ଓଡିଶା ତାଜା ନ୍ୟୁଜ୍ (୧୬ ଅଗଷ୍ଟ ରବିବାର) ପାରଳଖେମୁଣ୍ଡି :- ଗଜପତିରେ ପୁଣି ୭୧ ଟି କରୋନା ପଜିଟିଭ ଚିହ୍ନଟ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଚିହ୍ନଟଙ୍କ ମଧ୍ୟରୁ ଗୋଶାଣୀରୁ ୭ଜଣ , ଗୁମ୍ମା ବ୍ଳକରୁ ୩ଜଣ,ପାରଳା ପୌରପରିଷଦରୁ ୨୦ଜଣ, କାଶୀ ନଗର ବ୍ଳକରୁ ୬, ଆର ଉଦୟଗିରି ବ୍ଲକରୁ ୧୭ ଜଣ ମୋହନା ବ୍ଳକରୁ ୪ଜଣ, ନୂଆଗଡ଼ ବ୍ଳକରୁ ୧୦ ଜଣ, ରାୟଗଡ ବ୍ଳକରୁ ୪ ଜଣ ଚିହ୍ନଟ ହୋଇଛନ୍ତି । ପଜିଟିଭ ଚିହ୍ନଟ ହେବା ପରେ ସେମାନଙ୍କ ମଧ୍ୟରୁ କିଛି ଜଣଙ୍କୁ ହୋମ ଆଶୋଲେସନ ଓ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଛି ବୋଲି ଗଜପତି ଜିଲ୍ଲାପାଳ ଅନୁପମ ସାହା ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ( ରିପୋର୍ଟ -ଗରୁଡ଼ ଧ୍ଵଜ ଚୌଧୁରୀ )