No Result
View All Result
ଏ ସମ୍ପର୍କରେ ସୂଚନା ଅଧିକାରୀ କର୍ମୀ ସନ୍ତୋଷ ନାୟକ : ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଙ୍କୁ ଏକ୍ସ ମାଧ୍ୟମରେ ଅବଗତ କରାଇଛନ୍ତି ।
୨୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ପୁରୀ ଜିଲ୍ଲା ଗୋପ ବ୍ଲକ ଅଣ୍ଡରାଇଛାପୂର୍ ପଞ୍ଚାୟତ ର ବଡ଼ ମଠ ସାହି ଗ୍ରାମର ଚିତ୍ରସେନ ରାଉତ (୪୫) ଗାଈ ପାଇଁ ଘାସ ଆଣିବାକୁ ଯାଇଥିଲେ । ଘାସ କାଟି ଆଣି ଫେରୁଥିବା ବେଳେ ବୁଧବାର ଦିନ ସକାଳ ୯ ଟା ୩୦ ମିନିଟ ସମୟରେ କଳା ମେଘ ଘୋଟେଇ ଆସି ହଠାତ୍ ଏକ ବଡ଼ ଘଡଘଡି ମାରିଥିଲା । ଯାହା ଫଳରେ ଚିତ୍ରସେନ ରାଉତ ସେହି ବଜ୍ରାଘାତ ଆଘାତରେସେଠାରେ ଟଳି ପଡ଼ିଥିଲେ । ସେହି ନିକଟରେ ଅନ୍ୟ ବିଲରେ କାମ କରୁଥିବା ଲୋକ ଦେଖି ଘଟଣା ସ୍ଥଳରେ ପହଞ୍ଚି ଚିତ୍ରସେନ ରାଉତ କୁ ଉଦ୍ଧାର କରି ଗୋପ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।
ଚିତ୍ରସେନ ରାଉତ ଙ୍କ ଘରେ ସ୍ତ୍ରୀ ସହ କଲେଜରେ ପଢୁଥିବା ଗୋଟିଏ ପୁଅ ଏବଂ ସ୍କୁଲରେ ପଢୁଥିବାଗୋଟିଏ ଝିଅ କୁ ନେଇ ପରିବାର ଚଳି ଆସୁଥିଲା । ଚିତ୍ରସେନ ରାଉତ ଚାଷ କରି ପରିବାର ପୋଷଣ କରୁଥିଲେ । ତାଙ୍କର ଏପରି ଅବସ୍ଥା ଖବର ଶୁଣି ଗୋପ ବ୍ଲକ ଉପାଧ୍ୟକ୍ଷ ବନ ରଞ୍ଜନ ପଟନାୟକ ଗୋପ ମେଡିକାଲ ରେ ପହଞ୍ଚି ଚିତ୍ରସେନ ରାଉତ ଙ୍କୁ ଶେଷ ଦର୍ଶନ କରିବା ସହିତ ପରିବାର କୁ ସାନ୍ତ୍ୱନା ଦେବା ସହ ସାହାଯ୍ୟ ସହଯୋଗ କରିଥିଲେ । ଗୋପ ପୋଲିସ ଏହି ଖବର ଶୁଣି ଅପମୃତ୍ୟୁ ମାମଲା ୨୬/୨୦୨୪ ରେ ରୁଜୁ କରି ଶବ କୁ ଚାରିଛକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଶବବ୍ୟବଚ୍ଛେଦ କରିବା ପାଇଁ ପଠାଇଥିଲେ ।
ଚିତ୍ରସେନ ରାଉତ ବିୟୋଗ ରେ ପରିବାର ସହିତ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ଏ ସମ୍ପର୍କରେ ସୂଚନା ଅଧିକାରୀ କର୍ମୀ ସନ୍ତୋଷ ନାୟକ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଙ୍କୁ ଏକ୍ସ ମାଧ୍ୟମରେ ଅବଗତ କରାଇଛନ୍ତି । ଚିତ୍ରସେନ ପରିବାରର ଏକ ମାତ୍ର ରୋଜଗାରକ୍ଷମ ଥିବାରୁ ତାଙ୍କ ପରିବାରର ଭରଣପୋଷଣ ତଥା ପୁଅ ଝିଅ ଙ୍କ ପାଠ ପଢା ଖର୍ଚ୍ଚ ସରକାର ବହନ କରିବା ପାଇଁ ପଞ୍ଚାୟତ ବାସୀ ସରକାର ଙ୍କ ନିକଟରେ ଦାବି କରିଛନ୍ତି ।
No Result
View All Result