ଓଡ଼ିଶା ତାଜା ନିଉଜ (୧୬ ଅଗଷ୍ଟ ରବିବାର) ହିଞ୍ଜିଳିକାଟୁ :- ବିଶ୍ୱରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଆତଙ୍କ ରଚି ଥିବା ବେଳେ ଚଳିତ ବର୍ଷ ୭୪ତମ ସ୍ୱାଧୀନତା ଦିବସ ନିରାଡ଼ମ୍ବର ସହକାରେ ପାଳନ କରିବାକୁ ସରକାରଙ୍କ ପକ୍ଷରୁ ନିବେଦନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଶନିବାର ହିଞ୍ଜିଳିକାଟୁ ପ୍ରେସକ୍ଳବ ଓ ଗାୟତ୍ରୀ ପରିବାରର ମିଳିତ ସହଯୋଗରେ ସ୍ଥାନୀୟ ପ୍ରେସକ୍ଳବ ଭବନ ପରିସରରେ ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ପ୍ରେସକ୍ଳବ ସମ୍ପାଦକ ଦ୍ୱୀତିକୃଷ୍ଣ ପଣ୍ଡା ପତକା ଉତୋଳନ କରିବା ସହ ସ୍ୱାଧିନତା ଦିବସ ସର୍ମ୍ପକରେ ମତବ୍ୟକ୍ତ କରିଥିଲେ । ସାମ୍ବାଦିକ ଶେଷଦେବ ସାହୁ, ବିଶ୍ୱମ୍ବର ସାହୁ, ବିଭୁ ପ୍ରସାଦ ପଣ୍ଡା, ପ୍ୟାରିମୋହନ ପାଢି, ନିଳୟ ରଞ୍ଜନ ପଟ୍ଟନାୟକ, ଗାୟତ୍ରୀ ପରିବାରର ସଭ୍ୟ ଅଶୋକ ମହାନ୍ତିଙ୍କ ସମେତ ବହୁ ସାମ୍ବାଦିକ ଓ ଗାୟତ୍ରୀ ପରିବାରର ପରିଜନ ଉପସ୍ଥିତ ଥିଲେ ।
ସେହିପରି ସ୍ଥାନୀୟ ଜେଏମଏଫସି ନ୍ୟାୟଳୟରେ ବିଚାରପତି ରାଜଶ୍ରୀ ପଟ୍ଟନାୟକ, ଥାନାରେ ଆଇଆଇସି ଅଭିମନ୍ୟୁ ଦାସ, ତହସିଲ ଓ ସବରେଜିଷ୍ଟାର କାର୍ଯ୍ୟାଳୟରେ ଅତିରିକ୍ତ ତହସିଲଦାର ଦେବରାଜ ପାତ୍ର, ବ୍ଳକ କାର୍ଯ୍ୟାଳୟରେ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ଉପଖଣ୍ଡ ଚିକିତ୍ସାଳୟରେ ଶିଶୁରୋଗ ବିଶେଷଜ୍ଞ ଡ଼ାକ୍ତର ଦୁର୍ଗାପ୍ରସାଦ ପଣ୍ଡା, କେନ୍ଦ୍ରୀୟ ବିଦ୍ୟାଳୟରେ ବିଡ଼ିଓ ପ୍ରସନ କୁମାର ପାତ୍ର, ଶାସନ ଆମ୍ବଗାଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଅଧ୍ୟକ୍ଷ ଅରୁଣ କୁମାର ପଟେଲ, ପୋଚିଲିମା ଆଇଟିଆଇରେ ଅଧ୍ୟାପକ ମୃତ୍ୟୁଞ୍ଜୟ ପଟ୍ଟନାୟକ, ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟରେ ଅଧ୍ୟକ୍ଷା ଡ଼ଃ. ସ୍ୱସ୍ତିକା ପାଢି, ପୋଚିଲିମା କନିଷ୍ଠ ମହାବିଦ୍ୟାଳୟରେ ଅଧ୍ୟକ୍ଷ ରବିନ୍ଦ୍ର ପାଣିଗ୍ରାହୀ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପ୍ରଶାସକ ଦ୍ୱିତୀକୃଷ୍ଣ ସାବତ, ସରକାରୀ ଏନଏସି ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭଗବାନ ମହାନ୍ତି, ସରକାରୀ ବୃନ୍ଦାବନ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମୁନି, ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଓ ଲକ୍ଷ୍ମୀ ନୃସିଂହ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏବିଇଓ ବିନାୟକ ସେଠି, ବୁରୁପୋଡ଼ା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଆରଆଇ ସୁଧାଂଶୁ ଶେଖର ପାଣିଗ୍ରାହୀ, ଶ୍ୟାମଳାଇ ଅଟୋ ଷ୍ଟାଣ୍ଡରେ ସଂଘର ସଭାପତି ଶରତ କୁମାର ସାବତ ପତକା ଉତୋଳନ କରିଥିଲେ ।
ସ୍ଥାନୀୟ ବ୍ଳକର ୨୧ଟି ପଂଚାୟତ କାର୍ଯ୍ୟାଳୟରେ ସଂପୃକ୍ତ ପଂଚାୟତର ସରଂପଚ ମାନେ ପତକା ଉତୋଳନ କରିଥିଲେ । ପୌରାଂଚଳ ତ୍ରିରଙ୍ଗା ସେବା ସଂଘ ପକ୍ଷରୁ ଲକ୍ଷ୍ମୀ ନୃସିଂହ କଳା ମନ୍ଦିର ପରିସରରେ ସ୍ତ୍ରୀ ଓ ପ୍ରସ୍ତୁତି ରୋଗ ବିଶେଷଜ୍ଞ ଡ଼ାକ୍ତର ମାଧବ କୁମାର ସାହୁ ପତକା ଉତୋଳନ କରିଥିଲେ । ଏଥିସହ ସ୍ଥାନୀୟ ପୌରାଂଚଳର ଧରିତ୍ରୀ ପବ୍ଳିକ ସ୍କୁଲ, ପ୍ରଭୁପାଦ ବିଦ୍ୟା ମନ୍ଦିର, ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ଶିଶୁ ମନ୍ଦିର, ଓଁ ଶ୍ରୀ ଇଂଟରନ୍ୟାସାନାଲ ସ୍କୁଲ, ବିଏନଇଏମ ସ୍କୁଲ, ବୃନ୍ଦାବନ ନାୟକ ଶିଳ୍ପ ତାଲିମ ଅନୁଷ୍ଠାନ ସମେତ ସ୍ଥାନୀୟ ବ୍ଳକ ଓ ପୌରାଂଚଳର ବିଭିନ୍ନ ଶିକ୍ଷାନୁଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ପକ୍ଷରୁ ନିରାଡ଼ମ୍ବର ସହକାରେ ୭୪ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ଚଳିତ ବର୍ଷ ମହାମାରୀ କରୋନା ଭୁତାଣୁ ଆତଙ୍କ ଯୋଗୁଁ ସରକାରଙ୍କ ନିୟମ ପ୍ରକାରେ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଶିକ୍ଷାର୍ଥୀ ମାନେ ଅଂଶ ଗ୍ରହଣ କରିପାରିନଥିବା ଯୋଗୁଁ ଅସନ୍ତୋଷ ପ୍ରକାଶ କରିଥିଲେ । ( ରିପୋର୍ଟ – ଶେଷଦେବ ସାହୁ )