ଓଡିଶା ତାଜା ନ୍ୟୁଜ୍ (୧୭ ଅଗଷ୍ଟ ସୋମବାର) ହିଞ୍ଜିଳିକାଟୁ :- ମହାମାରୀ କରୋନା ଭୁତାଣୁ ସଂକ୍ରମଣ ସାରା ବିଶ୍ୱରେ ଆତଙ୍କ ରଚିଥିବା ବେଳେ ଏହାର ମୁକାବିଲା ସକାଶେ ସରକାର ଓ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରୀ ରହିଛି । ଏକଦା ରାଜ୍ୟର ସର୍ବାଧିକ ସଂକ୍ରମିତ ଗଞ୍ଜାମ ଜିଲ୍ଲାରେ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚିତ ମୁକାବିଲା କରାଯିବା ସହ ଗଞ୍ଜାମ ଜିଲ୍ଲ।।କୁ କରୋନା ମୁକ୍ତ କରିବା ସକାଶେ ଉଦ୍ୟମ ଜାରି ରହିଛି । ଫଳସ୍ୱରୁପ ୧ନଂ ସ୍ଥାନରେ ଥିବା ଗଞ୍ଜାମ ଜିଲ୍ଲା ରାଜ୍ୟର ୨ୟ ସ୍ଥାନକୁ ଖସି ଆସିଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସେମାବାର ହିଞ୍ଜିଳି ଗ୍ରସ୍ତରେ ଆସି ସ୍ଥାନୀୟ ପଂଚାୟତ ସମିତି କାର୍ଯ୍ୟାଳୟରେ
କରୋନାର ମୁକାବିଲା ନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିବା ସହ କରୋନାର ସମୀକ୍ଷା କରିଥିଲେ । ସ୍ଥାନୀୟ ବ୍ଳକ ଓ ପୌରାଂଚଳରେ କରୋନାର ସ୍ଥିତି ଓ କରୋନାର ମୁକାବିଲା ସକାଶେ କି କି ପଦକ୍ଷେପ ଗ୍ରହଣ କରାଯାଉଛି , ସେ ନେଇ ପଚାରି ବୁଝିଥିଲେ । ମାସ୍କ ପରିଧାନ, ସାମାଜିକ ଦୁରତ୍ୱ ରକ୍ଷା ଓ ବ୍ରବସାୟିକ ପ୍ରତିଷ୍ଠାନ ଗୁଡ଼ିକରେ ପଂଚସୂତ୍ରୀ ନିୟମକୁ କଡ଼ାକଡ଼ି ପାଳନ କରିବା ଦିଗରେ ଗୁରୁତ୍ୱ ପ୍ରଦାନ କରିବା ଏବଂ କୋଭିଡ଼ ହସପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଥିବା ବ୍ୟକ୍ତିଙ୍କ ସହ ପ୍ରତ୍ୟହ ଯୋଗାଯୋଗ କରିବା ଓ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସକାଶେ ଜିଲ୍ଲାପାଳ କୁଲାଙ୍ଗେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ।
ପରେ ପୋଚିଲିମା ପଂଚାୟତ ଭେଙ୍କେଟରାୟପଲ୍ଲୀ ଅଙ୍ଗନୱାଡ଼ି କେନ୍ଦ୍ର, ଆଦର୍ଶ ଗାଇ ଗୁହାଳ ଓ ସମରଝୋଳ ଆଦର୍ଶ ପୋଖରୀ ବୁଲି ଦେଖିଥିଲେ । ସ୍ଥାନୀୟ ବ୍ଳକର ବିଭିନ୍ନ ପଂଚାୟତରେ କାର୍ଯ୍ୟକାରୀ ହେଉଥିବା ମନରେଗା ଯୋଜନାରେ ଅଧିକ ଶ୍ରମ ଦିବସ ସୃଷ୍ଟି ସହ କାର୍ଯ୍ୟ ଗୁଡ଼ିକୁ ତ୍ୱରାନ୍ନିତ କରିବା ସକାଶେ ବିଡ଼ିଓ ପାତ୍ରକୁ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳଙ୍କ ଗ୍ରସ୍ତ ସମୟରେ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ବିଡ଼ିଓ ପ୍ରସନ କୁମାର ପାତ୍ର, ସ୍ଥାନୀୟ କୋଭିଡ଼ କେୟାର ହସପିଟାଲ ନୋଡ଼ାଲ ମେଡ଼ିକାଲ ଚିକିତ୍ସାଧିକାରୀ ଡ଼ାକ୍ତର ଦୁର୍ଗାପ୍ରସାଦ ପଣ୍ଡା, ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜଗଦିଶ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ । ( ରିପୋର୍ଟ – ଶେଷଦେବ ସାହୁ )