No Result
View All Result
୨୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋଣାର୍କ :-> ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଐତିହ୍ୟ ସୁପର ବାଇକ ରାଲିକୁ କୋଣାର୍କରେ ସ୍ୱାଗତ କରାଯାଇଥିଲା । ଏହି ରାଲି ଧଉଳିରୁ ବାହାରି ପୁରୀ ମାଳତୀପାଟପୁର ବେଳାମାର୍ଗ ଦେଇ କୋଣାର୍କରେ ପହଞ୍ଚିଥିଲା । ୪୭ବାଇକ ରାଇଡର ଏଥିରେ ଯୋଗଦେଇଥିଲେ । ଏଠାରେ ପହଞ୍ଚିବା ପରେ ମୁକ୍ତାକାଶ ରଙ୍ଗମଞ୍ଚ ପରିସରରେ ସ୍ବାଗତ କରାଯାଇଥିଲା ।
ପରେ ଏକ ସଭାର ଆୟୋଜନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର,ପୁରୀ ସାଂସଦ ସମ୍ବିତ ପାତ୍ର, କୋଣାର୍କ ଏନ୍ଏସି ଅଧ୍ୟକ୍ଷା ସଂଯୁକ୍ତା ତ୍ରୀପାଠୀ, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସମର୍ଥ ବର୍ମା ପ୍ରମୁଖ, ଅତିରିକ୍ତ ଜିଲ୍ଲାପାଳ କୈଳାସ ନାୟକ ପ୍ରମୁଖ ଯୋଗଦେଇଥିଲେ ।
ଏହି ଅବସରରେ ଜାଭିଅର କଲେଜ ଅଫ ହୋଟେଲ ମ୍ୟାନେଜେମେଣ୍ଟ, ଭଗବତୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ବିଦ୍ୟାଳୟର ଛାତ୍ରଛାତ୍ରୀ,ସ୍ବଛସାଥି ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମକୁ କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ ଓ ସମସ୍ତ କର୍ମଚାରୀ ପ୍ରମୁଖ ପରିଚାଳନା କରିଥିଲେ ।

No Result
View All Result