• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ହରିଶ୍ଚନ୍ଦ୍ର ସହାୟତା ଯୋଜନାରେ ରାଜନୀତି : ସହାୟତା ବଦଳରେ ଯାତନା ଭୋଗୁଛନ୍ତି ହିତାଧିକାରୀ

Proprietor Abhimanyu Maharana by Proprietor Abhimanyu Maharana
October 2, 2024
in ଓଡ଼ିଶା, ଗଞ୍ଜାମ, ହୋମ୍
0
ହରିଶ୍ଚନ୍ଦ୍ର ସହାୟତା ଯୋଜନାରେ ରାଜନୀତି : ସହାୟତା ବଦଳରେ ଯାତନା ଭୋଗୁଛନ୍ତି ହିତାଧିକାରୀ
Share on FacebookShare on TwitterWhatsapp

୨ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଶେରଗଡ଼/ହିଞ୍ଜିଳିକାଟୁ  :-> ପୂର୍ବ ସରକାରଙ୍କ ଅମଳରେ ପ୍ରଣୟନ ହୋଇଥିବା ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ପ୍ରାୟତଃ ସବୁ ବର୍ଗର ଲୋକଙ୍କ ମଧ୍ୟରେ ବେଶ ଆଦୃତ ହୋଇଛି। ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ମଧ୍ୟରେ ତତ୍କାଳୀନ ରାଜ୍ୟ ସରକାରଙ୍କ ହରିଶ୍ଚନ୍ଦ୍ର ଯୋଜନା ଥିଲା ଅନ୍ୟତମ । ଦୁଃଖଦ ପରିସ୍ଥିତିର ସାମ୍ନା କରୁଥିବା ନିରୀହ ଓ ଅନଟନ ପରିବାର ପ୍ରତି ସରକାରଙ୍କ ସହାନୁଭୂତି ଓ ତତ୍କାଳ ସହାୟତା ଆଭିମୁଖ୍ୟ ଯୋଗୁଁ ଯୋଜନାଟି ସବୁ ବର୍ଗର ଲୋକଙ୍କ ପାଇଁ ବରଦାନ ସଦୃଶ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ ।

ଯୋଜନାରେ ମୃତକ ପରିବାରର ହିତାଧିକାରୀଙ୍କୁ ତତ୍କାଳ ସହାୟତା ଅର୍ଥ ପ୍ରଦାନ କରିବା ପାଇଁ ପଞ୍ଚାୟତ ସ୍ତରରେ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଉପରେ ଉତ୍ତର ଦାୟିତ୍ଵ ନ୍ୟସ୍ତ କରା ଯାଇଛି। ଏହି ଦୁର୍ଦ୍ଦିନ ଓ ଦୁଃସ୍ଥିତିରେ ସଂପୃକ୍ତ ପଞ୍ଚାୟତର ସରପଞ୍ଚ ଓ ନିର୍ବାହୀ ଅଧିକାରୀ ନିଜ ନିଜ କର୍ତ୍ତବ୍ୟ ଓ ଗୁରୁ ଦାୟିତ୍ବକୁ ତୁଲାଇବାର ଆବଶ୍ୟକତା ମଧ୍ଯ ରହିଛି। ନିୟମ ଅନୁଯାୟୀ ମୃତ ବ୍ୟକ୍ତିର ଶବ ସତ୍କାର ହେବା ପୂର୍ବରୁ ନିର୍ବାଚିତ ସରପଞ୍ଚ ଉପସ୍ଥିତ ରହି ତତ୍କାଳ ସହାୟତା ରାଶି ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ରହିଛି । ମୃତ୍ୟୁର ୧୫ ଦିନ ମଧ୍ୟରେ କାଗଜପତ୍ର ଦରଜ କରିବା ପାଇଁ ନିୟମ ରହିଛି।

