No Result
View All Result
୨୯ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ବୋଲଗଡ଼ ଶିକ୍ଷା ବ୍ଳକ୍ ଅନ୍ତର୍ଗତ ନୂଆସାହି ସାଧନ କେନ୍ଦ୍ରର ସମସ୍ତ ମାଧ୍ୟମିକ, ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି ସଂଯୋଜକ ବିଶ୍ବରଂଜନ ସେଠୀଙ୍କ ତତ୍ତ୍ୱାବଧାନରେ ସଂପୁରସ୍ଥିତ ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି,! ପୂର୍ବାହ୍ନରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁ ପୌରୋହିତ୍ୟ କରିଥିଲେ।
ମୁଖ୍ୟ ଅତିଥି ବୋଲଗଡ଼ ମଣ୍ଡଳ ସଂଯୋଜକ କୈଳାସ ନାଥ ସ୍ୱାଇଁ ,ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ମଣ୍ଡଳ ସଂଯୋଜକ ପଦ୍ମଚରଣ ବେହେରା ଓ ସମ୍ମାନିତ ଅତିଥି ରୂପେ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସେଠୀ, ଏସ୍ କେ ଉମର ଫାରୁକ୍ ରୂପେ ପ୍ରଧାନ ଶିକ୍ଷୟତ୍ରୀ ମଞ୍ଜୁବାଳା ବଳିୟାରସିଂହ ପ୍ରମୁଖ ଯୋଗଦାନ କରି ଲୋକଲୋଚନକୁ ଛାତ୍ରଛାତ୍ରୀମାନଙ୍କର ଲୁକ୍କାୟିତ ପ୍ରତିଭା ଆଣିବା ନିମିତ୍ତ ଓଡ଼ିଶା ସରକାରଙ୍କର ଗଣଶିକ୍ଷା ବିଭାଗର ସୁରଭି କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସନୀୟ ବୋଲି ମତବ୍ୟକ୍ତ କରିଥିଲେ ।
ବରିଷ୍ଠ ଓ କନିଷ୍ଠ ବିଭାଗ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସୃଜନଶୀଳ ଲିଖନ, ସଂଗୀତ, ବକ୍ତୃତା, ବିତର୍କ, ପି ଏମ୍ ପୋଷଣ ଚିତ୍ରକଳା, ପି ଏମ୍ ପୋଷଣ ଶିଳ୍ପକଳା, ପ୍ରବନ୍ଧ, ବୋଧଜ୍ଞାନ , ଚିତ୍ରାଙ୍କନ, ହସ୍ତାକ୍ଷର ଏବଂ ଶ୍ରୁତଲିଖନ ଓ ଦଳୀୟ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଉଭୟ ବରିଷ୍ଠ ଓ କନିଷ୍ଠ ବିଭାଗରେ ପ୍ରତିଯୋଗିତାରେ ସମୁଦାୟ ୧୨୦ ଜଣ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଥିଲେ। ଅପରାହ୍ନରେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ବାଇଁଙ୍କ ସଭlପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଖଙ୍ଗୁରିଆ ଗ୍ରାମ ପଞ୍ଚାୟତର ସମିତି ସଭ୍ୟା ବିନୋଦିନୀ ଦତ୍ତ, ସମ୍ମାନିତ ଅତିଥି ରୂପେ ପ୍ରଧାନ ଶିକ୍ଷକ ଧୃବାନନ୍ଦ ନାୟକ ,
ପୀତବାସ ଲେଙ୍କା, ଶିକ୍ଷକ ଅପର୍ତ୍ତି ଅଟ୍ଟ, ଶିକ୍ଷକ ବିଚିତ୍ର ଘଡ଼େଇ ଓ ଶିକ୍ଷୟିତ୍ରୀ ସସ୍ମିତା ସାହୁ ପ୍ରମୁଖ ଯୋଗଦେଇ ଶିଶୁ ମହୋତ୍ସବ ସୁରଭିର ଉପାଦେୟତା ସମ୍ପର୍କରେ ଆଲୋକପାତ କରିଥିଲେ। ଶିକ୍ଷକ ରଜନୀକାନ୍ତ ପୃଷ୍ଟି, ବିଶ୍ୱଜିତ୍ ସରୋଜ କୁମାର, ହୃଦାନନ୍ଦ ସାହୁ, ସାନ୍ତ୍ୱନୁ ଶ୍ରୀଚନ୍ଦନ, ଚିତ୍ତରଞ୍ଜନ ସାହୁ, ଶିକ୍ଷୟୀତ୍ରୀ ଗୀତାଞ୍ଜଳି ସାମନ୍ତରାୟ, ପ୍ରକାଶଚନ୍ଦ୍ର ସେଠୀ ପ୍ରମୁଖ ସମେତ ଶୈବାଳିକା ମଲ୍ଲିକ, ବିଭୁପ୍ରସାଦ ମହାପାତ୍ର, ଦିପ୍ତିରଞ୍ଜନ ଦାସ, ସୌଦାମିନୀ ପରିଡ଼ା, ସ୍ୱର୍ଣଲତା ପ୍ରଧାନ, ସ୍ରୋତାଲିନୀ ସାହୁ, ସ୍ମିତାସିନ୍ଧୁ ମହାପାତ୍ର, ସୌଦାମିନୀ ସୁବୁଦ୍ଧି, ଶୁଭଶ୍ରୀ ଧଳ, ନମିତା ସାହୁ, ଅଂଶୁମାନ ଧଳ ସହଯୋଗ କରିଥିଲେ।ପରିଶେଷରେ ସଂଯୋଜକ ବିଶ୍ୱରଞ୍ଜନ ସେଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

No Result
View All Result