No Result
View All Result
୦୩ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପିପିଲି : -> କଣାସ ବ୍ଲକ୍ ରେ ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ରଙ୍କ ଏକ ବୈଠକ ଚାଲିଥିବାବେଳେ ବାହାରୁ କିଛି ହୋହାଲ୍ଲା ଶୁଭିଥିଲା।କଣାସ ବ୍ଲକ୍ ବାହାରେ କିଛି ବିଜେଡି ସମର୍ଥକ ବିଧାୟକ ଓମ୍ ପ୍ରକାଶ ଙ୍କୁ ବିରୋଧ କରିବାବେଳେ, ସେଠାରେ ଉପସ୍ଥିତ ଥିବା ବିଜେପି କର୍ମୀ ଏହାକୁ ପ୍ରତିରୋଧ କରିବାବେଳେ ଉଭୟଙ୍କ ମଧ୍ୟରେ ବଚସା ପରେ ହାତାହାତି ହୋଇଥିଲେ ବିଜେପି ଓ ବିଜେଡ଼ି କର୍ମୀ ।
ସବୁଠାରୁ ବଡ଼ କଥା କି, ପୋଲିସ ଉପସ୍ଥିତିରେ ହୋଇଛି ଏଭଳି କାଣ୍ଡ । ଗଣ୍ଡଗୋଳ ଏତେ ତିବ୍ରତର ହୋଇଥିଲା ଯେ ପୋଲିସ କୁ ନାକେଦମ ହେବାକୁ ପଡିଥିଲା । ଆଗକୁ ଗଣ୍ଡଗୋଳ ଆଶଙ୍କାରେ ଶେଷରେ ଏକ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୃତୟନ କରାଯାଇଥିଲା । ସେହିପରି ବ୍ଲକ୍ କାର୍ଯ୍ୟାଳୟ ମଧ୍ୟରେ ବିଧାୟକ ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

No Result
View All Result