କିନ୍ତୁ ରାଜନୀତି କେଁ ଯୋଗୁଁ ଏଥିରେ ବି ବ୍ୟତିକ୍ରମ ଦେଖା ଦେଇଛି। ରାଜନୀତିର ପଶାପାଲିରେ ପେଶି ହୋଇ କିଛି ହିତାଧିକାରୀ ଅବହେଳିତ ହୋଇଛନ୍ତି।ପରିଣାମ ସ୍ବରୂପ ହରିଶ୍ଚନ୍ଦ୍ର ସହାୟତା ରାଶି ପାଇବାରୁ ସେମାନେ ବଞ୍ଚିତ ହୋଇଛନ୍ତି । ଏପରିକି ସହାୟତା ରାଶି ପାଇଁ ମାସ ମାସ ଧରି ଅପେକ୍ଷା କରିବକୁ ପଡ଼ିଛି। ସମୟ ଅତିକ୍ରାନ୍ତ ହେଲା ପରେ ମଧ୍ୟ ସହାୟତା ରାଶି ମିଳିବା ସେମାନଙ୍କ ପାଇଁ ସାତ ସପନ ପାଲଟିଛି । ଏଭଳି ସ୍ଥିତିରେ ମାନସିକ ଚାପ ଓ ଦୁଶ୍ଚିନ୍ତାରେ ଦିନ ଗଣୁଛନ୍ତି ବହୁ ଯୋଗ୍ୟ ହିତାଧିକାରୀ। ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ପିତଳ ପଞ୍ଚାୟତରେ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ।

ସଂମ୍ପୃକ୍ତ ପଞ୍ଚାୟତ ତରଫରୁ ଅଦ୍ୟାବଧି ୭ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା ରାଶି ବାବଦରେ ଟଙ୍କା ଟିଏ ମଧ୍ଯ ମିଳିନାହିଁ। ଏ ପର୍ଯ୍ୟନ୍ତ ସରପଞ୍ଚ ଓ ନିର୍ବାହୀ ଅଧିକାରୀ ଯୋଜନାର ସମସ୍ତ ନୀତି ନିୟମକୁ ଜଳାଞ୍ଜଳି ଦେଇ ନିଦାବିଷ୍ଣୁ ସାଜି ଥିବା ହିତାଧିକାରମାନେ ଅଭିଯୋଗ କରିଛନ୍ତି। ସବୁଠାରୁ ଆଲୋଚ୍ୟ ପ୍ରସଙ୍ଗ ହେଲା ସ୍ୱାମୀଙ୍କ ଦେହାନ୍ତ ପରେ ୱାର୍ଡସଭ୍ୟା ସ୍ୱପ୍ନାରାଣୀ ମିଶ୍ର ସହାୟତା ପାଇଁ ଆବେଦନ କରିଥିଲେ ମଧ୍ୟ ତାଙ୍କୁ ସହାୟତା ରାଶି ମିଳିନାହିଁ। ସୂଚନା ମୁତାବକ ଗତ ଦେଢ଼ ବର୍ଷ ତଳେ ପିତଳ ପଞ୍ଚାୟତ ରଥ ସାହି ବାସିନ୍ଦା ବାସନ୍ତୀ ଆଚାରୀ ଓ ସୁରେନ୍ଦ୍ର ମହାନ୍ତି,

ଚଷା ପିତଳ ଗ୍ରାମର ରୁକ୍ମଣା ମହାପାତ୍ର ଓ ରଙ୍ଗୁଣି ସାହି ବାସିନ୍ଦା ରଜନୀକାନ୍ତ ମିଶ୍ରଙ୍କ ମୃତ୍ୟୁ ଘଟିଛି। ଆଜି ଯାଏଁ ମୃତକଙ୍କ ହିତାଧିକାରୀଙ୍କୁ ସହାୟତା ରାଶି ୨ ହଜାର ଟଙ୍କା ଲେଖାଏଁ ମିଳି ନ ଥିବା ଅଭିଯୋଗ ହୋଇଛି। ସେହିପରି ଗତ ୬ ମାସରୁ ଅଧିକ ସମୟ ହେଲା ରଥ ସାହି ବାସିନ୍ଦା କୌତୁକି ମହାନ୍ତି, କନକ ମଞ୍ଜରୀ ମହାପାତ୍ର ଓ ବଉଳ କୋଳି ସାହିର ଟି. ଖଲିଙ୍କ ମୃତ୍ୟୁ ଘଟିଛି। ଆଜି ପର୍ଯ୍ୟନ୍ତ ମୃତକଙ୍କ ହିତାଧିକାରୀଙ୍କୁ ସହାୟତା ରାଶି ୩ହଜାର ଟଙ୍କା ଲେଖାଏଁ ମିଳି ନ ଥିବା ମଧ୍ୟ ଅଭିଯୋଗ ହୋଇଛି ।

