ଓଡିଶା ତାଜା ନ୍ୟୁଜ୍ (୧୭ ଅଗଷ୍ଟ ସୋମବାର) ପଶ୍ଚିମବଙ୍ଗ :- ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ବିଧାୟକ ସମରେଶ ଦାସଙ୍କ କୋରୋନାରେ ମୃତ୍ୟୁ ଘଟିଛି । ପ୍ରଥମେ ସେ ଜଣେ ବାମପନ୍ଥୀ ବିଧାୟକ ଥିଲେ। ପରେ ତୃଣମୂଳ ସ୍ତରରେ ଯୋଗ ଦେଇଥିଲେ । ମହାମାରୀ କରୋନା ସାରାବିଶ୍ବରେ ଏବେ ଆତଙ୍କ ମଚାଉଛି । ଆକ୍ରାନ୍ତଙ୍କ ହାର ବଢିବା ସହ ମୃତ୍ୟୁ ହାର ମଧ୍ୟ ବଢିବାରେ ଲାଗିଛି । ବିଧାୟକ ସମରେଶ ଦାସ କଲକାତାର ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି ।
ଜୁଲାଇ ୧୮ ରେ ପ୍ରଥମେ ତାଙ୍କୁ ପନସ୍କୁରାର ବରୋମା କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ଜୁଲାଇ ୨୪ ରେ କଲକାତାର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା । କିନ୍ତୁ ସକାଳ ପ୍ରାୟ ୪.୧୫ ରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ବିୟୋଗ ରେ ବରିଷ୍ଠ ନେତୃବୃନ୍ଦ ଙ୍କ ସମେତ ପଶ୍ଚିମବଙ୍ଗ ମାନନୀୟା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଦୁଃଖ ପ୍ରକାଶ କରିଛନ୍ତି ।














