୨୬ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାରିପଦା :-> ବାରିପଦା ଷ୍ଟାଡିୟମ ପଡିଆରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଆନୁକୂଲ୍ୟରେ ଓ ଓଡିଶା ଫୁଟବଲ ଏସୋସିଏସନର ସହଯୋଗୀତାରେ ଅନୁଷ୍ଠିତ ସାହାଣୀ କପ - ୨୦୨୪ ର ୨ୟ ଦିନ ଖେଳର ୧ମ ମ୍ୟାଚରେ ଢେଙ୍କାନାଳ ଦଳ ଯାଜପୁର ଦଳକୁ ୨-୧ ଗୋଲରେ ପରାସ୍ତ କରିଛି I ଢେଙ୍କାନାଳ ତରଫରୁ ଅନିଲ ସ୍ୱାଇଁ ୩୮ ମିନିଟ ଓ ମଧୁ ଯାନୀ ୭୫ ମିନିଟରେ ଗୋଲ ଦେଇଥିବା ବେଳେ ଯାଜପୁର ଦଳ ତରଫରୁ ବୃନ୍ଦାବନ ମୁର୍ମୁ ୪୪ ମିନିଟରେ ଏକ ମାତ୍ର ଗୋଲ କରିଥିଲେ I ଉକ୍ତ ଖେଳକୁ ଶେଖବତ ଖାନ, ଲକ୍ଷ୍ମଣ ସେଠ, ଶିବ ସାମନ୍ତ ରାୟ ଓ ବାପୁନ ମହାନ୍ତ ଖେଳ ପରିଚାଳନା କରିଥିଲେ I

ମଧୁ ଯାନୀ ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହୋଇଥିଲେ I ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୂର୍ବତନ ମୟୁରଭଞ୍ଜ ଜିଲ୍ଲାର ପୂର୍ବତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଡଃ ଦେବାଶିଷ ମାରାଣ୍ଡି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ଶ୍ରେଷ୍ଠ ଖେଳାଳି ଶ୍ରୀ ଯାନୀଙ୍କୁ ମହେଶ ମେମୋରିଆଲ ସ୍ମୃତି ସମ୍ମାନ ସ୍ୱରୂପ ୨ ହଜାର ଟଙ୍କା ପ୍ରତ୍ସାହନ ରାଶି ସହ ଉପଢୌକନ ଦେଇ ପୁରସ୍କୃତ କରିଥିଲେ I ବାଲେଶ୍ୱର ଓ ଦେବଗଡ଼ ମଧ୍ୟରେ ହୋଇଥିବା ୨ୟ ମ୍ୟାଚ ୧-୧ ଗୋଲ ବ୍ୟବଧାନରେ ଅମୀମାଂଗସିତ ରହିଥିଲା I ଦେବଗଡ଼ ଦଳର ପିଣ୍ଟୁ ନାଗ ୧୫ ମିନିଟରେ ଗୋଟିଏ ଗୋଲ ଦେଇଥିବା ବେଳେ ବାଲେଶ୍ୱର ଦଳର ମଙ୍ଗଲ ବାନରା ୮୩ ମିନିଟରେ ଗୋଲ ଦେଇ ବରାବର ସ୍ଥିତିକୁ ଆଣିଥିଲେ I

ବିପୁଲ ବିଦ୍ୟାଧର, ସୁଜିତ ରାଜହଂସ, ସୂର୍ଯ୍ୟ ନାରାୟଣ ମିର୍ଦା ଓ ଅନନ୍ତ ଛତ୍ତର ଖେଳ ପରିଚାଳନା କରିଥିବା ବେଳେ ଶିବ ଶଙ୍କର ପଣ୍ଡା ଉଭୟ ଖେଳର ମ୍ୟାଚ କମିଶନର ଭାବେ ଦାୟିତ୍ୱ ତୁଲାଇଥିଲେ I ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୂର୍ବତନ ଉପ ବାଚସ୍ପତି ସାନନ୍ଦ ମାର୍ଣ୍ଡି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ଶ୍ରେଷ୍ଠ ଖେଳାଳି ଶ୍ରୀ ବାନରାଙ୍କୁ ପୁରସ୍କୃତ କରିଥିଲେ I ସମ୍ମାନିତ ଅତିଥି ଭାବେ ବଡ଼ସାହିର ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର ଯୋଗ ଦେଇଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଫାଓ ଉପ ସଭାପତି ଅସିତ ପତି, ମୟୁରଭଞ୍ଜ କ୍ରୀଡା ସଂସଦର ଉପ ସଭାପତି ମନୋଜ କୁମାର ସାଓ, ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ଫୁଟବଲ ସମ୍ପାଦକ ଅମର କୁମାର ସେଠି ଓ ସମସ୍ତ କାଉନସିଲ ସଦସ୍ୟ ଉପସ୍ଥିତ ଥିଲେ I ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I