No Result
View All Result
୨୪ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :-> ଫ୍ରାନ୍ସର ଲିଅନ ଠାରେ ଅନୁଷ୍ଠିତ ୪୭ ତମ ବିଶ୍ଵ ସ୍ତରୀୟ ପ୍ରତିଯୋଗିତାରେ ଗଜପତି ଜିଲ୍ଲାର ଗେଦେଲା ଅଖିଲ ଅଂଶଗ୍ରହଣ କରି ସଫଳତାର ସହ ନିଜର ପ୍ରତିଭାର ପାରିଦର୍ଶିତା ଦେଖାଇ ସମ୍ମାନ ଜନକ “ରୌପ୍ୟ ପଦକ” ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି ।ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ବାଘଶାଳା ପଞ୍ଚାୟତର ଏକ ଛୋଟିଆ ଗ୍ରାମ ତାମ୍ପରକଇଠା ର ଅଧିବାସୀ ହେଉଛନ୍ତି ଗେଡେଲା ଅଖିଳ ।
ବିଶ୍ବର ଦକ୍ଷତା ଶାଳା ଭାବେ ପରିଚିତ ଫ୍ରାନ୍ସର ଲିଅନ ଠାରେ ଚଳିତ ମାସର ଗତ ୧୦ ରୁ ୧୫ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବିଶ୍ଵ ସ୍ତରୀୟ “ୱାର୍ଲ୍ଡ ସ୍କିଲ୍ ୨୦୨୪” ପ୍ରତିଯୋଗିତାରେ ଅଂଶଗ୍ରହଣ କରି “ଜଳ ପ୍ରଯୁକ୍ତି ବିଦ୍ୟାରେ ନିଜର ଉତ୍କର୍ଷତା ପ୍ରଦର୍ଶନ ପାଇଁ ଗେଡ଼େଲା ଅଖିଲ “ମେଡାଲିୟନ୍ ଫର ଏକ୍ସସେଲେନ୍ସ” ରେ ସମ୍ମାନ ଜନକ ରୌପ୍ୟ ପଦକ ପାଇଛନ୍ତି ।
ଏହି ବିଶ୍ବସ୍ତରୀୟ ପ୍ରତିଯୋଗିତାରେ ଗେଦେଲା ଅଖିଲ “ୱାଟର ଟେକ୍ନୋଲୋଜି ଦକ୍ଷତାରେ ନିଜ ପାରଦର୍ଷିତାରେ ଶ୍ରେଷ୍ଠ ଉତ୍କର୍ଷତା ପ୍ରଦର୍ଶନ କରି ଏଭଳି ସଫଳତା ହାସଲ କରି ସେ ନିଜର ଗ୍ରାମ ସହିତ ଜିଲ୍ଲା , ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଛନ୍ତି । ତାଙ୍କର ଏଭଳି ସଫଳତା ଯୋଗୁଁ ତାଙ୍କ ପ୍ରତି ପ୍ରଧାନମନ୍ତ୍ରୀ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ମହଲରେ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି ।
ଏ କ୍ଷେତ୍ରରେ ଅଖିଲ ଙ୍କ କଠିନ ପରିଶ୍ରମ ଏବଂ ଉତ୍କର୍ଷ ପାରିଦର୍ଶିତା ପ୍ରକୃତରେ ପ୍ରେରଣା ଦାୟକ ଅଟେ ।ବହୁ ମୂଲ୍ୟବାନ ଜଳ ଉତ୍ସ ସଂରକ୍ଷଣ ର ସୁରକ୍ଷା ପାଇଁ ୱାଟର ଇଞ୍ଜିନିୟରିଂ ଟେକନିସିଆନ ମାନେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । ଏହାର ବ୍ୟବହାର ପାଇଁ ଏହାର ନିରାପତ୍ତା ନିଶ୍ଚିତ କରିବାକୁ ସେମାନେ ଜଳର ଗୁଣବତ୍ତ. 
No Result
View All Result