ଓଡିଶା ତାଜା ନ୍ୟୁଜ୍ (୧୭ ଅଗଷ୍ଟ ସୋମବାର) ବରଗଡ଼ :- ବରଗଡ଼ କରୋନା ମହାମାରୀ ସମୟରେ କେନ୍ଦ୍ର ସରକାରଙ୍କ ତରଫରୁ ଦେଶର ନିର୍ମାଣ ଶ୍ରମିକ ମାନଙ୍କୁ ୧୫ ଶହ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ବରଗଡ଼ ଜିଲ୍ଲାରେ ପଞ୍ଜିକୃତ ୧ ଲକ୍ଷ ୧ ହଜାର ୨୦୬ ଜଣ ନିର୍ମାଣ ଶ୍ରମିକ ଙ୍କ ପାଇଁ ୧୫ ଶହ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁଦାନ ରାଶି ଆସିଥିଲା । କେନ୍ଦ୍ର ସରକାରଙ୍କ ଏହି ସହାୟତା ରାଶି କୁ ବରଗଡ଼ ଜିଲ୍ଲାରେ ବିଧାୟକ, ମନ୍ତ୍ରୀ ମାନେ ଗ୍ରାମ ପଞ୍ଚାୟତ ମାନଙ୍କୁ ବୁଲି ନିର୍ମାଣ ଶ୍ରମିକ ମାନଙ୍କୁ ଚେକ୍ ପ୍ରଦାନ କରିଥିଲେ । କିନ୍ତୁ କେନ୍ଦ୍ର ସରକାରଙ୍କ ଠାରୁ ଆସିଥିବା ଏହି ଅନୁଦାନ ଅର୍ଥ ଏବେ ମଧ୍ୟ ଜିଲ୍ଲାର ୧୧ ହଜାର ୬୫୪ ଜଣ ନିର୍ମାଣ ଶ୍ରମିକ ମାନେ ପାଇବାରୁ ବଞ୍ଚିତ ଅଛନ୍ତି । କେତେକ ସ୍ଥାନରେ ନିର୍ମାଣ ଶ୍ରମିକ ମାନଙ୍କ ନାମ ଭିନ୍ନ ବ୍ଲକରେ ଦର୍ଶା ଯାଇଥିବାରୁ ପାଇନଥିବା ବେଳେ ଆଉ କେତେକ ନିର୍ମାଣ ଶ୍ରମିକ ସହାୟତ ରାଶି କୁ ଗ୍ରାମ ପଞ୍ଚାୟତ କ୍ବେରେଟାଇନ ସେଣ୍ଟର ମାନଙ୍କ ରେ ବ୍ଯୟ କରି ଦେଇଥିବାରୁ ରାଜ୍ୟ ସରକାର କ୍ବୋରେଣ୍ଟାଇନ ସେଣ୍ଟର ମାନଙ୍କ ସମସ୍ତ ଖର୍ଚ୍ଚ ପୈଠ କରିନଥିବାରୁ ନିର୍ମାଣ ଶ୍ରମିକ ମାନଙ୍କୁ ବ୍ଲକ ଅଧିକାରୀ ମାନେ ଆର୍ଥିକ ସହାୟତ ଦେଉ ନାହାନ୍ତି ।
ନିର୍ମାଣ ଶ୍ରମିକ ମାନଙ୍କ ସହାୟତ ରାଶି ସିଧାସଳଖ ନିର୍ମାଣ ଶ୍ରମିକ ମାନଙ୍କୁ ଚେକ୍ ଆକାରରେ ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାରଙ୍କ କଡାକଡି ନିର୍ଦ୍ଦେଶ ଥିବା ବେଳେ ବ୍ଲକ କର୍ତ୍ତୃପକ୍ଷ ଏହି ଟଙ୍କା କୁ ଅନ୍ଯତ୍ର କିଭଲି ଖର୍ଚ୍ଚ କଲେ ବୋଲି ଶ୍ରମିକ ମାନେ ପ୍ରଶ୍ନ କରିଛନ୍ତି । ଆସନ୍ତା ତା ୨୩.୮ ରିଖ ଦିନ ପଶ୍ଚିମ ଓଡିଶା ର ଗଣପର୍ବ ନୁଆଁଖାଇ ଥିବାବେଳେ ତୁରନ୍ତ ଶ୍ରମିକ ମାନଙ୍କୁ ତାଙ୍କ ସହାୟତ ପ୍ରଦାନ କରିବା ପାଇଁ ନିର୍ମାଣ ଶ୍ରମିକ ମାନେ ଦାବି କରିଛନ୍ତି । ଗତ ୪ ମାସ ହେଲା ଏହି ଅର୍ଥ ଆସିଥିବା ବେଳେ ପାଇକମାଲ ବ୍ଲକ କେରେଙ୍ଗଲାବାହାଲ ଗ୍ରାମର ୪୦ ଜଣ ନିର୍ମାଣ ଶ୍ରମିକ ଏହି ଟଙ୍କା ପାଇବା ପାଇଁ ବ୍ଲକ ବିଡିଓ ଙ୍କୁ ୨ମାସ ତଳୁ ଲେଖି ଜଣାଇଥିଲେ ମଧ୍ୟ ଅଧିକାରୀ ମାନେ ଭୁଆଁ ବୁଲାଉଛନ୍ତି । ଆଜି ପାଖାପାଖି ୨୦ ଜଣ ନିର୍ମାଣ ଶ୍ରମିକ ସର୍ବ ଶ୍ରୀ ଚୁତର୍ଭୁଜ ବରିହା,ହରିବୋଲ ସାହୁ,ଜେଠ କୁମାରୀ ନେଗୀ,ଅଙ୍ଗତ ରଣା,ଧନପତି ସାହୁ, ଝେସ କେତନ ସାହୁ,ଭାରତୀ ସାହୁ, ଭବନେଶ୍ବର ରଣା,ନୁଆଁ ବୋଲ ରଣା ଆଦି ପଦ୍ମପୁର ଡେପୁଟି କଲେକ୍ଟର ଦିପ୍ତମୟୀ ଭୁଏ ଓ ପାଇକମାଲ ଥାନା ଡିଏସପି ଦିନେଶ ଚନ୍ଦ୍ର ନାୟକ ଙ୍କୁ ପାଇକମାଲ ବ୍ଲକ ସାମ୍ନାରେ ଆସନ୍ତା ତା ୨୧. ୦୮ ରିଖ ଦିନ ଧାରଣା ଦେବେ ବୋଲି ଲିଖିତ ଜଣାଇଛନ୍ତି ।(ରିପୋର୍ଟ – ସତ୍ୟ ନାରାୟଣ ପ୍ରଧାନ)