• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ୱଣ୍ଡେର୍ଲା ହଲିଡେଜ୍ ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭୁବନେଶ୍ୱର ପାର୍କର ଭବ୍ୟ ଉଦ୍‌ଘାଟନ କରି ଜାତୀୟ ଉପସ୍ଥିତିକୁ ସମ୍ପ୍ରସାରିତ କରୁଛି

Proprietor Abhimanyu Maharana by Proprietor Abhimanyu Maharana
September 20, 2024
in ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମନୋରଞ୍ଜନ, ମହାନଗର, ହୋମ୍
0
Wonderla Holidays Expands National Footprint with Grand Opening of Bhubaneswar Park by Odisha Deputy CM
Share on FacebookShare on TwitterWhatsapp

୨୦ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :->  ଭାରତର ସର୍ବବୃହତ ଆମ୍ୟୁଜମେଣ୍ଟ ପାର୍କ ଚେନ୍ ୱଣ୍ଡେର୍ଲା ହଲିଡେଜ୍ ଭୁବନେଶ୍ୱରରେ ତାହାର ସଦ୍ୟତମ ଆମ୍ୟୁଜମେଣ୍ଟ ପାର୍କର ଭବ୍ୟ ଉଦ୍‌ଘାଟନ କରି ଏକ ଯୁଗାନ୍ତକାରୀ ମୁହୂର୍ତ୍ତକୁ ପାଳନ କରିଛି । ଏହା ୱଣ୍ଡେର୍ଲାର ଜାତୀୟ ସମ୍ପ୍ରସାରଣ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ସଫଳତା ହୋଇଛି, ଯାହା ଆମ୍ୟୁଜମେଣ୍ଟ ଓ ମନୋରଞ୍ଜନ ଶିଳ୍ପରେ ନିଜର ସ୍ଥିତିକୁ ପୁନଃ ସୁଦୃଢ କରୁଛି । ପାର୍କକୁ ଶ୍ରୀମତୀ ପ୍ରଭାତୀ ପରିଡା, ଉପ ମୁଖ୍ୟମନ୍ତ୍ରୀ, ଓଡ଼ିଶା ଏକ ଉତ୍ସବରେ ଉଦ୍‌ଘାଟନ କରିଥିଲେ ଏବଂ ଉତ୍ସବରେ ସମର୍ଥ ବର୍ମା,

ଆଇଏଏସ୍‌, ଡାଇରେକ୍ଟର ଟୁରିଜମ୍‌, କମ୍ପାନୀର ଏମ୍‌ଡି ଅରୁନ୍ କେ ଚିଟ୍ଟିଲାପିଲେ, ପ୍ରେସିଡେଣ୍ଟ ଶିବଦାସ ଏମ୍‌, ସିଓଓ ଧୀରେନ ଚୌଧାରୀ ଏବଂ ପାର୍କ ହେଡ୍‌-ଭୁବନେଶ୍ୱର କଳ୍ପତରୁ ନାୟକଙ୍କ ସମେତ କାର୍ଯ୍ୟନିର୍ବାହୀଗଣ ଯୋଗ ଦେଇଥିଲେ । ଓଡ଼ିଶାକୁ ପ୍ରବେଶ କରିବାରେ ପ୍ରଥମ ପ୍ରମୁଖ ଆମ୍ୟୁଜମେଣ୍ଟ ପାର୍କ ଭାବରେ ୱଣ୍ଡେର୍ଲା ଭୁବନେଶ୍ୱର ରାଜ୍ୟରେ ଆମୋଦ ପ୍ରମୋଦ ଓ ଅବସର ବିନୋଦନ ପାଇଁ ଏକ ନୂଆ ମାନକ ସ୍ଥାପନ କରୁଛି ।

ଏହି ପାର୍କର ଉଦ୍‌ଘାଟନ ସମଗ୍ର ଭାରତରେ ପର୍ଯ୍ୟଟନ ଏବଂ ଆମୋଦ ପ୍ରମୋଦ ଅନୁଭୂତିକୁ ପରିବର୍ଦ୍ଧିତ କରିବା ନିମନ୍ତେ ୱଣ୍ଡେର୍ଲାର ପରିବ୍ୟାପ୍ତ ଆଭିମୁଖ୍ୟରେ ଏକ ରଣକୌଶଳାତ୍ମକ ପଦକ୍ଷେପ ହୋଇଛି । ଏହି ନୂତନ ପାର୍କ ଉଭୟ ସ୍ଥାନୀୟ ଓ ଜାତୀୟ ପର୍ଯ୍ୟଟକଙ୍କ ନିମନ୍ତେ ଏକ ଲକ୍ଷ୍ୟସ୍ଥଳ ଭାବରେ ସେବା ଯୋଗାଇବ ଏବଂ ବିଶ୍ୱ ଶ୍ରେଣୀର ରାଇଡ ଓ ଆକର୍ଷଣ ଉପଲବ୍ଧ କରାଇବ ଯାହା ଓଡ଼ିଶାର ସ୍ଥିତିକୁ ଏକ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳ ଭାବରେ ପ୍ରୋତ୍ସାହିତ କରିବାକୁ ଯାଉଛି ।

