ଓଡ଼ିଶା ତାଜା ନ୍ୟୁଜ (୧୬ ଅଗଷ୍ଟ ରବିବାର) ଭବାନୀପାଟଣା :- କାଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ମହକୁମା ଠାରେ ୭୪ ତମ ସ୍ବାଧିନତା ଦିବସ ଉପଲକ୍ଷେ ଶାଖା ଅଫିସ ଭବାନୀପାଟଣା ଠାରେ ସ୍ଵାଧୀନତା ଦିବସ ପାଳନ କରାଯାଇଥିଲା । ଭାରତର ସିକୁରୁଟି ସର୍ଭିସ୍ ର ମେନେଜିଙ୍ଗ ଡାଇରେକ୍ଟର ଶ୍ରୀ ଯୁକ୍ତ ଭିକାରୀ ଚରଣ ସାହୁ Ex-army ଏବଂ ଭବାନୀପାଟଣା ଶାଖା ପ୍ରବନ୍ଧକ ଶ୍ରୀ ଯୁକ୍ତ ଶ୍ୟାମସୁନ୍ଦର ପଣ୍ଡା (ସେନାନିଯୁକ୍ତି) ଙ୍କ ନେତୃତ୍ୱରେ କୋଭିଟ ୧୯ କୁ ଆଖି ଆଗରେ ରଖି ୭୪ତମ ସ୍ବାଧିନତା ଦିବସ ପାଳନ କରାଯାଇଥିଲା ।
ଉଦଘାଟନ ଉତ୍ସବରେ ଶ୍ରୀ ଯୁକ୍ତ ଭବାନି ସଂଙ୍କର ନିହାଲ (ଷ୍ଟେଟ୍ କାଉନସିଲର ମେମ୍ବର) ପତାକା ଉତ୍ତଳନ କରିଥିଲେ, ଉପସ୍ଥିତ ଥିବା କର୍ମକର୍ତ୍ତା ମିସ ମାନିନୀ କୁମାର (କୋଡିନେଟର) ସୁରେଶ ପ୍ରଧାନ (ଫିଲ୍ଡ ଅଫିସର) ସୁପରଭାଇଜର ସୁରେଶ ଚନ୍ଦ୍ର ସାହୁ , ମତିରାମ ଗୈଡିଆ, ରଞ୍ଜିତ ବିହାର, ଅକ୍ଷୟ କୁମାର ଭୋଇ, ପ୍ରତାପ ସାହୁ ଓ ମେନେଜିଙ୍ଗ ଅଫିସର ଉପସ୍ଥିତ ଥିଲେ ସମସ୍ତ ପ୍ରସିକ୍ଷଣ ଛାତ୍ର ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ଏବଂ ଭାରତ ସିକ୍ୟୁରିଟି ର ମେନେଜିଙ୍ଗ ଡାଇରେକ୍ଟର ଙ୍କ ତରଫରୁ ଭାରତ ସିକ୍ୟୁରିଟି ସର୍ଭିସ୍ ଜିଲ୍ଲା ର ଜେନେରାଲ ମ୍ୟାନେଜର ଶ୍ରୀ ଯୁକ୍ତ ସ୍ଵରାଜ ସାହୁ ମଧ୍ୟ ସ୍ଵାଧୀନତା ଦିବସ ରେ ଯୋଗଦେଇ ସମନ୍ତଙ୍କୁ ଶେଷରେ ଧନ୍ୟବାଦ ଜଣାଇ ଥିଲେ।(ରିପୋର୍ଟ,ଛାୟାକାନ୍ତ ନାୟକ)