୨୮ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :-> ବିରିଡି ବ୍ଲକ ସଭା ଗୃହରେ ଶୁକ୍ରବାର ପୋଷଣ ମାସ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି l କାର୍ଯ୍ୟକ୍ରମ କୁ ବ୍ଲକ ଅଧ୍ୟକ୍ଷା ମମତା ପତ୍ର ଉଦ୍ଘାଟନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସିଡିପିଓ ଦେବକୀ ପଟେଲ, ମିଶନ ଶକ୍ତିର ପ୍ରକଳ୍ପ ସଂଯୋଜକ ବିଜୟ କୁମାର ରଣା, ସହ ସଂଯୋଜକ ଡମ୍ବରୁ ଧର ସାହୁ, ସୁପର ଭାଇଜର ପ୍ରତିମା ସ୍ୱାଇଁ, କୁନୀଲତା ମହାନ୍ତି, ସୁକାନ୍ତି ପୃଷ୍ଟି ଯୋଗଦେଇଥିଲେ l

ସିଡିପିଓ ପଟେଲ କାର୍ଯ୍ୟକ୍ରମ ର ଲକ୍ଷ ଉଦେଶ୍ୟ ସମ୍ପର୍କରେ କହିଥିଲେ l ଏହି ବ୍ଲକରେ ଶିଶୁ ମାତୃ ମୃତୁ ହାର ରୋକିବା ସହିତ ଅପପୃଷ୍ଟି ହାର ରୋକିବା ଦିଗରେ ଅଙ୍ଗନବାଡି କର୍ମୀ ଙ୍କ ଭୂମିକା ଦାଇତ୍ୱ ଓ କର୍ତବ୍ୟ ସମ୍ବନ୍ଧରେ ଆଲୋକ ପାତ କରିଥିଲେ l ପ୍ରକଳ୍ପ ସଂଯୋଜକ ରଣା ଶିଶୁ ମାନଙ୍କର ଶାରୀରିକ ବିକାଶ ପାଇଁ ଖାଦ୍ୟରେ ପୃଷ୍ଟିସାର,

ସ୍ନେହସାର, ଶ୍ୱେତସାର ଓ ଧାତବ ଲବଣ ଉପରେ ଗୁରୁତ୍ୱ ଆରୋପ କରିବାସହିତ କିଶୋରୀ ବାଳିକା ମାନଙ୍କ ପାଇଁ ସରକାରଙ୍କ ଯୋଜନା ଓ ସୁବିଧା ସୁଯୋଗ ଉପରେ ଆଲୋକ ପାତ କରି ଥିଲେ l ଏହି କାର୍ଯ୍ୟକ୍ରମ ରେ ବ୍ଲକର 7ଟି ସେକ୍ଟରର ଅଙ୍ଗନବାଡି କର୍ମୀ ମାନେ ପୋଷଣ ସମ୍ବନ୍ଧୀୟ ଖାଦ୍ୟ ପଦାର୍ଥ ପ୍ରଦର୍ଶିତ କରିଥିଲେ l ଅଧ୍ୟକ୍ଷା ପାତ୍ର କିଶୋରୀବାଳିକା, ସୁସ୍ଥ ଶିଶୁ ଓ ଅଙ୍ଗନବାଡି କର୍ମୀଙ୍କୁ ଟ୍ରଫି ସହ ପୁରସ୍କୃତ କରିଥିଲେ l