ମେ ମାସରେ ତାହାର ପ୍ରତୀକାତ୍ମକ ଶୁଭାରମ୍ଭ ଦିନ ଠାରୁ ୱଣ୍ଡେର୍ଲା ଭୁବନେଶ୍ୱର ୪୦୦ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି ଏବଂ ସ୍ଥାନୀୟ ଅର୍ଥନୀତି ପାଇଁ ଉଲ୍ଲେଖନୀୟ ଅବଦାନ ରଖୁଛି । ପାର୍କ ମଧ୍ୟ ପ୍ରଭାବୀ ଗୋଷ୍ଠୀ ଭିତ୍ତିକ କାର୍ଯ୍ୟକ୍ରମ ହାତକୁ ନେଇଛି, ଯେଉଁଥିରେ ସ୍ଥାନୀୟ ଛାତ୍ର ଛାତ୍ରୀଙ୍କୁ ସ୍କୁଲ କିଟ୍ ବଣ୍ଟନ ଏବଂ ରେଡକ୍ରସ ସୋସାଇଟି ସହଯୋଗରେ ରକ୍ତଦାନ ଶିବିାର ଆୟୋଜନ ଆଦି ଅନ୍ତର୍ଭୁକ୍ତ ଏବଂ ଏହା ଆଞ୍ଚଳିକ ବିକାଶ ପ୍ରତି ୱଣ୍ଡେର୍ଲାର ପ୍ରତିବଦ୍ଧତା ସମ୍ପର୍କରେ ଉଲ୍ଲେଖ କରୁଛି ।

ଶ୍ରୀମତୀ ପ୍ରଭାତୀ ପରିଡା, ଉପ ମୁଖ୍ୟମନ୍ତ୍ରୀ ଓଡ଼ିଶା କହିଥିଲେ, “ଓଡ଼ିଶାରେ ପ୍ରଥମ ଓ ସର୍ବବୃହତ୍ ଆମ୍ୟୁଜମେଣ୍ଟ ପାର୍କ ୱଣ୍ଡେର୍ଲାକୁ ପୂର୍ଣ୍ଣ ସମର୍ଥନ ଯୋଗାଇଦେବାକୁ ସରକାର ପ୍ରତିବଦ୍ଧ ରହିଛନ୍ତି । ଏହି ପାର୍କ ଯୁବବର୍ଗଙ୍କ ମନକୁ ପ୍ରେରଣା ଦେବା ସହିତ ରାଜ୍ୟର ମନୋରଞ୍ଜନ କ୍ଷେତ୍ରରେ ବୃଦ୍ଧି ଘଟାଇବ ଏବଂ ପର୍ଯ୍ୟଟନ ଅଭିବୃଦ୍ଧିରେ ଅବଦାନ ରଖିବ । ବିଶ୍ୱ ଶ୍ରେଣୀର ରାଇଡ୍ ଏବଂ ସର୍ବୋଚ୍ଚ ନିରାପତ୍ତା ମାନକ ଅନୁପାଳନ ସହିତ ୱଣ୍ଡେର୍ଲା ପରିବାର ଓ ପରିଦର୍ଶକଙ୍କ ପାଇଁ ଏକ ଅନନ୍ୟ ଅନୁଭୂତି ଯୋଗାଇ ଦେଉଛି ।

ଏଥିସହିତ ଏହା ପିଲାମାନଙ୍କ ନିମନ୍ତେ ମୋବାଇଲ ପରଦାରୁ ନଜର ହଟାଇ ଉଭୟ ଶାରୀରିକ ଏବଂ ମାନସିକ ବିକାଶକୁ ପ୍ରୋତ୍ସାହିତ କରୁଥିବା ଆଉଟଡୋର କାର୍ଯ୍ୟକଳାପରେ ନିୟୋଜିତ ରହିବାକୁ ସୁଯୋଗ ଦେଉଛି । ଏଭଳି ପରିବେଶକୁ ପ୍ରୋତ୍ସାହିତ କରି ୱଣ୍ଡେର୍ଲା ଜୀବନଗୁଡିକୁ ସମୃଦ୍ଧ କରିବା ଏବଂ ଓଡ଼ିଶାର ଯୁବବର୍ଗଙ୍କର ସାମଗ୍ରିକ ଅଭିବୃଦ୍ଧିକୁ ସମର୍ଥନ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ।” ଅରୁଣ କେ ଚିଟ୍ଟିଲାପିଲେ, ଏମ୍‌ଡି, ୱଣ୍ଡେର୍ଲା ହଲିଡେଜ୍ ଲିମିଟେଡ କହିଛନ୍ତି,

