ଓଡିଶା ତାଜା ନ୍ୟୁଜ୍ (୧୭ ଅଗଷ୍ଟ ସୋମବାର) ଢେଙ୍କାନାଳ :- ଜିଲ୍ଲାରେ ଆଜି ନୂଆ ୧୮ ଚିହ୍ନଟ ମଧ୍ୟରୁ କେବଳ ୯ ଜଣ ଢେଙ୍କାନାଳ ଟାଉନ୍ ରୁ ଚିହ୍ନଟ ହୋଇଛନ୍ତି ଏବଂ ୭୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି । ଆଜିସୁଦ୍ଧା ୯୨୧ ଜଣ ଆକ୍ରାନ୍ତ ହୋଇଥିବାବେଳେ ୫୭୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣେ ମୃତ୍ୟୁବରଣ କରିଥିବାବେଳେ ୩୪୮ ଜଣ ଚିକିତ୍ସାଧୀନ ଅଛନ୍ତି । ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ଢେଙ୍କାନାଳ ପୌରାଞ୍ଚଳ ଦକ୍ଷିଣକାଳୀ ରୁ ୭ ଜଣ, ରିଜର୍ଭ ପୋଲିସ ଲାଇନ୍ ରୁ ୨ ଜଣ ଭୁବନ ଏନ୍ ଏ ସି ରୁ ୩ ଜଣ, ସଦର ବ୍ଲକ ବାଲିଆମ୍ବା ଓ ଜେନାସାହୁ ପାଟଣାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ଗନ୍ଦିଆ ବ୍ଳକ ପିଙ୍ଗୁଆ ଗ୍ରାମରୁ ୨
ଜଣ, ଓଡ଼ାପଡ଼ା ବ୍ଲକ ଗୁଣ୍ଡିଚା ପଡ଼ାରୁ ଜଣେ ଏବଂ ପାନମୁର୍ଗା ଅଞ୍ଚଳର ଜଣେ ବ୍ୟକ୍ତି ଏସ୍ ସି ବି ମେଡିକାଲ କଲେଜରେ ଚିକିତ୍ସାଧୀନ ଅବସ୍ଥାରେ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୭ ଜଣ ହୋମ୍ କ୍ଵାରେଣ୍ଟାଇନରୁ, ୧୦ ଜଣ ଆଣ୍ଟିଜେନ୍ ଟେଷ୍ଟ୍ ଦ୍ଵାରା ଚିହ୍ନଟ ହୋଇଥିବାବେଳେ ଜଣେ ବ୍ୟକ୍ତି ଏସ୍ ସି ବି ମେଡିକାଲ କଲେଜରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କୁ ଢେଙ୍କାନାଳ କୋଭିଡ୍ ହସ୍ପିଟାଲ୍ ଓ ଗୋବିନ୍ଦପୁର ହେଲଥ୍ ସେଣ୍ଟର କୁ ପଠାଯାଇଛି । ସେମାନେ ରହୁଥିବା ସଂଲଗ୍ନ ଅଞ୍ଚଳକୁ ବିଶୋଧନ କରାଯାଇଛି । (ରିପୋର୍ଟ-ଅମର ରଞ୍ଜନ ଦାସ)