No Result
View All Result
୨୪ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :-> ବିରିଡି ବ୍ଲକ ସମିଳନୀ କକ୍ଷରେ ମଙ୍ଗଳବାର ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଵା ମନରେଗା ଯୋଜନା ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି l ବିଶେଷ କରି 1-4-2023ରୁ 31-3-2024 ପର୍ଯ୍ୟନ୍ତ ମନରେଗା କାର୍ଯ୍ୟକ୍ରମ ଉପରେ ଜନଶୁଣାଣୀ କରାଯାଇଥିଲା l ଶିବିରରେ ବିଡ଼ିଓ ବିଜୟ କୁମାର ବେହେରା, ବ୍ଲକ ଅଧ୍ୟକ୍ଷା ମମତା ପାତ୍ର, ଡିପିଓ ଚକ୍ରଧର ମହାଳି ଙ୍କ ସହ ବ୍ଲକ ର ଭିଆରପି, ସରପଞ୍ଚ, ମୂର୍ତ୍ତିକା ସଂରକ୍ଷଣ ବିଭାଗର କର୍ମଚାରୀ, ଉଦ୍ୟାନ ବିଭାଗ, ଫରେଷ୍ଟ, ବିଭାଗର ଅଧିକାରୀ ଉପସ୍ଥିତ ଥିଲେ l
ବ୍ଲକ ଏସିପି ରଶ୍ମିତା ସାହୁ ସମସ୍ତ ବିବରଣୀ ପାଠ କରିଥିଲେ l ଏହି ଅବଧି ରେ 2ଲକ୍ଷ 10ହଜାର 335ଟଙ୍କା ର କାର୍ଯ୍ୟ କରାଯିବାର ଲକ୍ଷ ଧାର୍ଯ୍ୟ ଥିଲା କିନ୍ତୁ ସେଥିରୁ 1ଲକ୍ଷ୍ୟ 90ହଜାର 15ଟଙ୍କା ଖର୍ଚ କରାଯାଇ ଥିଲା l ବ୍ଲକ ରେ ମୋଟ 12ହଜାର 306ଜଣ ଜବ କାର୍ଡ ଧାରୀ ଥିବା ଏସିପି ସାହୁ କହି ଥିଲେ ଓ 100ଦିନିଆ କାର୍ଯ୍ୟ 61ଜଣ କରିଥିବା ପ୍ରକାଶ କରିଥିଲେ l ଫରେଷ୍ଟ ଭିଭାଗ ର କୌଣସି କର୍ମଚାରୀ ସମୀକ୍ଷା ବେଳେ ଉପସ୍ଥିତ ନଥିବା ଓ ଅଢଙ୍ଗ ଗଡ଼ ପଂଚାୟତ ରେ ହୋଇଥିବା କାର୍ଯ୍ୟସ୍ତଳିରେ ବୋର୍ଡ଼ ନଥିବା ଭିଆରପି ଅଭିଯୋଗ କରିଥିଲେ l ସେଗୁଡିକୁ କରିବା ପାଇଁ ଅଧିକାରୀ ମାନେ କହିଥିଲେ l
No Result
View All Result