କୋର୍ଟ ତତ୍ୱାବଧାନ ରେ SIT ତଦନ୍ତ ଦାବୀ ସହ; ବିଚାର ବିଭାଗୀୟ ତଦନ୍ତ ଦାବୀ କଲେ ନବୀନ ପଟ୍ଟନାୟକ

ପୁରୀ ରାଜଭବନ ଘଟଣା ରେ କୋହଳ ମନୋଭାବ ଅପରାଧ ପାଇଁ ଅନ୍ୟ ମାନଙ୍କୁ ଉତ୍ସାହିତ କରୁଛି.

ମୋ ସରକାର ପରି ଲୋକାଭିମୁଖୀ କାର୍ଯ୍ୟକ୍ରମ କୁ ବନ୍ଦ କରିବା ଦ୍ୱାରା ଏଭଳି ଘଟଣା ବୃଦ୍ଧି ପାଉଛି

୨୦ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଭରତପୁର ଥାନା ରେ ଯେପରି ଭାବରେ ଜଣେ ମିଲିଟାରୀ ଅଧିକାରୀ ଓ ଜଣେ ମହିଳା ଙ୍କୁ ନିର୍ଯ୍ୟାତନାଦିଆଗଲା ତାକୁ ବିରୋଧୀଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଦୃଢ଼ ନିନ୍ଦା କରିବା ସହ ଏ ଘଟଣା କୁ ଲୋମହର୍ଷଣ କାରି ଓ କଳ୍ପନାତୀତ ବୋଲି ବର୍ଣ୍ଣନା କରିଛନ୍ତି.ଥାନା ଭିତରେ ପୋଲିସ ଯେଭଳି ନିର୍ଦୟ ବ୍ୟବହାର କରିଥିବା ଅଭିଯୋଗ ହୋଇଛି ତାହା ସାରା ଦେଶ ର ବିବେକ କୁ ଦୋହଲାଇ ଦେଇଛି.ଓଡିଶା ଭିତରେ ଜଣେ ମିଲିଟାରୀ ଅଧିକାରୀ ଓ ଜଣେ ମହିଳାଙ୍କ ପ୍ରତି ଏଭଳି ଅତ୍ୟାଚାର ଅତ୍ୟନ୍ତ ଦୁଃଖ ଦାୟକ ବୋଲି ଶ୍ରୀ ପଟ୍ଟନାୟକ ବର୍ଣ୍ଣନା କରିଛନ୍ତି.

ଏହି ନାରକୀୟ ଘଟଣାର ବିଜୁ ଜନତା ଦଳ ଦୃଢ଼ ଭାବରେ ନିନ୍ଦା କରିବା ସହ ଘଟଣା ରେ ସମ୍ପୃକ୍ତ ସମସ୍ତଙ୍କ ବିରୋଧ ରେ କଠୋର କାର୍ଯ୍ୟାନୁଷ୍ଠାନ ବିଜେପି ସରକାର ଗ୍ରହଣ କରିବେ ବୋଲି ଶ୍ରୀ ପଟ୍ଟନାୟକ ଆଶା ପ୍ରକାଶ କରିଛନ୍ତି. ଶ୍ରୀ ପଟ୍ଟନାୟକ କହିଛନ୍ତି ତାଙ୍କ ସରକାର ସମୟ ରେ ମୋ ସରକାର ବ୍ୟବସ୍ଥା ଥିଲା.ଏଥିରେ ମୁଖ୍ୟମନ୍ତ୍ରୀ ଙ୍କ ଠାରୁ ଆରମ୍ଭ କାରି ମନ୍ତୀ ଓ ବରିଷ୍ଠ ଅଧିକାରୀ ମାନେ ଥାନା ଓ ଡାକ୍ତରଖାନା ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ କୁ ଯାଉଥିବା ନାଗରିକ ମାନଙ୍କ ଠାରୁ କର୍ମଚାରୀ ମାନଙ୍କ ବ୍ୟବହାର ଓ ବୃତ୍ତିଗତ ଦକ୍ଷତା ସଂମ୍ପର୍କ ରେ feedback ସଂଗ୍ରହ କରୁଥିଲେ. ବିଜେପି ସରକାର ଶାସନ କୁ ଆସିବା ପରେ ପରେ ତୁରନ୍ତ ମୋ ସରକାର ପରି ଲୋକାଭିମୁଖୀ କାର୍ଯ୍ୟକ୍ରମ କୁ ବନ୍ଦ କରିଦେଲେ,ଯାହାର ପରିଣାମ ଏବେ ସର୍ବତ୍ର ଦୃଶ୍ୟମାନ.

ପୁରୀ ରାଜଭବନ ଘଟଣା ରେ ଦାୟିତ୍ୱ ସମ୍ପାଦନ କରୁଥିବା ଜଣେ ସରକାରୀ ଅଧିକାରୀଙ୍କ ବ ଉପରେ ରାଜ୍ୟପାଳ ଙ୍କ ପୁଅ ଆକ୍ରମଣ କରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ମନା କରିଦେବା ଦ୍ୱାରା ଏହା ଅପରାଧୀ ମାନଂକୁ ଉତ୍ସାହିତ କରିଛି. ରାଜ୍ୟପାଳ ଙ୍କ ପୁଅ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଁ ପୁଣି ଥରେ ସରକାର ଙ୍କୁ ଅନୁରୋଧ କରୁଛି. ଭରତପୁର ଥାନା ରେ ଜଣେ ମିଲିଟାରୀ ଅଧିକାରୀ ଓ ଜଣେ ମହିଳା ଙ୍କ ଉପରେ ଯେଭଳି ଜଘନ୍ୟ ଅତ୍ୟାଚାର କରାଗଲା ତାର କୋର୍ଟ ତତ୍ୱାବଧାନ ରେ SIT ତଦନ୍ତ ସହ ଶ୍ରୀ ପଟ୍ଟନାୟକ ବିଚାରବିଭାଗୀୟ ତଦନ୍ତ ଦାବୀ କରିଛନ୍ତି l