No Result
View All Result
୨୯ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପଡ଼ିଆ :-> ମାଲକାନଗିରି ଜିଲ୍ଲାର ସୀମାଵର୍ତ୍ତୀ ପଡ଼ିଆ ବ୍ଲକରେ ନୂତନ ଭାବେ ନିର୍ମିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଉଦଘାଟନ କରିଛନ୍ତି । ଏଥିପାଇଁ ସକାଳୁ ନୂତନ ମେଡିକାଲ କୋଠାକୁ ସୁସଜ୍ଜିତ କରାଯିବ ସହ ପଡ଼ିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରର ଅଧିକାରୀ, କର୍ମଚାରୀ ଓ ଆଶା ଦିଦିଙ୍କ ଭିଡ ଦେଖିବାକୁ ମିଳିଥିଲା ।
ପ୍ରଥମେ ସାଂସଦ ଶ୍ରୀ ମାଝୀ ଓ ମାଲକାନଗିରି ଜିଲ୍ଲା ବିଧାୟକ ନରସିଂହ ମାଡକାମିଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ଧନେଶ୍ୱର ପାତ୍ର, ପଡ଼ିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଭିମନ୍ୟୁ କଵି ଶତପଥୀ, ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ସିଦ୍ଧାର୍ଥ ଶଙ୍କର ଦାସ, ବିପିଏମ ମହାନନ୍ଦ ମିସ୍ତ୍ରୀ, ସ୍ଥାନୀୟ ଆଶା ଓ ଏଏନ ଏମ୍ ମାନଙ୍କ ପକ୍ଷରୁ ନୂତନ ମେଡିକାଲ ପରିସରରେ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରାଯାଇଥିଲା ।
ଏହା ପରେ ସାଂସଦ ଶ୍ରୀ ମାଝୀ ନୂତନ ମେଡିକାଲ କୋଠା ନିମନ୍ତେ ଫଳକ ଉନ୍ମୋଚନ କରିବା ସହ ଫିତାକାଟି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସାଂସଦଙ୍କ ଏହି ଗ୍ରସ୍ତବେଳେ ଅନ୍ୟମାନଙ୍କ ମଧ୍ୟରେ ମାଲକାନଗିରି ବିଧାୟକଙ୍କ ପ୍ରତିନିଧି ନିହାର ରାୟ, ଜିଲ୍ଲା ବିଜେପି ସଭାପତି ନିମାଇଁ ଚନ୍ଦ୍ର ପାଲ, ପଡ଼ିଆ ବ୍ଲକ ଅଧ୍ୟକ୍ଷା ଯମୁନା ମୁଷାକୀ, ପି ଭେଙ୍କେଟେଶ୍ବର ରାଓ,କେ ଭାସ୍କର ରାଓଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ , ସ୍ଥାନୀୟ ଜନପ୍ରତିନିଧି ଓ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।
No Result
View All Result