ଓଡିଶା ତାଜା ନ୍ୟୁଜ୍ (୧୭ ଅଗଷ୍ଟ ସୋମବାର) ମୟୁରଭଞ୍ଜ ,ବେତନଟୀ :- ଅଭିନଵ ଉପାୟରେ ଗଞ୍ଜେଇ ଚାଲାଣ ବେଳେ ଆନ୍ତଃରାଜ୍ୟ ରାକେଟକୁ ମାଡିବସିଲା ବେତନଟୀ ପୋଲିସ । ବିପୁଳ ପରିମାଣର ଗଞ୍ଜେଇ ନେବା ଅବସ୍ଥାରେ ବେତନଟୀ ପୋଲିସ ରଂଗେ ହାତ ଧରିଛି ।
ଗଞ୍ଜେଇ ସହିତ ପିକପ ଭ୍ୟାନ ଓ ଦୁଇ ଜଣକୁ ଗିରଫ ବେତନଟୀ ଆଇଆଇସି କରିଛନ୍ତି । ଜବତ ସମୟରେ ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ । (ରିପୋର୍ଟ-ଦୀପ୍ତିମାନ ପତି )