ଓଡ଼ିଶା ତାଜା ନ୍ୟୁଜ (୧୬ ଅଗଷ୍ଟ ରବିବାର) ନୟାଗଡ :- ନୟାଗଡରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହି ସମୟରେ କରୋନା ଯୋଦ୍ଧାଙ୍କ ସେଵାମନୋବୃତି ପରିସ୍ଥିକୁ ସଂଗୀନ ହେବାକୁ ଦେଉନି । ସେମାନଙ୍କ ଉପସ୍ଥିତି କରୋନା ମୁକାବିଲା ପାଇଁ ନିହାତି ଆବଶ୍ୟକ ହେଉଛି । ଏମିତି ଏକ ବିଭାଗ ହେଉଛି ନୟାଗଡର ଅଗ୍ନିଶମ ବିଭାଗ । ନିରଳସ ଭାବେ ଦିନରାତି ନିର୍ବିଘ୍ନରେ ସେବା ଯୋଗାଇଦେଇ ଆସୁଛନ୍ତି ଏଠାକାର ଅଗ୍ନିଶମ ବିଭାଗର ଅଧିକାରୀ ଆଉ ଏହାର କର୍ମଚାରୀ । କରୋନା ସଂକ୍ରମଣରୁ ସୁରକ୍ଷା ପାଇଁ ବୈଜ୍ଞାନିକ ତଥା ରାସାୟନିକ ପଦ୍ଧତି ଆପଣେଇ ଦୀର୍ଘ ୬ ମାସରୁ ଉର୍ଦ୍ଧ ଦିନ ହେବ ଏହି ବିଭାଗ ସମଗ୍ର ନୟାଗଡକୁ ସଫାସୁତୁରା କାର୍ଯ୍ୟରେ ଲାଗି ପଡିଛି ପୁରା ବିଭାଗ । ପ୍ରତ୍ୟେକ ଦିନ କେଉଁ ଅଞ୍ଚଳ ନାଁ କେଉଁ ଅଞ୍ଚଳ ସାନିଟାଈଜ କରିବାକୁ ପଡୁଛି । ହେଲେ ବିଭାଗର ସେଥିରେ ଦୁଃଖ ନାହିଁ ।
ଏହି କ୍ରମରେ ଅଗ୍ନିଶମ ବିଭାଗ ତରଫରୁ ନୟାଗଡ ସହରାଞ୍ଚଳର ୧୩ ନଂ ସ୍ଥିତ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ ସଂଲଗ୍ନ ସାହିକୁ ଆଜି ବିଭାଗ ତରଫରୁ ବୈଷୟିକ ଜ୍ଞାନ କୌଶଳ ମାଧ୍ୟମରେ ଅତି ସୁନ୍ଦର ଭାବେ ତନ୍ନତନ୍ନ କରି ଦକ୍ଷ୍ୟତା ପୂର୍ବକ ସାନିଟାଈଜ କରାଯାଇଛି । ଯେଉଁଥିପାଇଁ ସାହି ବାସିନ୍ଦାଙ୍କ ତରଫରୁ ଅଗ୍ନିଶମ ବିଭାଗର କାର୍ଯ୍ୟଦକ୍ଷତାକୁ ନେଇ ବିଭାଗ ପ୍ରତି ଆନନ୍ଦ ପ୍ରକାଶ ପାଇଥବା ବେଳେ ସମଗ୍ର ନୟାଗଡରେ ମଧ୍ୟ ବିଭାଗର ଏହି ଅବିଶ୍ରାନ୍ତ ନିରବଛିନ୍ନ ଭାବେ କରୋନା ଜନିତ କାର୍ଯ୍ୟକୁ ପ୍ରଂଶସା କରାଯିବା