ପିପିଲି (ଓଡିଶା ତାଜା ନିଉଜ୍) ପିପିଲି , ୨୩ ଡିସେମ୍ବର ୨୦୧୯ :- ପିପିଲି- ପିପିଲି ପାଣିଦୋଳ ଗ୍ରାମରେ ଗାଁଆ ଲୋକକଳା ମହୋତ୍ସବ ୨୦୧୯ ଉଦ୍ଘାଟିତ ହୋଇଯାଇଛି । ଓଡିଶା ସରକାରଙ୍କ ଓଡିଆ ଭାଷା,ସାହିତ୍ୟ, ସଂସ୍କୃତି ବିଭାଗ ଆନୁକୁଲ୍ୟରେ ପିପିଲି ବ୍ଳକ କଳା ସଂସ୍କୃତି ସଂଘ ଓ ପାଣିଦୋଳ ଗ୍ରାମପଂଚାୟତ ମିଳିତ ଆୟୋଜିତରେ ପିପିଲି ବ୍ଳକ ସ୍ତରୀୟ ଗାଁଆ ଲୋକକଳା ମହୋତ୍ସବ ୨୦,୨୧ ଏବଂ ୨୨ତାରିଖ ତିନିଦିନ ଧରି ଅନୁଷ୍ଠିତ ହେଉଛି । ଏହାର ଉଦ୍ଘାଟନ ଉତ୍ସବରେ ଓଡିଆ ଭାଷା ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ଯୁକ୍ତ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଅନୁଷ୍ଠାନରେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ପିପିଲି-ଡେଲାଙ୍ଗ ବିଧାୟକ ତଥା ପୁର୍ବତନମନ୍ତ୍ରୀ ପ୍ରଦୀପ ମହାରଥି ,ରାଜ୍ୟ ଚଳଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷା ସତ୍ୟବ୍ରତ(କୁନା) ତ୍ରୀପାଠୀ, ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ରାଜ୍ୟ ପକଳ୍ପ ସଂଯୋଜକ ଶ୍ରୀଯୁକ୍ତ ବାସୁଦେବ ମାଲ ବିଶୋଇ , ପିପିଲି ମହାବିଦ୍ୟାଳୟର ସଂଗୀତ ଅଧ୍ୟାପକ ଡ. ସଚିକାନ୍ତ ନାୟକ , ପିପିଲି ବ୍ଲକ ପଂଚାୟତ ସମିତି ଅଧ୍ୟକ୍ଷା କଳ୍ପନା ସାମନ୍ତରାୟ, ରାଜ୍ୟ ଜିଲ୍ଲାପରିଷଦ ସଭ୍ୟା ଗିତାଜଂଳୀ ଦାଶ , ରାଧାମଣୀ ପ୍ରଧାନ, କାର୍ଟୁନିଷ୍ଟ ନଟିଆ ଶ୍ରୀଯୁକ୍ତ ସ୍ମୁତିରଂଜନ ମହାନ୍ତି , ମିଷ୍ଟର ଗୁଲୁଆ ଶ୍ରୀମାନ ଆଶିଷ କୁମାର ଦାଶ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ସାମ୍ପ୍ରତିକ ସ୍ଥିତି ସଂକଟରେ ପଡିଥିବା ଓଡିଆ ଭାଷା , ସଂସ୍କୃତି ,ସାହିତ୍ୟ ଏବଂ କଳାକାର ମାନଙ୍କ ସଂମ୍ପର୍କ ରେ ଅତିଥି ମାନେ ଉଦ୍ବେଗ ପ୍ରକାଶ କରିଥିଲେ । ଆଜିର ସମାଜରେ ଜାନୁଘଣ୍ଟି,ଚକୁଳିଆ ପଣ୍ଡା, ଧୁଡୁକି,ବାଦିପାଲା,ଓଡିଶୀ, ଦାସକାଠିଆ ସବୁକିଛି ହଜିଯିବାକୁ ବସିଲାଣି । ଭାରତ ବର୍ଷରେ ଓଡିଶା ଏକମାତ୍ର ରାଜ୍ୟ ଯେଉଁଠି ରାଜ୍ୟ ସରକାର ପ୍ରଥମଥର ପାଇଁ ହଜି ଯାଉଥିବା ଲୁପ୍ତ ହେବାକୁ ବସିଥିବା ଓଡିଆ ଭାଷା ଗାଁ ଲୋକକଳା କୁ ଉଦ୍ଜିବିତ କରିବା ପାଇଁ ୨୦୧୧ମସିହା ଏପ୍ରେଲ ମାସ ୧ତାରିଖରେ ହାତକୁ ନେଇ ଓଡିଆ ଭାଷା ଗାଁ ଲୋକକଳା କୁ ବଚଂଇ ରଖିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।