No Result
View All Result
୧୮ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ନୂଆଗାଁ ବ୍ଲକ୍ ସଦରମହକୁମା ରେ ଥିବା ନୂଆଗାଁ ଗ୍ରାମ ପଞ୍ଚାୟତ ରେ ସ୍ଵଚ୍ଛତା ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ନୂଆଗାଁ ଗ୍ରାମପଞ୍ଚାୟତ ସରପଞ୍ଚ ଅମିତା ପରିଡ଼ା,ପୂର୍ବତନ ସମିତି ସଭ୍ୟ ରମେଶ ଚନ୍ଦ୍ର ପ୍ରଧାନ,ଅବସର ପ୍ରାପ୍ତ ଶିକ୍ଷକ ଦେବରାଜ ଖଣ୍ଡୁଆଳ,ବରିଷ୍ଠ ବ୍ୟକ୍ତି ଭିକାରୀ ସାସମଲ୍, ମାମାନି ପ୍ରଧାନ,ସମାଜ ସେବୀ ରାଜ କିଶୋର ପ୍ରଧାନ,
ପ୍ରଭାତ କୁମାର ପ୍ରଧାନ ଙ୍କ ସମେତ ଅଞ୍ଚଳର ବରିଷ୍ଠ ବ୍ୟକ୍ତି,ମହିଳା ଯୋଗଦେଇ ନିଜ ଘରକୁ ସଫା ରଖିବା ସହ ଚାରିପାଖ ସଫା ସୁତୁରା ରଖିବି,ପ୍ଲାଷ୍ଟିକ ଓ ପଲ୍ ଥିନ ର ବ୍ୟବହାର କମ କରିବା ପାଇଁ ସଚେତନ କରାଇବି, ପାଇବା ପାଣି ଓ ଖାଦ୍ୟ କୁ ଘୋଡାଇ ରଖିବି,ନିଜକୁ ସୁରକ୍ଷିତ ରଖିବା ପାଇଁ ସରକାରଙ୍କ ସମସ୍ତ ନିର୍ଦ୍ଦେଶାବଳି ପାଳନ କରିବି ଆଦି ଶପଥ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ପଞ୍ଚାୟତ ରେ କାର୍ଯ୍ୟରତ ସରକାରୀ କର୍ମଚାରୀ ଅଜୟ କୁମାର ପୁଷ୍ଟି ।
No Result
View All Result