ସହ ନୟାଗଡରେ ଜନୈକ ବୁଦ୍ଧିଜୀବୀ କରୋନା ଯୋଦ୍ଧା ଭାବେ ନୟାଗଡ ଅଗ୍ନିଶମ ବିଭାଗର ଯୋଗଦାନ କିଛି କମ ନୁହେଁ ବୋଲି ପ୍ରକାଶ କରିଛନ୍ତି । ଏପରିକି ଜନୈକ ଫାୟାରମ୍ୟାନଙ୍କୁ ଆମ୍ଭ ପ୍ରତିନିଧି ଏପରି ଅବିଶ୍ରାନ୍ତ ପରିଶ୍ରମରେ କ୍ଲାନ୍ତ ଅନୁଭବ ହେଉ ନାହିଁକି ପଚାରିବାରୁ ତତକ୍ଷଣାତ ଉକ୍ତ ଆଗ୍ନିକଙ୍କ ଉତ୍ତର ଥିଲା ଆମେ ତ ସବୁବେଳେ ଲୋକଙ୍କ ବିପର୍ଯୟବେଳେ ଥାଉ ଆଉ ଏହି ସ୍ୱାସ୍ଥ୍ୟ ଜନିତ ବିପର୍ଯୟବେଳେ ଲୋକଙ୍କ କାମକରିଦେଲେ ଆଜ୍ଞା ଜଗନ୍ନାଥଙ୍କ ସେବା କଲା ପରି ଲାଗୁଛି,ଆଉ ସେଥିରେ କ୍ଲାନ୍ତି କଣ ଆନନ୍ଦ ମିଳୁଛି ।
ସାଧାରଣ ଜନତା ଯେଉଁଦିନ କରୋନାରୁ ମୁକ୍ତି ପାଇବ ସେଦିନ ମନ ଆନନ୍ଦରେ ନାଚି ଉଠିବ । ସରକାର ତ ହେଳା କରୁନାହାନ୍ତି ଆମେ ହେଳା କରିବାକୁ କିଏ ? ଶପଥ ନେଇଛୁ ମାନବ ଜାତିର ସେବା ପାଇଁ ମନପ୍ରାଣ ଦେଇ କାର୍ଯ୍ୟ କରିବାର ଇଏ ଏକ ମୌକା ଅବଶ୍ୟ ଏଭଳି ବିପଦ ଆଉ କେବେ ନଆସୁ । ରୋଗ ସମ୍ପର୍କିତ ସେବା ଠାରୁ ମହାନ ସେବା ଆଉ କଣ ଥାଇପାରେ ବୋଲି ଆଗ୍ନିକ ଜଣଙ୍କ ଓଲଟା ପ୍ରଶ୍ନ ରଖିଥିଲେ । ତେବେ ଖାଲି ଏତିକି ନୁହେଁ ବିଭାଗ ତରଫରୁ ଖାଲି କରୋନା ନୁହେଁ ଆସୁଥିବ ଅନ୍ୟ ବିପର୍ଯୟର ସଫଳ ମୁକାବିଲା ମଧ୍ୟ କରାଯାଉଥିବା ଦେଖିବାକୁ ମିଳୁଛି । ତେବେ ଏଠାରେ ସୂଚନାଯୋଗ୍ୟ ଦୀର୍ଘ ୬ ମାସ ଧରି ନୟାଗଡ ମୁଖ୍ୟ ଅଗ୍ନିଶମ ଅଧିକରୀ ଠାକୁର ପ୍ରସାଦ ଦଳାଇଙ୍କ ସଫଳ କାର୍ଯ୍ୟଦକ୍ଷ ପୂର୍ଣ୍ଣ କାର୍ଯ୍ୟକ୍ରମକୁ ବିଭାଗର ସମସ୍ତ କର୍ମଚାରୀ ମିଳିତ ଭାବେ ଆଗେଇନେଉଥିବା ଦେଖିବାକୁ ମିଳୁଛି । (ରିପୋର୍ଟ-ରାମକୃଷ୍ଣ ରଥ)


















