• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବୟସ୍କ ବ୍ୟକ୍ତିଙ୍କ ନିମନ୍ତେ ଯକ୍ଷ୍ମା ପ୍ରତିଷେଧକ ବିସିଜି ଟୀକାକରଣର ଜିଲ୍ଲାସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ନିମନ୍ତେ ଜିଲ୍ଲା ଟାସ୍କ ଫୋର୍ସ କମିଟିର ବୈଠକ

Proprietor Abhimanyu Maharana by Proprietor Abhimanyu Maharana
September 27, 2024
in ଓଡ଼ିଶା, ମୟୁରଭଞ୍ଜ, ହୋମ୍
0
ବୟସ୍କ ବ୍ୟକ୍ତିଙ୍କ ନିମନ୍ତେ ଯକ୍ଷ୍ମା ପ୍ରତିଷେଧକ ବିସିଜି ଟୀକାକରଣର ଜିଲ୍ଲାସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ନିମନ୍ତେ ଜିଲ୍ଲା ଟାସ୍କ ଫୋର୍ସ କମିଟିର ବୈଠକ
Share on FacebookShare on TwitterWhatsapp

୨୬ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାରିପଦା  :-> ମୟୂରଭଞ୍ଜ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ପ୍ରାପ୍ତ ବୟସ୍କ ବ୍ୟକ୍ତିଙ୍କ ନିମନ୍ତେ ଯକ୍ଷ୍ମା ପ୍ରତିଷେଧକ ବିସିଜି ଟୀକାକରଣର ଜିଲ୍ଲାସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ନିମନ୍ତେ ଜିଲ୍ଲା ଟାସ୍କ ଫୋର୍ସ କମିଟିର ବୈଠକ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ବିଭୁତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଗୁରୁବାର ଦିନ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକ ଅନୁଯାୟୀ ଜିଲ୍ଲାର ପ୍ରତ୍ୟେକ ୬୦ ବର୍ଷରୁ ଉର୍ଦ୍ଧ୍ବ ବୟସର ସମସ୍ତ ବ୍ୟକ୍ତି ମାନଙ୍କ ସମେତ ୧୮ ବର୍ଷରୁ ୬୦ ବର୍ଷ ବୟସ ମଧ୍ୟରେ ଥିବା ବ୍ୟକ୍ତିଙ୍କ ଚିହ୍ନଟ ଓ କେତେକ ନିର୍ଦ୍ଧିଷ୍ଟ ଯୋଗ୍ୟ ବ୍ୟକ୍ତି ଏହି ପ୍ରତିଷେଧକ ଟିକା ନେଇ ପାରିବେ ସେ ବିଷୟରେ ଏବଂ ଜିଲ୍ଲାରେ ଏହି କାର୍ଯ୍ୟ କିଭଳି ପ୍ରସାରିତ ହେବ ସେ ବିଷୟରେ ଆଲୋଚନା ହୋଇଥିଲା ।

ସୂଚନା ଥାଉ ଯେ, ଭାରତରେ ଶିଶୁର ଜନ୍ମ ସମୟରେ ଓ ଶିଶୁ ଜନ୍ମର ୧ ବର୍ଷ ମଧ୍ୟରେ ବି.ସି.ଜି. ଟୀକା ଦିଆଯାଉଛି, ଏବଂ ଏଥିରୁ ସ୍ପଷ୍ଟ ଭାବରେ ଜଣାଯାଏ ଯେ ଏହି ଟୀକା ଶିଶୁମାନଙ୍କୁ ଯକ୍ଷ୍ମାର ଗୁରୁତର ରୂପରୁ ସୁରକ୍ଷା ଦେଉଛି। ବର୍ତ୍ତମାନ ତଥ୍ୟରୁ ଜଣାଯାଇଛି ଯେ ବୟସ୍କ ଲୋକଙ୍କୁ ବି.ସି.ଜି. ଟୀକା ଦେଲେ ସେମାନଙ୍କର ରୋଗ ପ୍ରତିରୋଧକ କ୍ଷମତା ଆହୁରି ଅଧିକ ବଢୁଛି ଏବଂ ଏହା ସେମାନଙ୍କୁ ଆହୁରି ୧୦ ରୁ ୧୫ ବର୍ଷ ପର୍ଯ୍ୟନ୍ତ ଯକ୍ଷ୍ମା ରୋଗରୁ ବଞ୍ଚାଇ ପାରିବ। ଏଣୁ ଏହାକୁ ପ୍ରତ୍ୟେକ ଗ୍ରାମ ଠାରୁ ଆରମ୍ଭ କରି ସମଗ୍ର ଜିଲ୍ଲାରେ କିଭଳି ପ୍ରଣୟନ କରି ହେବ ଏବଂ ସେ ବିଷୟରେ ଜିଲ୍ଲା ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ପରିଚାଳନା ୟୁନିଟ୍ ର କର୍ମକର୍ତ୍ତା ସମଗ୍ର ଜିଲ୍ଲାରେ କିଭଳି ପ୍ରଚାର ପ୍ରସାର କରିବେ ସେ ବିଷୟରେ ବିଶଦ ଆଲୋଚନା ହୋଇଥିଲା।