ଏ ବାବଦରେ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ଅର୍ଥ ମଞ୍ଜୁର ହୋଇ ଶେରଗଡ଼ ବ୍ଲକ ଜରିଆରେ ପଞ୍ଚାୟତ ପାଣ୍ଠିକୁ ଅର୍ଥ ଜମା ହୋଇଛି। କିନ୍ତୁ ସରପଞ୍ଚଙ୍କ ମନମୁଖୀ ଓ କାଳକ୍ଷେପଣ ନୀତି ସହ ନିର୍ବାହୀ ଅଧିକାରୀଙ୍କ ନିଷ୍କ୍ରିୟତା ଯୋଗୁଁ ଏଭଳି ଅଭାବନୀୟ ପରିସ୍ଥିତିର ସମ୍ମୁଖୀନ ହୋଇଥିବା ନିରୀହ ହିତାଧିକାରୀଙ୍କ ପ୍ରତି ଜାଣିଶୁଣି ଘୋର ଅବହେଳା ପ୍ରଦର୍ଶନ କରାଯିବା ସହ ବିଷମ ପରିସ୍ଥିତି ସୃଷ୍ଟି କରାଯାଇଛି।

ସେମାନଙ୍କ ପ୍ରତି ହୋଇଥିବା ଅଣଦେଖା ଓ ପ୍ରବଞ୍ଚନା ସଂପର୍କରେ ଜାଣିବା ପରେ ଅଞ୍ଚଳର ଜଣାଶୁଣା ଯୁବ ସମାଜସେବୀ ପିଙ୍କୁ ପରିଡ଼ା ଘୋର ଉଦବେଗ ପ୍ରକାଶ କରିବା ସହ ଅଭିଯୋଗ ମଧ୍ୟ କରିଛନ୍ତି। ଏଥି ପୁର୍ବରୁ ଅନେକ ଯୋଗ୍ୟ ହିତାଧିକାରୀ ହରିଶ୍ଚନ୍ଦ୍ର ସହାୟତା ରାଶି ପାଇଁ ଆବେଦନ କରିଥିଲେ ମଧ୍ୟ ସେମନେ ମଧ୍ୟ ପ୍ରତାରଣାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହି ପ୍ରସଙ୍ଗରେ ଏକ ନିରପେକ୍ଷ ତଦନ୍ତ ସହ ସତ୍ୟାସତ୍ୟ ଯାଞ୍ଚ କରାଯାଇ ସହାୟତା ରାଶି ପ୍ରଦାନ କରିବା ପାଇଁ ଶ୍ରୀ ପରିଡ଼ା ପ୍ରଶାସନର ହସ୍ତକ୍ଷେପ ଲୋଡିଛନ୍ତି।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

April 29, 2026
ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ

ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ

April 29, 2026
ମୋବାଇଲ ନେଟୱର୍କ ବିପର୍ଯ୍ୟସ୍ତ : ଇଣ୍ଟରନେଟ ସେବା ବ୍ଯାହତ ଯୋଗୁଁ ବାଲିଗୁଡା ବାସୀ ହନ୍ତସନ୍ତ

ମୋବାଇଲ ନେଟୱର୍କ ବିପର୍ଯ୍ୟସ୍ତ : ଇଣ୍ଟରନେଟ ସେବା ବ୍ଯାହତ ଯୋଗୁଁ ବାଲିଗୁଡା ବାସୀ ହନ୍ତସନ୍ତ

April 29, 2026
ମଧୁବାବୁଙ୍କ ଜୟନ୍ତୀରେ ପୁରୀ ଓକିଲ ସଂଘ ପକ୍ଷରୁ ରକ୍ତଦାନ ଶିବିର

ମଧୁବାବୁଙ୍କ ଜୟନ୍ତୀରେ ପୁରୀ ଓକିଲ ସଂଘ ପକ୍ଷରୁ ରକ୍ତଦାନ ଶିବିର

April 29, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

April 29, 2026
ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ

ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ

April 29, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version