No Result
View All Result
୧/ ୧୦ /୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ଗୋପ ବ୍ଲକ ପରିସରରେ ଗତ ସୋମବାର ଅପରାହ୍ନ ସମୟରେ ଉପ ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ ପୂର୍ବରୁ ଘଟିଥିବା ଘଟଣାଟି ଆଜି ରୋଚକ ମୋଡ଼କୁ ଆସିଛି।ଗୋପ ବ୍ଲକ ପ୍ରଶାସନିକ ଅଧିକାରୀଙ୍କ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ କଲମ ଛାଡ଼ ଆନ୍ଦୋଳନ ସହିତ ବ୍ଲକ କର୍ମଚାରୀ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତିl ପ୍ରକାଶ ଥାଉ କି ଗୋପ ବ୍ଲକ ଅଧ୍ୟକ୍ଷା ଝୁନୁ ମଲ୍ଲିକ ଗୋପ ବ୍ଲକ ପ୍ରଶାସନିକ ଅଧିକାରିଣୀ ଛବିରାଣୀ ସାହୁ ଓ ଉପାଧକ୍ଷ ବନରଞ୍ଜନ ପଟ୍ଟନାୟକ ଙ୍କ ବିରୁଦ୍ଧରେ ଗୋପ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ l
ଯାହାଫଳରେ କି ମଙ୍ଗଳବାର ଦିନ ବ୍ଲକ କାର୍ଯ୍ୟାଳୟ ର ସମସ୍ତ କାର୍ଯ୍ୟାଳୟ ଗୁଡିକ ର କର୍ମକର୍ତ୍ତା ମାନେ ନିଜ ନିଜ ଆସନ ତ୍ୟାଗ କରି ଧାରଣା ରେ ବସିଥିଲେ l ଏହା ଦ୍ଵାରା ଅନେକ ଆବଶ୍ୟକୀୟ କାର୍ଯ୍ୟ ବନ୍ଦ ରହିଛି l ଏହାର ପ୍ରଭାବ ରେ ସାଧାରଣ ଜନତା ମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ଏବେ ଯେହେତୁ ସୁଭଦ୍ରା ଯୋଜନା ଚାଲିଥିବାରୁ ଅନେକ ବ୍ୟକ୍ତି ବିଶେଷ ଙ୍କ ଆଧାର ସଂଶୋଧନ ଠାରୁ ଆରମ୍ଭ କରି ଅନ୍ୟାନ୍ୟ କାର୍ଯ୍ୟ ନିମନ୍ତେ 31 ଟି ପଞ୍ଚାୟତ ରୁ ଶତାଧିକ ଲୋକ ଆସୁଛନ୍ତି l ଆଗାମୀ ଦିନରେ ଏହାର ପ୍ରଭାବ ଗୋପ ବାସୀ ଙ୍କ ଉପରେ ନିଶ୍ଚିତ ପଡିବ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି l
No Result
View All Result