ଓଡିଶା ତାଜା ନ୍ୟୁଜ୍ (୧୭ ଅଗଷ୍ଟ ସୋମବାର) ପାରଳାଖେମୁଣ୍ଡି :- ଓଡିଶାର ଗଜପତି ଜିଲ୍ଲାରୁ ଆନ୍ଧ୍ରକୁ ଦେଶୀମଦ ଚୋରା ଚାଲାଣ ବେଳେ ଆନ୍ଧ୍ର ପୋଲିସ ହାବୁଡ଼ରେ ପଡ଼ି ୪ଜଣ ଗିରଫ ହୋଇ ଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଗୋଷାଣୀ ବ୍ଲକର କେରାଣ୍ଡି ପଞ୍ଚାୟତର କିଛି ଯୁବକ ବାଇକ ଯୋଗେ ପଡୋଶୀ ଆନ୍ଧ୍ର ରାଜ୍ୟକୁ ଚୋରା ଦେଶୀ ମଦ ଚାଲାଣ କରୁଥିବାବେଳେ ଆନ୍ଧ୍ର ପ୍ରଦେଶର ଟେକାଲି ମଣ୍ଡଳମର ଅବକାରୀ ବିଭାଗର ହାତରେ ଧରାପଡିଛନ୍ତି । ଏମାନଙ୍କ ନିକଟରୁ ମୋଟ ୯ଶହ ଲିଟର ଚୋରା ଦେଶୀ ମଦ ଜବତ ହୋଇଛି । ଏ ସମ୍ପର୍କରେ ଗଜପତି ଅବକାରୀ ବିଭାଗ କିମ୍ବା ପୋଲିସ ବିଭାଗ ପାଖରେ କୌଣସି ଖବର ନଥିବାବେଳେ ଏମାନଙ୍କୁ ସୀମାନ୍ତବର୍ତ୍ତୀ ମେଳିଆପୁଟି ମଣ୍ଡଳରେ ଆନ୍ଧ୍ର ପ୍ରଦେଶର ଅବକାରୀ ବିଭାଗର ସ୍କୁଆଡ କୌଣସି ସୂତ୍ରରୁ ଖବରପାଇ କାବୁ କରିଥିଲେ । ଏମାନେ ଏକ ହିରୋହୁଣ୍ଡା ସ୍ଲେଣ୍ଡର ବାଇକ ଏପି ୩୧ ଏଡି ୫୯୫ ଏବଂ ଏକ ଅଟୋରିକ୍ସା ନମ୍ବର ଏପି୩୦ ଡବ୍ଲ୍ୟୁ ୩୭୨୬ ଜରିଆରେ ୯ଶହ ଗୋଟି ପାଉଚ ଯାହାକି ଆନୁମାନିକ ୯ଶହ ଲିଟର ହେବ ବୋଲି ଜଣାପଡିଛି । ଏହି କାରବାରରେ ପାରଳାଖେମୁଣ୍ଡି ସହରର ଉପକଣ୍ଠରେ ଥିବା ଗୋଷାଣୀ ବ୍ଲକ ଅନ୍ତର୍ଗତ କେରାଣ୍ଡି ପଞ୍ଚାୟତର ଏସ.ତିରୁପତି, ଏନ୍.ବାଳକ୍ରିଷ୍ଣା, ଜେନା ସନ୍ତୋଷ,
ସାଇଲଡା ସଞ୍ଜୀବ ସମ୍ପୃକ୍ତଥିବାବେଳେ ଏମାନଙ୍କୁ ଆନ୍ଧ୍ର ଅବକାରୀ ବିଭାଗ ଗିରଫ କରିଥିବା ଜଣାପଡିଛି । ତେବେ ବର୍ତ୍ତମାନ କରୋନା ସମୟରେ ଆନ୍ଧ୍ର ପ୍ରଦେଶର ମେଳିଆପୁଟ ଯିବାକୁ ହେଲେ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶର ସୀମାରେ ଥିବା ଦୁଇଟି ନାକ । ଗେଟ୍ ଦେଇ ଯିବାକୁ ପଡ଼େ କିନ୍ତୁ ଆଶ୍ଚର୍ଯ୍ୟର ବିଷୟଏହି କି ଜେ ଏହି ଦୁଇଟି ଗେଟ ଦେଇ ଏତେ ପରିମାଣର ମଦ ଏକ ଅଟୋ ରିକ୍ସା ରେ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ପୋଲିସ ମୁତୟନ ରହିଥିବାବେଳେ ଏମାନଙ୍କ ଉପରେ କିପରି ଦୃଷ୍ଟି ନଜର ପଡିଲା ନାହିଁ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନା ପୋଲିସ ଓ ଅବକାରୀ ବିଭାଗର କିଛି ଦୁର୍ନୀତି ଗ୍ରସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଜାଣତରେ ଏହି ଚୋରା ଦେଶୀ ମଦ ବ୍ୟବସାୟ ଦୀର୍ଘ ଦିନ ଧରି ଚାଲିଥିଲା କି ନାହିଁ ତାହା ର ତଦନ୍ତ ମଧ୍ୟ ଆବଶ୍ୟକତା ରହିଛି । ଆନ୍ଧ୍ର ପ୍ରଦେଶ ଅବକାରୀ ବିଭାଗର ହାତରେ ଓଡ଼ିଶାର ମଦ ଓ ଓଡ଼ିଶାର ମଦ ବେପାରୀ ଧରା ପଡ଼ିବା ପରେ ଏହି ଚୋରା ଦେଶୀ ମଦ କାରବାର ଅବାଧରେ ଚାଲୁଥିବା ଘଟଣା ଲୋକୋଚନକୁ ଆସି ପାରିଛି । ପାରଳାଖେମୁଣ୍ଡି (ଗରୁଡ଼ ଧ୍ଵଜ ଚୌଧୁରୀ)