ଓଡିଶା ତାଜା ନ୍ୟୁଜ୍ (୧୭ ଅଗଷ୍ଟ ସୋମବାର) ହିଞ୍ଜିଳିକାଟୁ :- ବନ ବିଭାଗୀୟ କର୍ମଚାରୀଙ୍କୁ ଆକ୍ରମଣ ଅଭିଯୋଗରେ ଜଣେ ମଇଁଷି ଚରାଳିଙ୍କୁ ହିଞ୍ଜିଳି ପୁଲିସ ଗିରଫ କରିଛି । ଗିରଫ ଜଣକ ସ୍ଥାନୀୟ ଥାନା କୀର୍ତିପୁର ଗ୍ରାମର କେଶବ ଗୌଡ଼ । ଏ ନେଇ ହିଞ୍ଜିଳି ଥାନାରେ ନଂ-୨୮୧/୨୦ରେ ଏକ ମାମଲା ରୁଜୁ କରି ସୋମବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୁତ୍ରରୁ ପ୍ରକାଶ । ପ୍ରକାଶ ଯେ, ନରେନ୍ଦ୍ରପୁର ବନ ବିଭାଗୀୟ ବିଟ୍ ହାଉସରେ କାର୍ଯ୍ୟରତ ଫରେଷ୍ଟଗାର୍ଡ଼ ବିନାୟକ ରଞ୍ଜନ କର ନରେନ୍ଦ୍ରପୁର ନର୍ସରୀରେ କାର୍ଯ୍ୟ କରୁଥିଲେ ।
କିର୍ତୀପୁର ଗ୍ରାମର ମଇଁଷି ଚରାଳି ମଇଁଷି ମାନଙ୍କୁ ନେଇ ଶନିବାର ସଂପୃକ୍ତ ନର୍ସରୀ ମଧ୍ୟରେ ଚରାବୁଲା କରିଥିଲେ । ଏ ନେଇ ଫରେଷ୍ଟଗାର୍ଡ଼ ମନା କରିଥିଲେ । ପୁଣି ଥରେ ରବିବାର ଏଭଳି କରିବାରୁ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ମଇଁଷି ଚରାଳି କେଶବ ଉତ୍ୟକ୍ତ ହୋଇ ସଂପୃକ୍ତ ପରେଷ୍ଟଗାର୍ଡ଼ଙ୍କୁ ଆକ୍ରମଣ କରିଥିଲେ । ଘଟଣା ନେଇ ସଂପୃକ୍ତ ପରେଷ୍ଟଗାର୍ଡ ସୋମବାର ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ( ରିପୋର୍ଟ – ଶେଷଦେବ ସାହୁ )