No Result
View All Result
୨୦ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାରିପଦା :-> ମୟୂରଭଞ୍ଜ ଜିଲ୍ଲାର ବାରିପଦା ବନଖଣ୍ଡ ଅନ୍ତର୍ଗତ ସିମିଳିପାଳ ଅଭୟାରଣ୍ୟର ବାଙ୍ଗିରିପୋଷି ରେଞ୍ଜ ଅଧିନ ଥିବା ବାଲିଆଢିପା ଗ୍ରାମ ନିକଟରେ ଏକ ମୃତ ମାଈ ହାତୀ ଠାବ ହୋଇଛି । ଏହା ସ୍ଥାନୀୟ ଲୋକମାନଙ୍କ ନଜରକୁ ଆସିବା ପରେ ବନ ବିଭାଗକୁ ଖବର ଦିଆଯାଇଥିଲା । ଗତ ରାତିରେ ଗୋଷ୍ଠୀରେ କିଛି ହାତୀ ଧାନ ଫସଲ ଖାଇବାକୁ ନିକଟସ୍ଥ ଜଙ୍ଗଲରୁ ଚାଷ ଜମିରେ ପହଞ୍ଚିଥିଲେ । ସେଥିରୁ ଗୋଟିଏ ମାଈ ହାତୀ ଅକାସ୍ମାତ୍ ମୃତ୍ୟୁ ମୁଖରେ ପଡ଼ିଥିଲା । ହାତୀଟିର ମୃତ୍ୟୁର କାରଣ ବିଷୟରେ ସ୍ପଷ୍ଟ ତଥ୍ୟ ମିଳି ପାରିନାହିଁ । ଅଧିକାରୀମାନେ ଗୋଟିଏ ସ୍ୱତନ୍ତ୍ର ଦଳ ନିଯୁକ୍ତ କରି ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତ୍ୟୁର ସଠିକ କାରଣ ଏବଂ ସମୟ ଜାଣିବା ପାଇଁ ହାତୀଟିର ପୋଷ୍ଟମର୍ଟମ କରାଯିବ।
ବାଙ୍ଗିରିପୋଷି ରେଞ୍ଜର ବନ ଅଧିକାରୀ ମହେଶ୍ୱର ସିଂ କହିଛନ୍ତି ଯେ, “ପୋଷ୍ଟମର୍ଟମ ପରେ ମୃତ୍ୟୁର ମୂଳ କାରଣ ମିଳିନାହିଁ । ଏହି ଘଟଣା ପରେ ସ୍ଥାନୀୟ ଚାଷୀମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି କାରଣ ହାତୀମାନଙ୍କ ଯୋଗୁଁ ଧାନ ଫସଲର ଅଳକୁ ନେଇ ସେମାନେ ସାଧାରଣତଃ ଚିନ୍ତାରେ ଥାନ୍ତି । ସିମିଳିପାଳ ଜଙ୍ଗଲର ହାତୀମାନେ ଅନେକ ସମୟ ଚାଷ ଜମିରେ ଗୋଷ୍ଠୀରେ ଆସି ଫସଲ ଧ୍ଵଂସ କରନ୍ତି, ଯାହା ଲୋକମାନଙ୍କୁ ଅନେକ ଅସୁବିଧାରେ ପକାଇଥାଏ । ଜଙ୍ଗଲ ରେ ଭରପୁର ଖାଦ୍ୟାଭାବ ସାଙ୍ଗକୁ ବେଆଇନ ବ୍ଲାଷ୍ଟିଂ ହାତୀକୁ ଜନବସତି ମୁହାଁ କରୁଛି ବୋଲି ପରିବେଶ ବିତ୍ ଓ ବୁଦ୍ଧିଜୀବୀ ଚର୍ଚ୍ଚା କରୁଛନ୍ତି ।
ଯଦି ଏଥିରେ ରୋକ୍ ନ ଲଗାନ୍ତି ବିଭାଗୀୟ ଅଧିକାରୀ, ତାହାଲେ ଏମିତି ଏକ ସମୟ ଆସିବ ଯୋଉଁଠି ଶ୍ରୀହୀନ, ଶୋଭାଶିରୀ ବିହୀନ ଶିମିଳିପାଳରେ ହାତୀ ନାମକ ସୁନ୍ଦର୍ ପ୍ରାଣୀ ଟି ହୁଏତ ନଥିବ,ବୋଲି ସାଧାରଣରେ ଚର୍ଚ୍ଚା । ଏବେ ସିମିଳିପାଳ ରେ ହାତୀର ମୃତଦେହ ଠାବ ହେବା ପରେ ବୁଦ୍ଧିଜୀବୀ ମହଲରେ ନାନା ଆଲୋଚନା ପର୍ଯାଲୋଚନା ଚାଲିଥିବା ଲୋକମାନେ କହୁଛନ୍ତି । ଘଟଣା ଘଟିବା ପରେ, ବନ ବିଭାଗ ପକ୍ଷରୁ ସ୍ଥାନୀୟ ଲୋକମାନଙ୍କୁ ଆଶ୍ୱାସନ ଦିଆଯାଇଛି ଯେ, ବନ୍ୟ ପ୍ରାଣୀ ସୁରକ୍ଷା ଦଳ ଆହୁରି ଜୋରଦାର କରାଯିବ ଓ ଏହାର ପୂର୍ଣ୍ଣ ତଦନ୍ତ ପରେ ମୃତ୍ୟୁର କାରଣ ଜଣାଯିବ।
No Result
View All Result