No Result
View All Result
୧୮ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ସାରସକଣା :-> ସାରସକଣା ବ୍ଲକ ଅନ୍ତର୍ଗତ ପୋଖରୀଆ ଗ୍ରାମ ପଞ୍ଚାୟତ ନାରାନଡିହି ଗ୍ରାମରେ ଗ୍ରାମମୁଖ୍ଯ (ମାଝୀବାବା) ଶ୍ରୀ ନାରାନ ମୁର୍ମୁଙ୍କ ନେତୃତ୍ବରେ କରମ୍ ପୂଜା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ରୀତିନୀତି ଅନୁସାରେ କରମ୍ ଗଛର ଡାଳକୁ ଆଣି ଗ୍ରାମର ନାୟକେ-ବାବା (ଦେହୁରୀ) ଶ୍ରୀ ଲକ୍ଷ୍ମଣ କୁମାର ମୁର୍ମୁଙ୍କ ଦ୍ୱାରା ପୂଜା କରାଯାଇଥିଲା, ଅର୍ଥାତ୍ କରମ୍ ଗଛର ଡାଳକୁ ହିଁ ଭଗବାନ ମାନି ପାଳନ କରାଯାଏ ।
ତତସହିତ ପରମ୍ପରା ଅନୁସାରେ ମାଦଳ୍, ନାଗରା, ଘଣ୍ଟା, ଚଳଚଳି, ରେଗଳା ବାଜା ତାଳେ-ତାଳେ ଧୂମଧାମରେ ନାଚଗୀତ ଅନୁଷ୍ଠିତ ହୋଇଯାଇଛି । ଦର୍ଶକ ହିସାବରେ ଆଖପାଖ ଗ୍ରାମରୁ ହଜାର ହଜାର ମହିଳା, ପୁରୁଷ, ଝିଅ, ପୁଅ ଆସି ନାଚଗୀତର ଭରପୁର ଆନନ୍ଦ ଉପଭୋଗ କରିଥିଲେ । ତେଣୁ ଦର୍ଶକ ସହିତ ଗ୍ରାମରେ ଆମନ୍ତ୍ରିତ ସମସ୍ତ ପରିବାରର ବନ୍ଧୁବାନ୍ଧବମାନଙ୍କୁ ନେଇ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା ।
ଏଥିରେ ଗ୍ରାମମୁଖ୍ଯ ଶ୍ରୀମୁର୍ମୁ କହିଥିଲେ ଯେ, ସାନ୍ତାଳୀ ଭାଷା ରାଜଭାଷା ମାନ୍ୟତା ବିନା ଏବଂ ସାର୍ନା ଧର୍ମ କୋଡ ମାନ୍ୟତା ବିନା ଆଦିବାସୀ ସମାଜର ଏହିପରି ନାଚଗୀତ, ସାମାଜିକ ସଂସ୍କୃତି, ପରମ୍ପରା ଆଦି ବଞ୍ଚିବା ଅସମ୍ଭବ ଅଟେ ଏବଂ ସମାଜର ବିଲୋପ ନିଶ୍ଚିତ ଅଟେ । ତେଣୁ ନିଜର ସାନ୍ତାଳୀ ଭାଷା ଏବଂ ସାର୍ନା ଧର୍ମକୁ ସୁରକ୍ଷା, ସମୃଦ୍ଧି ପାଇଁ ଏହାକୁ ସରକାରୀ ମାନ୍ୟତା କରାଇବା ନିତାନ୍ତ ଆବଶ୍ୟକ । ମାନ୍ୟତା କରାଇବା ପାଇଁ ବଡ ଏକତା ଏବଂ ବଡ ଆନ୍ଦୋଳନ ଠିଆ କରିବାର ଆବଶ୍ୟକ ବୋଲି କହିଥିଲେ।
No Result
View All Result