“ଆମେ ଓଡ଼ିଶା ସରକାରଙ୍କ ସମର୍ଥନରେ ସମଗ୍ର ଭାରତରେ ଆମର ଉପସ୍ଥିତି ସମ୍ପ୍ରସାରିତ କରୁଥିବାବେଳେ ୱଣ୍ଡେର୍ଲା ଭୁବନେଶ୍ୱରର ଭବ୍ୟ ଉଦ୍‌ଘାଟନ ଆମ ପାଇଁ ଏକ ଗୌରବର ମୁହୂର୍ତ୍ତ ହୋଇଛି । ସେମାନଙ୍କର ଉତ୍ସାହ ଏବଂ ସହଯୋଗୀତା ଏହି ପ୍ରକଳ୍ପକୁ ସାକାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି ଏବଂ ରାଜ୍ୟରେ ପର୍ଯ୍ୟଟନ ଓ ଆମୋଦ ପ୍ରମୋଦକୁ ପ୍ରୋତ୍ସାହିତ କରିବା ପାଇଁ ସେମାନଙ୍କର ଦୂରଦୃଷ୍ଟିକୁ ନେଇ ଆମେ କୃତଜ୍ଞ ମନେ କରୁଛୁ ।

ରାଜ୍ୟର ସୁସଂହତ ପର୍ଯ୍ୟଟନ ପରିବ୍ୟବସ୍ଥା କ୍ଷେତ୍ରରେ ଅବଦାନ ରଖିବା ଏବଂ ସମସ୍ତଙ୍କ ପାଇଁ ଏକ ଅବିସ୍ମରଣୀୟ ଅନୁଭୂତି ଯୋଗାଇଦେବା ନିମନ୍ତେ ୱଣ୍ଡେର୍ଲା ଭୁବନେଶ୍ୱରକୁ ଆମେ ଏକ ଅଗ୍ରଣୀ ଲକ୍ଷ୍ୟସ୍ଥଳ ଭାବରେ ଉପସ୍ଥାପନ କରୁଥିବାବେଳେ ଉପ ମୁଖ୍ୟମନ୍ତ୍ରୀଙ୍କୁ ଏହି ସ୍ୱତନ୍ତ୍ର ଅବସରରେ ପାଇ ଆମେ ନିଜକୁ ଗୌରବାନ୍ୱିତ ମନେକରୁଛୁ ।”

ଓଡ଼ିଶାକୁ ଏହାର ପ୍ରବେଶ ସହିତ ୱଣ୍ଡେର୍ଲା ସମଗ୍ର ଭାରତରେ ନିଜର ଉପସ୍ଥିତି ସୁଦୃଢ କରିବା ପ୍ରୟାସ ଜାରି ରଖିଛି ଏବଂ ରାଷ୍ଟ୍ରର ଦ୍ରୁତ ଅଭିବୃଦ୍ଧିଶୀଳ ପର୍ଯ୍ୟଟନ ଓ ଆମୋଦ ପ୍ରମୋଦ କ୍ଷେତ୍ରରେ ଏକ ପ୍ରମୁଖ ସଂସ୍ଥା ଭାବରେ ନିଜର ମାନ୍ୟତାକୁ ଅଧିକ ମଜଭୁତ କରୁଛି । ପରିଦର୍ଶକମାନେ ସେମାନଙ୍କର ପ୍ରବେଶ ଟିକେଟ ଅଗ୍ରୀମ ଆକାରରେ ଗ୍ଧଷସଗ୍ଦ କ୍ଷସଦ୍ଭଳ ଜରିଆରେ ଅଥବା ୦୬୭୪-୬୬୪୦୩୦୦େରେ ବୁକ୍ କରିପାରିବେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

May 1, 2026
ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

May 1, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ

May 1, 2026
ଇଟାମାଟି ପଂଚାୟତ ପି.ଇ.ଓ ଙ୍କୁ ବ୍ଲକରେ ଦିଆଗଲା ଅବସର କାଳୀନ ସମ୍ୱର୍ଦ୍ଧନା

ଇଟାମାଟି ପଂଚାୟତ ପି.ଇ.ଓ ଙ୍କୁ ବ୍ଲକରେ ଦିଆଗଲା ଅବସର କାଳୀନ ସମ୍ୱର୍ଦ୍ଧନା

May 1, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

May 1, 2026
ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

May 1, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version