No Result
View All Result
୨୨ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> ସ୍ଥାୟୀ ନିଯୁକ୍ତି,ଚାକିରୀ କ୍ଷେତ୍ରରେ ସୁରକ୍ଷା ଆଦି ଆଠଦଫା ଦାବିରେ ରାଜ୍ୟର ବିଭିନ୍ନ ଆଇଆଇଟି ( ଶିଳ୍ପ ତାଲିମ ପ୍ରତିଷ୍ଠାନ )ର ୬ ଶହ ଅତିଥି ପ୍ରଶିକ୍ଷକ ୨୦ ତାରିଖ ଠାରୁ କଟକ ସ୍ଥିତ ବୈଷୟିକ ଶିକ୍ଷା ନିର୍ଦ୍ଦେଶାଳୟ ସମ୍ମୁଖରେ ଦିନ ରାତି ଅନଶନରେ ବସିଛନ୍ତି । ଅନଶନ କାରୀଙ୍କ ନିକଟକୁ ବିଭାଗୀୟ ଅଧିକାରୀ ମାନେ ଆସିନାହାନ୍ତି ।
ଯାହାଫଳରେ ଅନଶନରେ ବସିଥିବା ଦୁଇ ଜଣ ଅତିଥି ପ୍ରଶିକ୍ଷକ ସତ୍ୟପ୍ରଞ ଶତପଥୀ ଏବଂ ରାମକୃଷ୍ଣ ମହାରଣା ଅସୁସ୍ଥ ହୋଇ ପଡିବାରୁ ସେମାନଙ୍କୁ ଚିକିତ୍ସା ପାଇଁ କଟକ ଏସିବିରେ ଭର୍ତ୍ତି କରାଯାଇଛି । ଏନେଇ ଅନଶନରେ ବସିଥିବା ଅତିଥି ପ୍ରଶିକ୍ଷକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଯେପର୍ଯ୍ୟନ୍ତ କତ୍ତୃପକ୍ଷ ଅନଶନକାରୀଙ୍କୁ ଲିଖିତ ପ୍ରତିଶ୍ରୁତି ନଦେଛନ୍ତି ଆନଶନ ଚଳାଇଥିବା ଅତିଥି ପ୍ରଶିକ୍ଷକ ମାନେ ସେମାନଙ୍କର ଅନଶନ ଜାରି ରଖିବେ ବୋଲି ସଭାପତି ଯଶୋବନ୍ତ ପ୍ରଧାନ, ସଂପାଦକ ବିଶ୍ୱ ବନ୍ଦିତା ମହାନ୍ତି ଚେତାବନୀ ଦେଇଛନ୍ତି ।
ଦୀର୍ଘ ଦିନଧରି ସ୍ୱଳ୍ପ ଦରମାରେ କାର୍ଯ୍ୟ କରୁଥିବା ଅତିଥି ପ୍ରଶିକ୍ଷକଙ୍କ ଦରମା ବୃଦ୍ଧି କରା ଯାଉନାହିଁ । ଓଲଟି କତ୍ତୃପକ୍ଷ ସେମାନଙ୍କୁ ମନମୁଖୀ ଛଟେଇ କରୁଛନ୍ତି । ଏନେଇ ବାରମ୍ବାର ସରକାରଙ୍କ ନିକଟରେ ବାରମ୍ବାର ଦାବି ଉପସ୍ଥାପନ କରାଯାଇଥିଲେ ମଧ୍ୟ ଏହାର ସମାଧାନ ଦିଗରେ କୌଣସିପଦକ୍ଷେପ ନିଆ ଯାଉନାହିଁ ବୋଲି ଅନଶନରେ ବସିଥିବା ଅତି ପ୍ରଶିକ୍ଷକ ମାନେ ଅଭିଯୋଗ କରିଛନ୍ତି ।
ରବିବାର ଦିନ ବାରବାଟୀ-କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଅନଶନକାରୀଙ୍କ ନିକଟକୁ ଆସି ଆଲୋଚନା କରିବା ସହିତ ରାଜ୍ୟ ସରକାର ଏଦିଗରେ ପଦକ୍ଷେପ ନନେଲେ କଂଗ୍ରେସ ଏହାକୁ ସମର୍ଥନ କରି ଆନ୍ଦୋଳନରେ ସାମିଲ ହେବବୋଲି ଚେତାବନୀ ଦେଇଛନ୍ତି । ସେହିପରି ଚୌଦାର-କଟକ ବିଧାୟକ ସୌଭିକ୍ ବିଶ୍ୱାଳ ପ୍ରମୁଖ ପହଞ୍ଚି ଅନଶନକାରୀଙ୍କ ସହିତ ଆଲୋଚନା କରିଛନ୍ତି ।

No Result
View All Result