No Result
View All Result
୨୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ସ୍ବଚ୍ଛତା ହିଁ ସେବା ଏହା କଥାରେ ନୁହେଁ କାମରେ କରି ଦେଖାଇବାର ସମୟ ଆସିଯାଇଛି।ଜିଲ୍ଲା ଜଳ ଓ ପରିମଳ ମିଶନ ଆନୁକୁଲ୍ୟରେ ସ୍ବଚ୍ଛତା ର ବାର୍ତ୍ତା ନେଇ ଆଜି ସୂତନ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ମେନକା ବେହେରାଙ୍କ ଅଧ୍ୟକ୍ଷତାରେ ଆଶାଦିଦି, ଅଙ୍ଗନୱାଡି ଦିଦି, ୱାଡମେମ୍ୱର,ସମିତିସଭ୍ୟ, ମିଶନ ଶକ୍ତି ମା ମାନେ ଓ ପଂଚାୟତ ପି ଇ ଓ ଙ୍କୁ ନେଇ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ପୁରୀ – କୋଣାର୍କ ବେଳାଭୂମି ମାର୍ଗରେ ପ୍ରସିଦ୍ଧ ଭଗବାନ ଶିବ ଶଙ୍କର ବାବା ଗରୁଦେଶ୍ୱର୍ ଙ୍କ ପ୍ରାଙ୍ଗଣ ,
ସୂତନ ଗ୍ରାମର ଗ୍ରାମ ଦେବୀ ମା ରୁଦ୍ରାୟଣୀ ପୀଠ ପ୍ରାଙ୍ଗଣ, ଖାଲକଟାପାଟଣା ଗ୍ରାମ ଆଦିରେ ସଫେଇ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଅଛି।କାର୍ଯ୍ୟକ୍ରମ ପରେ ଏକ ସଭାର ଅୟୋଜନ କରାଯାଇ କିଭଳି ମ୍ୟାଲେରିଆ,ଡେଙ୍ଗୁ ଓ ସଂକ୍ରାମକ ରୋଗ ଠାରୁ ଦୂରେଇ ହେବ ସେ ବିଷୟରେ ପଂଚାୟତ ପି ଇ ଓ ରଞ୍ଜିତା ପ୍ରଧାନ ସମସ୍ତଙ୍କୁ ଅବଗତ କରାଇଥିଲେ।ସରପଞ୍ଚ ଶ୍ରୀମତୀ ବେହେରା ପରିବେଶ ସୁରକ୍ଷା ଉପରେ ଗୁରୁତ୍ଵାରୋପ ଦେଇ ସମସ୍ତଙ୍କୁ ନିଜ ଘର ଚାରିପାଖ,
ସାହି ପଡିଶା,ଗାଁ ଆଦି ସଫାସୁତୁରା ରଖିବା ତଥା ଅଳିଆ ଆବର୍ଜନାର ସୂ ପରିଚାଳନା ଉପରେ ନିଜର ବକ୍ତବ୍ୟ ରଖିଥିଲେ । ଶେଷରେ ସମିତି ସଭ୍ୟ କାଶୀନାଥ ନାୟକ ସ୍ବଚ୍ଛତା କିପରି ଆମ ପାଇଁ ଅପରିହର୍ଯ୍ୟ ତାହା ସମସ୍ତଙ୍କୁ ବୁଝାଇଥିଲେ । ସଫେଇ ଓ ସଭା କାର୍ଯ୍ୟକ୍ରମକୁ ଇନ୍ଦୁମତି ନାୟକ, ସଜନୀ ବେହେରା,ଖୁଳନାସୁନ୍ଦରୀ ପ୍ରଧାନ, ରୀନମଣୀ ପ୍ରଧାନ,ସଂଯୁକ୍ତା ବେହେରା ଆଦି ପରିଚାଳନା କରିଥିଲେ ।
No Result
View All Result