No Result
View All Result
୨୪ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :-> ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଅନ୍ତର୍ବା ଠାରେ ଜିଲ୍ଲାପାଳ ବିଜୟ କୁମାର ଦାସ ଅଭିଯୋଗ ଶୁଣାଣି କରିଥିଲେ। ଏହି ଶୁଣାଣି ଶିବିରରେ ମୋହନା ବ୍ଲକ ଅନେକ ଗ୍ରାମ ପଞ୍ଚାୟତ ର ଜନସାଧାରଣ ନିଜ ନିଜ ଅଭିଯୋଗ ଧରି ଯାଇ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପାଇଁ ଅନୁରୋଧ କରିଥିଲେ । ଏହି ଶିବିରରେ ନିଜ ନିଜର ବ୍ୟକ୍ତିଗତ ସହ ସାମୁହିକ କାର୍ଯ୍ୟ ସମ୍ପର୍କରେ ଜିଲ୍ଲାପାଳ ଙ୍କୁ ଅବଗତ କରାଇଥିଲେ ।
ଏହି ଅଭିଯୋଗ ଶୁଣାଣୀ ସମୟରେ ଜିଲ୍ଲାପାଳ ଙ୍କ ସମେତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକ ଡ. ଗୁଣନିଧି ନାୟକ, ପୋଲିସ ଉପ ଆରକ୍ଷୀ ଅଧିକ୍ଷକ, ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ଉପାଧ୍ୟକ୍ଷ ବାଲ୍ମୀନା ଅଧିକାରୀ, ଜିଲ୍ଲା ଯୋଗାଣ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ଅଧିବାସୀ ମଙ୍ଗଳ ବିଭାଗ ଅଧିକାରୀ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ପ୍ରଶାସକ,
ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ, ମୋହନା ବିଡ଼ିଓ ରାଜୀବ ଦାସ, ତହସିଲଦାର ସତ୍ୟବାନ ନାୟକ, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଆଶିଷ କୁମାର ଶତପଥୀ, ପ୍ରସାଦ କୁମାର ପଣ୍ଡା, ପାନୀୟ ଜଳ ଯୋଗାଣ ଜିଲ୍ଲା ଅଧିକାରୀ, ବନ ବିଭାଗ ସମେତ ସମସ୍ତ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଅଭିଯୋଗ ଶୁଣାଣିରେ ସହଯୋଗ କରିଥିଲେ ।
No Result
View All Result