ଓଡିଶା ତାଜା ନ୍ୟୁଜ୍ (୧୭ ଅଗଷ୍ଟ ସୋମବାର) ଭୁବନେଶ୍ୱର :- ରାଜ୍ୟ ର ଗ୍ରାମ୍ୟ ଉନ୍ନୟନ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି ବୋଲି ନିଜେ ପ୍ରକାଶ କରିଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ମନ୍ତ୍ରୀ ଶ୍ରୀ ସିଂହ ହୋମ୍ କ୍ୱାରାଣ୍ଟାଇନ୍ରେ ଅଛନ୍ତି । ପ୍ରକାଶଥାଉ କି, ମନ୍ତ୍ରୀ ଶ୍ରୀ ସିଂହ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ବିଗତ ଦିନ ମାନଙ୍କରେ ଯେଉଁମାନେ ମନ୍ତ୍ରୀଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ କରୋନା ପରୀକ୍ଷା କରିବା ସହିତ ସଂଗରୋଧ ହୋଇ ରହିବାକୁ ମନ୍ତ୍ରୀ ଶ୍ରୀ ସିଂହ ଅନୁରୋଧ କରିଛନ୍ତି ।