାରେ ପୂର୍ବତନ ସାଂସଦ ଡା ରାଜଶ୍ରୀ ମଲ୍ଲିକ, ଜିଲ୍ଲା ବିଜେଡି ସଭାପତି ରବିନାରାୟଣ ଜେନା, ବ୍ଲକ ବିଜେଡି ସଭାପତି ରବୀନ୍ଦ୍ର ରାଉଳ, ବ୍ଲକ ଅଧ୍ୟକ୍ଷା ମମତା ପାତ୍ର, ଜିଲ୍ଲାପରିଷଦ ସଭ୍ୟ ଚନ୍ଦ୍ର ଶେଖର ଦାଶ ସଭ୍ୟା ଦୀପ୍ତି ମୟୀ ରାୟ, ଯୁବ ନେତା ଦେବୀପ୍ରସାଦ ତ୍ରିପାଠୀ, ନେତ୍ରାନନ୍ଦ ପାତ୍ର, ବିଭୁଦତ୍ତ ସାହୁ,
ଶିବପ୍ରସାଦ ଜେନା, ତୃପ୍ତି ରାୟ, ସରପଞ୍ଚ ନିରଞ୍ଜନ ସେଠୀ, ଯୁଧିଷ୍ଠିର ବେହେରା, ଲଷ୍ମୀ ପ୍ରିୟା ଜେନା, ପରୱେ ଜେ ଅହମଦ, କନକ ଲତା ବେହେରା, ପ୍ରଭାସିନୀ ବେହେରା,କାନ୍ହୁ ଚରଣ ବେହେରା, ସୁରେନ୍ଦ୍ର ଶତପଥୀ,ଅଜୟ ଭୋଇ, ସୁଶାନ୍ତ ବସ୍ତିଆ, ରବିନାରାୟଣ ସିଂ, ଅକ୍ଷୟ ଦାସ, ପବିତ୍ର ପଶାୟତ, ପ୍ରଦୀପ୍ତ ଭୂୟାଁ, ବିଭୂଦତ୍ତ ସାହୁ, ଲିଙ୍ଗରାଜ ଦାସ, କଲ୍ୟାଣ ବାରିକ, ମୀର ଆଜମୀର ଅଲ୍ଲୀ,ସ୍ନେହାଶିଷ ଜେନା, କେଦାରନାଥ ସାହୁ, ସୁକାନ୍ତ ବାରିକ, ନିହାର ସ୍ୱାଇଁ, ପୁଷ୍ପ ପ୍ରକାଶ ପ୍ରଧାନ,
ପ୍ରତାପ ବେହେରା, ପିତାମ୍ବର ମହାପାତ୍ର ପ୍ରମୁଖ ବହୁ ବିଜେଡି କର୍ମୀ ଓ ଜନପ୍ରତିନିଧି ଯୋଗଦେଇଥିଲେ l ଏହି ପଦଯାତ୍ରା ବିରିଡି ବିଜୁ ଭବନ ଠାରେ ଥିବା ବିଜୁ ପଟ୍ଟନାୟକ ଓ ବିଷ୍ଣୁ ଦାସ ଙ୍କ ପ୍ରତିମୃତିରେ ମାଲ୍ୟାର୍ପଣ ପରେ କରାଯାଇଥିଲା l ବିଜୁଭବନ ଠାରୁ ଏହି ପଦଯାତ୍ରା ଜାଇ ବୁଢାପଡା କପିଳେଶ୍ୱର ମନ୍ଦିର ନିକଟରେ ଶେଷ ହୋଇଥିଲା l
ବାଟରେ ନେତୃ ମଣ୍ଡଳୀ ମାନେ ନବୀନ ସରକାର ଙ୍କ 24ବର୍ଷର ଲୋକାଭିମୁଖୀ ଶାସନ ଉପରେ ଆଲୋକ ପାତ କରିଥିଲେ l ନୂତନ ସରକାର କୁ 100ଦିନ ପୁରିଥିଲେ ମଧ୍ୟ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତି ଏ ପର୍ଯ୍ୟନ୍ତ ପାଳନ କରିପାରିଲେ ନାହିଁ ବୋଲି କହିଥିଲେ l ବିଶେଷ କରି ତିନି ହଜାର ଟଙ୍କା ଭତ୍ତା ବୃଦ୍ଧି, ମାଗଣା ବିଦୁତ ସେବା ମା ମାନଙ୍କୁ ବ୍ୟଥିତ କରିଛି ବୋଲି ସମାଲୋଚନା କରିଥିଲେ l ଶତାଧିକ ବିବିଜେଡି କର୍ମୀ ପଦଯାତ୍ରାରେ ସାମିଲ ହୋଇଥିଲେ l
No Result
View All Result