No Result
View All Result
୨୬ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ସମଗ୍ର ରାଜ୍ୟରେ ଗତ କିଛି ଦିନ ହେଵ ବିଜେପି ର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି l ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାଇ ଗତ ବୁଧୁବାର ମଧ୍ୟାର୍ହ୍ନ ରେ ନିମାପଡା ବିଧାୟିକା ତଥା ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଙ୍କ ଗୋପ ଅଞ୍ଚଳ କୁ ଗସ୍ତ କରୁଥିଲେ l ବିଗତ ରଥ ଯାତ୍ରା ସମୟ ପୂର୍ବରୁ ନିମାପଡା, ଗୋପ,କୋଣାର୍କ ଆଦି ସ୍ଥାନର କିଛି ରାସ୍ତା ଗୁଡିକ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବାରୁ ଯାତାୟାତ ରେ ଘୋର ସମସ୍ୟା ହେଉଥିଲା l

ସେହିଭଳି ଅବସ୍ଥାରେ ଶ୍ରୀମତୀ ପରିଡା ଙ୍କ ଗୋପ ଅଞ୍ଚଳରେ ବିଜେପି ସଦସ୍ୟତା ଅଭିଯାନ ପାଇଁ ଦୃତ ଗତି ରେ ଆସୁଥିବା ସୁରକ୍ଷା କର୍ମୀ ଙ୍କ ଗାଡି ଟି ଦୃଘଟଣା ଗ୍ରସ୍ତ ହୋଇଥିଲା l ଗୋପ ପି ଏନ ବି ପାଖରେ ନିଗମାନନ୍ଦ ସରକାରୀ ସ୍କୁଲ ରେ ଅଧୟନରତ ସ୍କୁଲ ଛାତ୍ରୀ ଙ୍କୁ ଶ୍ରୀମତୀ ପରିଡା ଙ୍କ ସୁରକ୍ଷା କର୍ମୀ ଙ୍କ ଗାଡି ଧକ୍କା ଦେଇଥିଲା l ଯାହାଫଳରେ କୀ ସ୍ଥାନୀୟ ବ୍ୟକ୍ତି ଙ୍କ ଦ୍ଵାରା ସ୍କୁଲ ଛାତ୍ରୀଙ୍କୁ ଗୋପ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା l

ଶ୍ରୀମତୀ ପରିଡା ଙ୍କ ସୁରକ୍ଷା ଦାୟିତ୍ୱ ଥିବା ବ୍ୟକ୍ତି ଙ୍କୁ ସୂଚିତ କଲା ପରେ ଶ୍ରୀମତୀ ପରିଡା କାର୍ଯ୍ୟକ୍ରମ ଅଧାରୁ ଗୋପ ହସ୍ପିଟାଲ କୁ ଆସିଥିଲେ l ସ୍କୁଲ ଛାତ୍ରୀ ଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆଣିବାପାଇଁ ଡକ୍ଟର ଙ୍କ ସହିତ ଆଲୋଚନା ପରେ ଭୁବନେଶ୍ୱର ସ୍ଥିତ ସମ ଅଲ୍ଟିମେଟ କୁ ପଠାଇଥିଲେ ଅଧିକା ଚିକିତ୍ସା ସୁବିଧା ପାଇଁ l ସାଧାରଣ ରେ ପ୍ରଶ୍ନ ଉଠୁଛି ଶ୍ରୀମତୀ ପରିଡାଙ୍କ ସୁରକ୍ଷା କର୍ମୀ ଙ୍କ ଗାଡି ଟି ଯଦି ଛୋଟିଆ ଛୁଆ ଟିକୁ ସୁରକ୍ଷା କ୍ଷେତ୍ରରେ ଅସମର୍ଥ୍ୟ, ତେବେ ଉପ ମୁଖ୍ୟମନ୍ତ୍ରୀ ଙ୍କୁ କେତେ ସୁରକ୍ଷା ପ୍ରଦାନ କରୁଥିବ l

ଆଜି କା ଦିନରେ ଯଦି ରାସ୍ତା ଘାଟ ଆଦି ସ୍ଥାନ ଗୁଡିକ ସବୁ ଭଲ ଥାନ୍ତା ତେବେ ହୁଏତ ଉପ ମୁଖ୍ୟମନ୍ତ୍ରୀ ଙ୍କ ଏସ କଟ ଗାଡି ଟି ସ୍କୁଲ ଛାତ୍ରୀଙ୍କୁ ଧକ୍କା ଦେଇନଥାନ୍ତା l ଆଗାମୀ ଦିନ ରେ ଯଦି ଖାଲ ଖମ୍ମା ରାସ୍ତା ଗୁଡିକ ର ନବୀକରଣ କରାନଗଲେ ତେବେ ଏମିତି ଦୃଘଟଣା କ୍ରମଶଃ ବୃଦ୍ଧି ପାଉଥିବ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି l
No Result
View All Result