,ଓଡିଶାରେ ୪୭୧ପ୍ରକାର ଲୋକକଳା ରହିଛି । ଏହି ଲୋକକଳା ପାଇଁ ରାଜ୍ୟ ସରକାର ଆର୍ôଥକ ସହାୟତା ପ୍ରଦାନ କରୁଛନ୍ତି । ରାଜ୍ୟ ସରକାର କଳାକାର ଭତ୍ତା ପାଇଁ ୧୨୦୦ଟଙ୍କା ପ୍ରଦାନ କରୁଛନ୍ତି । ଏହା ସତ୍ୱେ ଆମ ଗାଁ ଗହଳି ର ଲୋକ ମାନଙ୍କର ଲୋକକଳା ପ୍ରତି ଆନ୍ତରିକତାର ଅଭାବ ଦେଖାଦେଇଥିବାର ଅତିଥି ମାନେ କହିଥିଲେ । ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପାଣିଗ୍ରାହୀ ତାଙ୍କ ବକ୍ତବ୍ୟରେ ସୁଚନା ଦେଇ କହିଲେ ଭୁବନେଶ୍ୱରରେ ଏକ ଲୋକ କଳା ଭବନ ନର୍ମାଣ କରାଯିବ । ଦେଶର ବିଭନ୍ନ ସ୍ଥାନରୁ ଅସୁଥିବା କଳାକାର ମାନେ ସ୍ୱଳ୍ପ ମୁଲ୍ୟରେ ଏହି ଲୋକକଳାକୁ ବଂଚାଇ ରଖିଥିବା ଉଦେଶ୍ୟରେ ଏକ ନାଟ୍ୟ ମଣ୍ଡପ ନିର୍ମଣ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଏହି ନଟ୍ୟ ମଣ୍ଡପରେ ଗ୍ରାମବାସୀ ମାନେ ସେମାନଙ୍କ ଅଂଚଳର କଳାକୁ ପ୍ରତ୍ୟେକ ଦିନ ପ୍ରଦର୍ଶନ କଲେ ଏହା ଦେଖି ଆଗାମୀ ଦିନର ଭବିଷ୍ୟତ ମାନେ ଲୋକକଳାର ମହୋତ୍ୱ ବୁଝି ପାଶ୍ଚ୍ୟାତ ସଭ୍ୟତା କଳା ପଛରେ ନ ପଡି ନିଜ ଗାଁର ଲୋକକଳା ପ୍ରତି ଆକର୍ଷିତ ହେବେ ବୋଲି ବିଧାୟକ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଏବଂ ମନ୍ତ୍ରୀ ବିଧାୟକ ମହାରଥି ଙ୍କ ଅନୁରୋଧକୁ ରକ୍ଷାକରି ପ୍ରତ୍ୟେକ ବର୍ଷ ପାଣିଦୋଳ ଠାରେ ବାଦୀପାଲାର ଅୟୋଜନ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଶେଷରେ ମନ୍ତ୍ରୀ ସ୍ମୁତି ରଂଜନ ମହାନ୍ତି, ଆଶିଷ କୁମାର ଦାଶ, ଏବଂ ରାଷ୍ଟ୍ରପତି , ରାଜ୍ୟପାଳ ପୁରଷ୍କାର ପ୍ରାପ୍ତ ଶିକ୍ଷକ ରାଧାମୋହନ ଙ୍କୁ ମାନପତ୍ର ଦେଇ ସମ୍ମାନିତ କରିଥିଲେ ପାଣିଦୋଳ ବିଦ୍ୟାଳୟର ଛାତ୍ରଛାତୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଶଣ କରାଯାଇଥିବା ବେଳେ ସେହି ଗ୍ରାମର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ରାସ ବିହାରୀ ନାୟକ ସଭାପତିତ୍ୱ କରିଥିବା ବେଳେ ଅଧ୍ୟାପକ ଡ.ଜ୍ଞାନ ରଂଜନ ପଣ୍ଡା ଅତିଥି ପରିଚୟ ସଭା ପରିଚାଳନା କରିଥିଲେ ା ଏହି ମହୋତ୍ସବ କୁ ଗ୍ରମବାସୀଙ୍କ ପକ୍ଷରୁ ସ୍ୱାଧିନ କୁମାର ନାୟକ, ଗଗନ ବିହାରୀ ନାୟକ,ତପନ କୁମାର ନାୟକ, ବିଜୟ କୁମାର ନାୟକ ଏବଂ ଆର୍ତ୍ତବନ୍ଧୁ ସାମନ୍ତରାୟ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ତାଜା ନିଉଜ୍) ରିପୋର୍ଟ – ସୋନାଲି