ଓଡିଶା ତାଜା ନ୍ୟୁଜ୍ (୧୭ ଅଗଷ୍ଟ ସୋମବାର) ରିପୋର୍ଟ/ଅଭିମନ୍ୟୁ ମହାରଣା, ଭୁବନେଶ୍ୱର :- ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ “ଓଡ଼ିଶା ମୋ ପରିବାର” ଆନୁକୂଲ୍ୟରେ “ଜୀବନବିନ୍ଦୁ” ରକ୍ତଦାନ କାର୍ଯ୍ୟକ୍ରମ ଏକ ଆନ୍ଦୋଳନରେ ପରିଣତ ହୋଇଛି । ବିଜୁ ଜନତା ଦଳର ନେତା ,କର୍ମୀ , ଶୁଭେଚ୍ଛୁ , ସମର୍ଥକ ଓ ସ୍ବେଚ୍ଛାସେବୀ ମାନେ ରକ୍ତଦାନ କରି ସାରା ରାଜ୍ୟରେ ରକ୍ତ ସଙ୍କଟ ଦୂର କରିବାରେ ସମର୍ଥ ହୋଇପାରିଛନ୍ତି । ନୟାଗଡ଼ ନିର୍ବାଚନ ମଣ୍ଡଳୀରେ କୋଭିଡ-୧୯ Lock Down ସମୟରେ କଟକଣା ମଧ୍ୟରେ ସାମାଜିକ ଦୂରତ୍ୱ ରକ୍ଷାକରି ଚାଲିଥିଲା ରକ୍ତଦାନ ଶିବିର । ଏପ୍ରିଲ ମାସରୁ ଅଗଷ୍ଟ ମାସ ଭିତରେ ସମୁଦାୟ ୧୧୯୦ ୟୁନିଟ ରକ୍ତ ସଂଗୃହିତ ହୋଇଛି । ତା’ ମଧ୍ୟରୁ ୯ ଅଗଷ୍ଟ କ୍ରାନ୍ତି ଦିବସ ଠାରୁ ୧୫ ଅଗଷ୍ଟ ସ୍ବାଧିନତା ଦିବସ ମଧ୍ୟରେ ୩୫୭ ୟୁନିଟ ରକ୍ତ ସଂଗ୍ରହ ହୋଇଛି । ସମସ୍ତ ରକ୍ତଦାତା ଏବଂ ସ୍ବେଚ୍ଛାସେବୀ ମାନଙ୍କୁ ଅଶେଷ ଧନ୍ୟବାଦ ।
ପ୍ରଥମ ରକ୍ତଦାନ ଶିବିର
ନୟାଗଡ ବ୍ଲକ ୧୫ ରୁ ୨୪ ଅପ୍ରେଲ ୨୫୩ ୟୁନିଟ
ନୟାଗଡ ମୁନିସିପାଲିଟ ୨୫ ରୁ ୨୮ ଅପ୍ରେଲ ୧୦୮ ୟୁନିଟ
ଓଡ଼ଗାଁ ବ୍ଲକ ଓ ଏନଏସି ୨୮ ରୁ ୩୦ ଅପ୍ରେଲ ୭୫ ୟୁନିଟ
ମୋଟ ୪୩୬ ୟୁନିଟ
ଦ୍ବିତୀୟ ରକ୍ତଦାନ ଶିବିର
ନୟାଗଡ ବ୍ଲକ ୨୫ମଇ ଠାରୁ ୦୩ ଜୁନ ୧୮୮ ୟୁନିଟ
ନୟାଗଡ ମୁନିସିପାଲିଟ ୦୪ ଜୁନ ୪୪ ୟୁନିଟ
ଇଟାମାଟି ୦୮ ଜୁନ ୫୫ ୟୁନିଟ
ଓଡ଼ଗାଁ ବ୍ଲକ ୧୫ ରୁ ୧୮ ମଇ ୧୨୦ ୟୁନିଟ
ମୋଟ ୪୦୭ ୟୁନିଟ
ତୃତୀୟ ରକ୍ତଦାନ ଶିବିର
ନୟାଗଡ ମୁନିସିପାଲିଟ ୦୯ ଅଗଷ୍ଟ ୬୦ ୟୁନିଟ
ନୟଗଡ ବ୍ଲକ ୧୦,୧୨,୧୩ ଓ ୧୫ ଅଗଷ୍ଟ ୨୦୬ ୟୁନିଟ
ଓଡ଼ଗାଁ ବ୍ଲକ ଓ ଏନଏସି ୧୧ ଓ ୧୪ ଅଗଷ୍ଟ ୯୧ ୟୁନିଟ
ମୋଟ ୩୫୭ ୟୁନିଟ
ସମୁଦାୟ – ୧୧୯୦ ୟୁନିଟ