ନୟାଗଡ, (ଓଡିଶା ତାଜା ନିଉଜ୍) ଦଶପଲ୍ଲା :– ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଏନେସି ରେ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ଆହାର କେନ୍ଦ୍ର ମାଧ୍ୟମ ରେ ଗରିବ ଲୋକ ଙ୍କୁ ଖାଦ୍ୟ ପ୍ରଦାନ କରାଯାଉଛି ।ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ପାଖରେ ଅଚାନକ ଖବର ଆସି ପହଞ୍ଚିଲା ନିମ୍ନମାନର ଖାଦ୍ୟ ଲୋକ ମାନଙ୍କୁ ବନ୍ଟା ଯାଉଅଛି ଓ ଯଥେଷ୍ଟ ମାତ୍ରା ରେ ଲୋକ ମାନଙ୍କୁ ଖାଦ୍ୟ ଦିଆଯାଉନାହିଁ ଏହି କଥା ଶୁଣି କରି ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ବେହେରା ତତ୍ପର ହୋଇ ଉଠିଲେ । ସଂଗେ ସଂଗେ ଶ୍ରୀଯୁକ୍ତ ବେହେରା ଚଳାଉଥିବା ଗାଡି ଚାଳକ ଙ୍କୁ ଖୋଜିବାକୁ ଲାଗିଲେ ,ରମେଶ ଙ୍କ ପାଖରେ ବସି ଥିବା ଲୋକ ମାନେ ହଠାତ ଦେଖିକରି ଆଶ୍ଚର୍ଯ୍ୟ ହୋଇ ଗଲେ । ନିଜ ନିଜ ଭିତରେ ଫୁସୁରୁ ଫାସର ହେଲେ କହିଲେ ଆମ ବିଧାୟକ ଅଚାନକ କୁଆଡେ ଗ୍ରସ୍ତ କରିବେ କି ! ହଠାତ୍ ରମେଶ ବାହାରି କହିଲେ , ଏନଏସି ଦ୍ବାରା ପରିଚାଳିତ ହେଉଥିବା ଆହାର କେନ୍ଦ୍ର ରେ ଯାଇ ଗାଡି ଲଗାଅ । ସେଠାରେ ରମେଶ ପହଞ୍ଚି କରି ଆହାର କେନ୍ଦ୍ର ରେ ଥିବା ଖାଇବା ପ୍ଲେଟ୍ କୁ ଧରି କରି ଧାଡି ରେ ଠିଆ ହେଲେ । ଓ ତାଙ୍କ କର୍ମୀ ମାନଙ୍କୁ କହିଲେ ତୁମେ ବି ଧାଡି ରେ ଠିଆ ହୁଅ । ଆହାର କେନ୍ଦ୍ର ରେ ଭାତ, ଡାଲମା , ଆଚାର , ତାହା ସହିତ ଲୁଣ ଲଙ୍କା ପାଣିଗ୍ଳାସ୍ ଧରି ଗଲେ ଖାଇବା ପାଇଁ ଖାଦ୍ୟ ଖାଇ ବିଧାୟକ ବହୁ ପ୍ରଶଂସା କରିଥିଲେ । ରମେଶ ଙ୍କ ସାଥିରେ ଏନଏସି ଅଧକ୍ଷା ବବିତା ସାହୁ ଓ ବ୍ଲକ ଅଧକ୍ଷା ସୁନନ୍ଦା ସାହୁ ବିଧାୟକ ଙ୍କ ସହିତ ଆହାର ବି ଖାଇଥିଲେ । ଏହି କେନ୍ଦ୍ରକୁ ସରକାରି ଭାବେ ପ୍ରତିଦିନ ତିନି ଶହ ମିଲସ୍ ଆବଣ୍ଟନ ସକାଶେ ମଞ୍ଜୁରୀ ଥିଲେ ମଧ୍ୟ ଗତ ଚାରି ମାସ ହେଲା ଦୁଇଶହ ପଚାଶ ମିଲସ୍ ନୟାଗଡ଼ ରୁ ଯୋଗାଣ ହେଉଛି । ଦୈନଦିନ ୫୦ ରୁ ୬୦ ଜଣ ଦିନ ମଜୁରିଆ , ବାଟୋଇ , ବହି ରାଗତ ଲୋକେ ଖାଦ୍ୟ ନିଅଣ୍ଟ ଯୋଗୁଁ ଫେରୁଥିବା ସଂପର୍କ ରେ ବିଧାୟକ କହିଥିଲେ ଆହୁରି ଅଧିକ ପଚାଶ ଟି ମିଲସ୍ ବଢ଼ାଇବା ପାଈଁ ବିଧାୟକ ରମେଶ ଚନ୍ଦ୍ର ବେହେରା ପ୍ରତିଶୃତି ଦେଇଥିଲେ । ଓ ତଦାରଖ କରି କହିଥିଲେ ଖାଇବା ପ୍ଲେଟ୍ ଓ ଖାଇବା ହଲ କୁ ପରିଷ୍କାର ପରିଛନ୍ ରଖିବା ପାଈଁ ଖାଦ୍ୟ ବଣ୍ଟନ ରେ ନିଯୁକ୍ତି ପିଲା ମାନଙ୍କୁ ଗ୍ଲୋବ୍ସ୍ ମୁଣ୍ଡରେ ଟୋପି ଲଗାଇ କରି ଆହାର ବଣ୍ଟନ କରିବା ପାଇଁ । ବିଧାୟକ ଙ୍କ ର କଡ଼ା ନିର୍ଦେଶ କୁ ଶୁଣି କରି ଆହାର କେନ୍ଦ୍ର ରେ ଖାଉଥିବା ଲୋକ ମାନେ ବହୁ ପ୍ରଶଂସା କରିଥିଲେ , ଏହା ସହ କହିଥିଲେ ଆମ ବିଧାୟକ ଆହାର କେନ୍ଦ୍ର ବୁଲିଲେ ଓ ଆହାର ଖାଇଲେ । (ଓଡିଶା ତାଜା ନିଉଜ୍) ରିପୋର୍ଟ – ସୋନାଲି