ଓଡିଶା ତାଜା ନ୍ୟୁଜ୍ (୧୬ ଅଗଷ୍ଟ ରବିବାର) ପାରଳଖେମୁଣ୍ଡି :- ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ପାରଳାଖେମୁଣ୍ଡି ସ୍ଥିତ ଟାଉନ୍ ହଲ୍ ଠାରେ ଅନୁଷ୍ଠିତସପ୍ତାହ ବ୍ୟାପି ଜୀବନବିଦୁ ରକ୍ତଦାନ ଶିବିର ଉଯାପିତ ହୋଇଯାଇଛି ରାଜ୍ୟ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକl ଆଜିର ଏହି ଉଦଯାପନ ଉସ୍ରବ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ରେ ସାରା ରାଜ୍ୟ ରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଚାଲିଛି । ରକ୍ତ ଦାନ ଠାରୁ ବଡ଼ ଦାନ ଆଉ କିଛି ନାହିଁ । ରକ୍ତ ର ଅଭାବ ରୁ ବହୁ ଲୋକଙ୍କ ଜୀବନ ଚାଲି ଯାଉଛି । ରାଜ୍ୟରେ ରକ୍ତ ନ ପାଇ କୌଣସି ଲୋକର ଯେପରି ଜୀବନ ନଯିବ ସେଥି ପାଇଁ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଆୟୋଜନ କରାଯାଇଥାଏ ବୋଲି ଆଦିବାସୀ କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀ ସାରକl କହି ଥିଲେ । ଜିଲ୍ଲାରେ ସପ୍ତାହ ବ୍ୟାପି ଚାଲି ଥିବା ଏହି ଜୀବନ ବିନ୍ଦୁ ରକ୍ତଦାନ ଶିବିର ରେ ୧୫୦ ଜଣ ରକ୍ତ ଦାନ କରିଥିଲେ । ସେମାନଙ୍କ ଠାରୁ ମୋଟ ୧୫୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା କର୍ମୀ ଓ ସାଧାରଣ ଜନତା ଉତ୍ସାହର ସହ ସ୍ବେଚ୍ଛାକୃତ ରକ୍ତଦାନ କରିଥିଲେ ।
ଆଜିର ଏହି ଉଦଯାପନ କାର୍ଯ୍ୟକ୍ରମରେ ଆଦିବାସୀ କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକl, ପାରଳାଖେମୁଣ୍ଡି ରାଜକୁମାରୀ ଯୁବ ରାଣୀ କଲ୍ୟାଣୀ କୁମାରୀ ଙ୍କ ସମେତ ମୋ ପରିବାରର ଗଜପତି ଜିଲ୍ଲା ସଂଯୋଜକ ଇନ୍ଦିରା ପଟ୍ଟନାୟକ, ଜିଲ୍ଲା ବିଜେଡ଼ି ସଭାପତି ପ୍ରଦୀପ କୁମାର ନାୟକ, ଯୁବବିଜୁ ଜନତା ଦଳର ଜିଲ୍ଲା ସଭାପତି ଏସ. ଲିଙ୍ଗରାଜ, ବରିଷ୍ଠ ବିଜେଡ଼ି ନେତା ବସନ୍ତ ଦାସ, ସିମାଦ୍ରି ଲେଙ୍କା, ଶାନ୍ତି ଜେନା, ଆଇନଜୀବି ପଣ୍ଟାଲl ପ୍ରସାଦ, ଲକ୍ଷ୍ମୀକାନ୍ତ ପରିଚ୍ଛା, ନଗର ବିଜେଡ଼ି ସଭାପତି ସୂର୍ଯ୍ୟ ନାରାୟଣ ରାଜଗୁରୁ,ସମେତ ଜିଲ୍ଲାର ପ୍ରାୟ ସମସ୍ତ ନେତା ଓ କର୍ମୀ ଉପସ୍ଥିତ ଥିଲେ । ୭ ଦିନ ଧରି ଅନୁଷ୍ଠିତ ଏହି ରକ୍ତ ଦାନ ଶିବିରକୁ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡକ୍ଟର ଏନ୍. ରବିବାବୁ, ଲେବ ଟେକ୍ନିସିଆନ୍ ଖଗେଶ୍ବର ବେହେରା, ଏ. କୁସମ ଓ ବି. ବାବୁଲା କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସମ୍ପନ୍ନ କରିଥିଲେ । ( ରିପୋର୍ଟ -ଗରୁଡ଼ ଧ୍ଵଜ ଚୌଧୁରୀ )