No Result
View All Result
୨୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :-> ଗୋପାଳ ଚନ୍ଦ୍ର ପ୍ରହରାଜ ପୂର୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ରଚନା କରି ଏ ଜାତିର ଐତିହାସିକ ଆବଶ୍ୟକତା କୁ ପୂରଣ କରିଥିଲେ l ସେ ଦୀର୍ଘ 9ବର୍ଷ ଧରି ଅକ୍ଲାନ୍ତ ପରିଶ୍ରମକରି ଓଡ଼ିଆ ଭାଷାର ପ୍ରଚଳିତ, ଅପ୍ରଚଳିତ, ଲୋକକଥିତ, ଆଞ୍ଚଳିକ, ବୈଦେଶିକ ଇତ୍ୟାଦିରୁ ମୋଟ 1ଲକ୍ଷ 85ହଜାର ଶବ୍ଦକୁ ଆବିଷ୍କାର କରି 9503ପୃଷ୍ଠା ପରିବ୍ୟାପ୍ତ ସାତ ଖଣ୍ଡରେ ଏହି ବିଶାଳ ଭାଷାକୋଷ ପ୍ରଣୟନ କରିଥିଲେ l ଯାହା ଭାରତୀୟ ସାହିତ୍ୟ ଇତିହାସର ଏକ ଅନତିକ୍ରମ ଅଧ୍ୟାୟl ଭାଷାକୋଷ ବ୍ୟତୀତ ଉତ୍କଳ କାହାଣୀ 1ମ ଓ 2ୟ ଭାଗ, ଭାଗବତ ଟୁଙ୍ଗୀରେ ସନ୍ଧ୍ୟା, ବାଇମହାନ୍ତିଙ୍କ ପାଞ୍ଜି, ଧୋରେ ବାଇଆ ଧୋ,
ଦୁନିଆର ହାଲଚାଲ, ନନାଙ୍କ ବସ୍ତାନି, ବାଇଦାସ ଙ୍କ ଭଜନ ଇତ୍ୟାଦି ତାଙ୍କର ଉଲେଖନୀୟ ରଚନାବଳି l ଏହି ଯଶସ୍ବୀ ସାରସ୍ୱତ ସାଧକଙ୍କ ଭାଷାପ୍ରିତି ହେତୁ ଓଡ଼ିଆ ସାହିତ୍ୟର ମାନ ବିଶ୍ୱ ସାହିତ୍ୟ ସମକକ୍ଷ ହେବାରେ ସହାୟକ ହୋଇପାରିଛି ବୋଲି ଓଡିଶା ସାହିତ୍ୟ ଏକାଡେମୀ ଓ ପ୍ରହରାଜ ପ୍ରତିଭା ପୂଜlପରିଷଦଙ୍କ ମିଳିତ ଆନୁକୂଲ୍ୟରେ ଶୁକ୍ରବାର କନ୍ଦରପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଆୟୋଜିତ ପୂର୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ପ୍ରଣେତା ଗୋପାଳ ଚନ୍ଦ୍ର ପ୍ରହରlଜ ଙ୍କ 150ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ଉପଲକ୍ଷେ ଆୟୋଜିତ ସଭାରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି l
ପ୍ରହରାଜ ପ୍ରତିଭା ପୂଜା ପରିଷଦର ସଭାପତି ପ୍ରତାପ ଚନ୍ଦ୍ର ବେହେରା ଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ସାହିତ୍ୟିକା ଡ଼ଃ ଶକୁନ୍ତଳା ବଳିୟାରସିଂହ, ମୁଖ୍ୟ ବକ୍ତା ଭାବେ ସାହିତ୍ୟିକା ଅନୁସୂୟା ମିଶ୍ର, ବିଶିଷ୍ଟ ଅଥିତି ଭାବେ ପରିଷଦର ଉପଦେଷ୍ଟା ବିଜୟ ଚନ୍ଦ୍ର ଜେନା ସମାନୀୟ ଅତିଥି ଭାବେ ସାହିତ୍ୟିକା କାନନବାଳା ପଟନାୟକ, ଯୋଗଦେଇ ଉପରୋକ୍ତ ବକ୍ତବ୍ୟ ପ୍ରଦାନ କରିଥିଲେ l ଅତିଥି ପରିଚୟ ଦେଇଥିଲେ କବି ପିତାମ୍ବର ମହାପାତ୍ର,
ସ୍ୱାଗତ ଭାଷଣ ସାହିତ୍ୟ ଏକାଡେମୀର ଉପସଚିବ ସଞ୍ଜୟ କୁମାର ଛୁଆଳସିଂ, ବାର୍ଷିକ ବିବରଣୀ ପାଠ କରିଥିଲେ ପରିଷଦର ସମ୍ପାଦକ ପିୟୁଷ ରଞ୍ଜନ ପରିଡା, ପ୍ରାରମ୍ଭରେ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ l ଏହି ଅବସରରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା l ଶେଷରେ ପ୍ରାବନ୍ଧିକ ଦୂର୍ଗା ପ୍ରସାଦ ଆଚାର୍ଯ୍ୟ ଙ୍କୁ ପ୍ରହରାଜ ସାହିତ୍ୟ ସମ୍ମାନ ଓ ଓଡିଶା ରେ ମାଟ୍ରିକ ପରୀକ୍ଷାରେ ସାହିତ୍ୟରେ ସର୍ବୋଚ୍ଚ ନମ୍ବର ରଖିଥିବା କୁମାରୀ ପ୍ରତୀକ୍ଷା ଦେ ଙ୍କୁ ପ୍ରହରାଜ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା l ଶେଷରେ ଧନ୍ୟବାଦ ଦେଇଥିଲେ କବି ବାମଦେବ ସ୍ୱାଇଁ l
No Result
View All Result