No Result
View All Result
୨୬ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେତନଟୀ :-> ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବେତନଟୀ ବ୍ଳକର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ତରଫରୁ ଏବିଡିଓ ଗଗନ ବେହେରାଙ୍କୁ ୯ଦଫା ସମ୍ବଳିତଦାବିପତ୍ର ପ୍ରଦାନ କରାଯାଇଅଛି | ସଭାପତି ହରିଶ ଚନ୍ଦ୍ର ନନ୍ଦଗୋସ୍ୱାମୀ ଓ ସଂପାଦକ ସଚ୍ଚିଦାନନ୍ଦ ମହାନ୍ତିଙ୍କ ନେତୃତ୍ଵରେ ଦାବିପତ୍ର ପ୍ରଦାନ କରାଯାଇଥିଲା । ସେଠାରେ ସହକାରୀ ଯନ୍ତ୍ରୀ ସୁଶ୍ରୀ ସୌମ୍ୟଶ୍ରୀ ଭୋଇ ମଧ୍ୟ ଉପସ୍ଥିତ ଥିଲେ ।
ସମସ୍ତ ଅବସରପ୍ରାପ୍ତ କର୍ମଚାରୀଙ୍କୁ ମାସିକ ଚିକିତ୍ସା ଭତ୍ତା ଏବଂ ଏବେ ୮୦ ବର୍ଷ ପରେ ମିଳୁଥିବା ୨୦% ଅଧିକ ପେନ୍ସନ ବଦଳରେ ଏହା ୬୫,୭୦,୭୫ ଓ ୮୦ ବର୍ଷରେ ୫% ଲେଖାଏଁ ଦେବାକୁ ମୂଳ ଦାବୀ ରଖାଯାଇଛି। ଏଥିସହ ରାଜ୍ୟ ସରକାର ବନ୍ଦ କରିଥିବା ପେନସନ ବିଭାଗର ପୁନଃ ପ୍ରଚଳନ,ନୂତନ ପେନସନ ପ୍ରଥା ଉଚ୍ଛେଦ , ୧ଜୁଲାଇରୁ ୪% ମହଙ୍ଗାଭତ୍ତା ଆଗାମୀ ଦୁର୍ଗାପୂଜା ପୂର୍ବରୁ ପ୍ରଦାନ ଆଦି ଅନ୍ତର୍ଭୁକ୍ତ।
ସଂଘର ଉପସଭାପତି ରବୀନ୍ଦ୍ରନାଥ ମିଶ୍ର,ଉପଦେଷ୍ଟା ମଣ୍ଡଳୀ ରାଧାକ୍ରିଷ୍ଣ ପାତ୍ର, ବାସୁଦେବ ନାପିତ, ବିଜୟ କୁମାର ଦ୍ୱିବେଦୀ, ଯତୀନ୍ଦ୍ର ନାଥସାହୁଙ୍କ ସହ ମହେଶ୍ୱର ଷଡଙ୍ଗୀ, ରମାନାଥ ବାରିକ, ଚିତ୍ତରଂଜନ ଖଟୁଆ, ରବୀନ୍ଦ୍ରନାଥ ଖଟୁଆ, ଗଣେଶ ସାହୁ, ରାମଚନ୍ଦ୍ର ପଣ୍ଡା, ପ୍ରମୁଖ ଉପସ୍ଥିତ ଥିଲେ । ଏ ସମସ୍ତ ଦାବୀ ପୂରଣ ନ ହେଲେ ଆଗାମୀ ନଭେମ୍ବର ୨୫ ତାରିଖଠାରୁ ରାଜ୍ୟସଂଘର ନିଷ୍ପତ୍ତି କ୍ରମେ ବ୍ଳକ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାର ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଶେଷରେ ସଂପାଦକ ସଚ୍ଚିଦାନନ୍ଦ ମହାନ୍ତି ଉପସ୍ଥିତ ସାମ୍ବାଦିକ, ସମାଜସେବୀ, ସଂଘର କର୍ମକର୍ତ୍ତା ଓ ସଦସ୍ୟ ବୃନ୍ଦଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
No Result
View All Result