ଜିଲ୍ଲାରେ ଏହି ପ୍ରାପ୍ତ ବୟସ୍କ ବ୍ୟକ୍ତିଙ୍କ ନିମନ୍ତେ ଯକ୍ଷ୍ମା ପ୍ରତିଷେଧକ ବିସିଜି ଟୀକାକରଣ ହିଦାଧିକାରୀଙ୍କ ସଂଖ୍ୟା ୪୬୮୬୯୯ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୬୦ ପ୍ରତିଶତ ଜନସାଧାରଣ ଏଥି ନିମନ୍ତେ ପଞ୍ଜିକରଣ କରି ସାରିଛନ୍ତି । ମୟୂରଭଞ୍ଜ ଜିଲ୍ଲା ପାଇଁ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସ୍ତରରେ ମାନ୍ୟବର ମନ୍ତ୍ରୀ ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାର୍ବଜନୀନ ଉଦ୍ୟୋଗ ବିଭାଗ, ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର ସୁଳିଆପଦା ବ୍ଲକ ଅନ୍ତର୍ଗତ କୋଷ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଉଦ୍ଘାଟନ କରିବାକୁ ଥିବା ବେଳେ ସମସ୍ତ ବ୍ଲକରେ ଏହି କାର୍ଯ୍ୟକ୍ରମ ଆସନ୍ତା ୨୮ ତାରିଖ ଦିନ ଉଦ୍ଘାଟନ କରାଯିବ।

ଉକ୍ତ ବୈଠକରେ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଅଭୟ କୁମାର ଦାଶ, ବାରିପଦା ପୌରପାଳିକା ନିର୍ବାହୀ ଅଧିକାରିଣୀ ଡଃ ମଧୁସ୍ମିତା ସାମନ୍ତରାୟ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ସିଂକୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣିଙ୍କ ସମେତ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଅନ୍ୟାନ୍ୟ କର୍ମକାର୍ତ୍ତା ମାନେ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟଯେ, ବି.ସି.ଜି. ଟୀକା ନିର୍ଦ୍ଧାରିତ ଅଞ୍ଚଳର ଟୀକାକରଣ କେନ୍ଦ୍ରରେ ବିନା ମୂଲ୍ୟରେ ଉପଲବ୍ଧ।ବୟସ୍କ ବି.ସି.ଜି. ଟୀକା ଅଭିଯାନ ସମୟରେ ୩ ମାସ ସମୟ ମଧ୍ୟରେ ଏହି ଟୀକା ଦିଆଯିବ। ଜନସାଧାରଣଙ୍କ ଅଧିକ ସୂଚନା ପାଇଁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର ବା ସ୍ୱାସ୍ଥ୍ୟ କର୍ମୀ ବା ଆଶା ଦିଦିଙ୍କ ସହିତ ଯୋଗାଯୋଗ କରିବା ଉଚିତ ଅଥବା ଦେୟମୁକ୍ତ ହେଲ୍ପଲାଇନ ନଂ ୧୮୦୦-୧୧-୬୬୬୬ରେ ଯୋଗାଯୋଗ କରାଯିବ ବୋଲି ଜିଲ୍ଲା ପ୍ରଶାସନ ନିବେଦନ କରିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଷ୍ଟାଇଲ ବଜାର ପକ୍ଷରୁ ଭୁବନେଶ୍ୱରରେ ସଂସ୍କୃତି, ସିନେମା ଓ ସମୁଦାୟକୁ ପାଳନ କରିବା ପାଇଁ ଓଡିଆ ଫିଲ୍ମ ବିନ୍ଦୁସାଗର ସହ ସହଭାଗିତା

ଷ୍ଟାଇଲ ବଜାର ପକ୍ଷରୁ ଭୁବନେଶ୍ୱରରେ ସଂସ୍କୃତି, ସିନେମା ଓ ସମୁଦାୟକୁ ପାଳନ କରିବା ପାଇଁ ଓଡିଆ ଫିଲ୍ମ ବିନ୍ଦୁସାଗର ସହ ସହଭାଗିତା

April 25, 2026
ଓଡ଼ିଶାରେ ଆୟୋଜିତ ହେବ ୨୦୨୬–୨୭ ଜୁନିୟର ଓ ସିନିୟର ଜାତୀୟ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ଚାମ୍ପିଅନସିପ୍

Odisha to Host 2026–27 Junior & Senior Artistic Gymnastics National Championships

April 25, 2026
ଓଡ଼ିଶାରେ ଆୟୋଜିତ ହେବ ୨୦୨୬–୨୭ ଜୁନିୟର ଓ ସିନିୟର ଜାତୀୟ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ଚାମ୍ପିଅନସିପ୍

ଓଡ଼ିଶାରେ ଆୟୋଜିତ ହେବ ୨୦୨୬–୨୭ ଜୁନିୟର ଓ ସିନିୟର ଜାତୀୟ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ଚାମ୍ପିଅନସିପ୍

April 24, 2026
XIM University, Bhubaneswar celebrates its 10th Undergraduate Convocation with elegance and pride!

XIM University, Bhubaneswar celebrates its 10th Undergraduate Convocation with elegance and pride!

April 24, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଷ୍ଟାଇଲ ବଜାର ପକ୍ଷରୁ ଭୁବନେଶ୍ୱରରେ ସଂସ୍କୃତି, ସିନେମା ଓ ସମୁଦାୟକୁ ପାଳନ କରିବା ପାଇଁ ଓଡିଆ ଫିଲ୍ମ ବିନ୍ଦୁସାଗର ସହ ସହଭାଗିତା

ଷ୍ଟାଇଲ ବଜାର ପକ୍ଷରୁ ଭୁବନେଶ୍ୱରରେ ସଂସ୍କୃତି, ସିନେମା ଓ ସମୁଦାୟକୁ ପାଳନ କରିବା ପାଇଁ ଓଡିଆ ଫିଲ୍ମ ବିନ୍ଦୁସାଗର ସହ ସହଭାଗିତା

April 25, 2026
ଓଡ଼ିଶାରେ ଆୟୋଜିତ ହେବ ୨୦୨୬–୨୭ ଜୁନିୟର ଓ ସିନିୟର ଜାତୀୟ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ଚାମ୍ପିଅନସିପ୍

Odisha to Host 2026–27 Junior & Senior Artistic Gymnastics National Championships

April 25, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version