ଓଡ଼ିଶା ତାଜା ନ୍ୟୁଜ (୧୬ ଅଗଷ୍ଟ ରବିବାର) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ପଲସାପଡା ଗ୍ରାମରେ ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡିର ନର୍ଲା ବ୍ଲକ ସଭାପତି ନରେଶ ନାଏକ ଙ୍କ ଜନ୍ମ ଦିନରେ’ ଆସ ଆମେ ଗଛ ଲଗାଇବା ଗୋଟେ ନିଜ ପାଇଁ ତ ଅନ୍ୟ ଟି ସମାଜ ପାଇଁ ‘ଏହି ଉକ୍ତିକୁ ପାଥେୟ କରି ଗ୍ରାମର ଶୈବ ପୀଠ ପାଖରେ ଥିବା ସରକାରୀ ପଡିଆ ଓ ରାସ୍ତା ଦୁଇ କଡ଼ରେ ବୃକ୍ଷରୋପଣ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି ଇଷ୍ଟ ଜୋନ ସଭାପତି ମିଲନ କୁମାର ଭୋଇ , ନର୍ଲା ବ୍ଲକର ସମ୍ପାଦକ
ଶୁକଦେଵ ସାହୁ , ଉପସଭାପତି ଲୋକେଶ ସାହୁ ସହ ସମ୍ପାଦକ ରଶ୍ମିରଞ୍ଜନ ସା ,କୋଷାଧ୍ୟକ୍ଷ ସୌମ୍ୟରଞ୍ଜନ ସା, ନିର୍ଦ୍ଦେଶକ ପ୍ରତ୍ୟୁଷ କୁମାର ଭୋଇ, ହେମସାଗର ସାହୁ ,କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ପ୍ରଧାନ , ଦିଗାମ୍ବର ନାଏକ,ସ୍ବେଚ୍ଛାସେବୀ ଅସୀମ ଭୋଇ ,ବବଲୁ ଭୋଇ , ଥବିର ନାଏକ ଓ ଗ୍ରାମବାସୀ ଉପସ୍ଥିତ ଥିଲେ । ସମସ୍ତେ ମାକ୍ସ ବ୍ୟବହାର ଓ ସାମାଜିକ ଦୂରତା ଅବଲମ୍ବନ କରି କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ । (ରିପୋର୍ଟ ପ୍ରଦୀପ କୁମାର ଗଉଡ)