ଭୁବନେଶ୍ଵର (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର,୨୪ା୧୨ :- ଓଡ଼ିଶା ସରକାରୀ ମୁଦ୍ରଣାଳୟର ଇ-ବାଣିଜ୍ୟ ପୋର୍ଟାଲ ଆଜି ଅପରାହ୍ନରେ ଲୋକାର୍ପିତ ହୋଇଛି । କୃଷି ଉତ୍ପାଦନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପୋର୍ଟାଲକୁ ଲୋକାର୍ପଣ କରିଛନ୍ତି । ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଜି. ଶ୍ରୀନିବାସ ସ ସରକାରୀ ମୁଦ୍ରଣାଳୟର ନିର୍ଦ୍ଦେଶକ ମହେନ୍ଦ୍ର ପ୍ରତାପ ଇ-ବାଣିଜ୍ୟ ପୋର୍ଟାଲର ଉପାଦେୟତା ସଂପର୍କରେ ଆଲୋକପାତ କରିଥିଲେ । ଓଡ଼ିଶା ସରକାରଙ୍କର ୫-ଟି ପ୍ରୟାସ ଅନୁଯାୟୀ ସରକାରୀ ମୁଦ୍ରଣାଳୟରେ ପ୍ରଚଳିତ ବିକ୍ରିବଟାକୁ ବୈଷୟିକ ଜ୍ଞାନ ପ୍ରୟୋଗ କ୍ରମେ ଆଧୁନିକ ପ୍ରଣାଳୀରେ ପରିବର୍ତ୍ତନ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଏଥିରେ ସରକାରୀ ଡାକ୍ତରୀ, କ୍ୟାଲେଣ୍ଡର ଓ ଅନ୍ୟାନ୍ୟ ସରକାରୀ ଛାପା ବହି ବିକ୍ରି କରାଯିବ । ଏଥି ନିମନ୍ତେ ସରକାରୀ ମୁଦ୍ରଣାଳୟ ଏକ ଇ-ବାଣିଜ୍ୟ ପୋର୍ଟାଲ ଙ୍ଗଙ୍ଗଙ୍ଗ.କ୍ଟଶକ୍ଟ୍ରକ୍ସରଗ୍ଦଗ୍ଦ.ଦ୍ଭସମ.ସଦ୍ଭ ଆଜି ଆରମ୍ଭ ହୋଇଯାଇଛି । ସରକାରୀ ମୁଦ୍ରଣାଳୟ ସାଧାରଣତଃ ସରକାରୀ ବିଭାଗର ଛାପା କାର୍ଯ୍ୟ ସହିତ ନୂତନ ବର୍ଷ ପାଇଁ ୫୦ ହଜାର ଡାଇରୀ, ବିଭିନ୍ନ ପ୍ରକାରର ୪ଲକ୍ଷ ୪୦ ହଜାର କ୍ୟାଲେଣ୍ଡର ଓ ଅନ୍ୟାନ୍ୟ ଛାପା ବହି ମଧ୍ୟ ପ୍ରସ୍ତୁତ କରିଥାନ୍ତି । ଜନସାଧାରଣ ଅନ୍ଲାଇନ୍ ମାଧ୍ୟମରେ ଦେୟ ପୈଠ କରି ଯେ କୌଣସି ସ୍ଥାନରେ ଓ ଯେକୌଣସି ସମୟରେ ଏହିସବୁ ସାମଗ୍ରୀ ପାଇପାରିବେ । ଏହି ପୋର୍ଟାଲଟି ଜନସାଧାରଣଙ୍କୁ ସୁବିଧାରେ ଉପଲ୨ ହେବ । (ଓଡିଶା ତାଜା ନିଉଜ୍) ରିପୋର୍ଟ – ସୋନାଲି