ଭୁବନେଶ୍ଵର (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର :- ବିଜେଡିର ପ୍ରତିଷ୍ଠା ଦିବସ କାର୍ଯ୍ୟସୂଚୀରେ ପରିବର୍ତ୍ତନ ହୋଇଛି ସୂର୍ଯ୍ୟପରାଗ ପାଇଁ । ଦଳର ମୁଖପାତ୍ର ତଥା ବିଧାୟକ ପ୍ରତାପ କେଶରୀ ଦେବ ଏନେଇ ସୂଚନା ଦେଇଛନ୍ତି । ଶ୍ରୀ ଦେବ କହିଛନ୍ତି ଆସନ୍ତା ୨୬ତାରିଖରେ ବିଜେଡି ତା’ର ୨୩ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ତେବେ ସୂର୍ଯ୍ୟପରାଗ ଯୋଗୁ ଏଥର ପ୍ରତିଷ୍ଠା ଦିବସ ସମାରୋହ ପୂର୍ବାହ୍ନ ପରିବର୍ତ୍ତେ ଅପରାହ୍ନ ୪ଟା ପରଠୁ ପାଳନ ପାଇଁ ନିଷ୍ପତ୍ତି ହୋଇଛି । ଚଳିତଥର ସମସ୍ତ ନିର୍ବାଚନମଣ୍ଡଳୀ ସ୍ତରରେ ପ୍ରତିଷ୍ଠା ଦିବସ ପାଳନ ପାଇଁ ଦଳୀୟ କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦିଆ ଯାଇଛି । ସୂର୍ଯ୍ୟ ପରାଗକୁ ଦୃଷ୍ଟିରେ ରଖି ଦଳର କର୍ମ କର୍ତ୍ତାମାନେ ପ୍ରତିଷ୍ଠା ଦିବସ ସମାରୋହକୁ ଅପରାହ୍ନ ୪ଟା ପରଠୁ ଯଥାରୀତି ପାଳନ ପାଇଁ ଅନୁରୋଧ କରାଯାଉଛି । ରାଜ୍ୟ କାର୍ଯ୍ୟାଳୟରେ ମଧ୍ୟ ଦଳର ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ ସନ୍ଧ୍ୟା ସମୟରେ ପାଳନ ହେବ । ସେଥିରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ। ସୂର୍ଯ୍ୟପରାଗ ପାଳନ କରାଯାଉଥିବାରୁ ଦିନବେଳା ପ୍ରତିଷ୍ଠା ଦିବସ ପାଳନରେ କର୍ମୀମାନଙ୍କ ମଧ୍ୟରେ ସମସ୍ୟା ହୋଇପାରେ। ଏହାକୁ ଦୃଷ୍ଟିରେ ରଖି କାର୍ଯ୍ୟସୂଚୀରେ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନିଆଯାଇଛି। (ଓଡିଶା ତାଜା ନିଉଜ୍) ରିପୋର୍ଟ – ସୋନାଲି