• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରାଜ୍ୟ ସରକାରଙ୍କ ଶହେ ଦିନର ସଫଳତା ଅପେକ୍ଷା ବିଫଳତା ତାଲିକା ଲମ୍ବା : ବିଜେଡି

Proprietor Abhimanyu Maharana by Proprietor Abhimanyu Maharana
September 18, 2024
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ରାଜନୀତି, ହୋମ୍
0
ରାଜ୍ୟ ସରକାରଙ୍କ ଶହେ ଦିନର ସଫଳତା ଅପେକ୍ଷା ବିଫଳତା ତାଲିକା ଲମ୍ବା : ବିଜେଡି
Share on FacebookShare on TwitterWhatsapp

ଶହେ ଦିନର କାର୍ଯ୍ୟରୁ ସ୍ପଷ୍ଟ, ରାଜ୍ୟର ପ୍ରଗତି ଦୁଇ ପାଦ ପଛକୁ ଯିବ

ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି ଓ ସୁଭଦ୍ରା ଯୋଜନାରେ ପ୍ରତିଶୃତିରେ ପ୍ରତାରଣା।

କେନ୍ଦ୍ର ସରକାରଙ୍କ ୨୦୨୨ ସୁଦ୍ଧା ସମସ୍ତ କଚା ଘରକୁ ପକ୍କା ଘରରେ ପରିଣତର ପ୍ରତିଶ୍ରୁତି ପାଣିର ଗାର।

୧୮ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ବର :-> ଆଜି ଶଙ୍ଖ ଭଵନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ମୁଖପାତ୍ର ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଅରୁଣ ସାହୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଶହେ ଦିନର ବିଫଳତା ଗୁଡିକ ଉପରେ ଆଲୋକପାତ କରିଥିଲେ । ବିଜେପି ଦ୍ୱାରା ଦାବୀ କରାଯାଉଥିବା ବିଭିନ୍ନ ସଫଳତା ଉପରେ ମନ୍ତବ୍ୟ ଦେଇ ଶ୍ରୀ ସାହୁ କହିଥିଲେ,  ଖଜୁରୀ ଗଛର କି ଗୁଣ ଗାଇବି ନା, ମୂଳରୁ ପାହାଚ ପାହାଚ। ତୁଳସୀ ଦୁଇ ପତ୍ରରୁ ବାସେ ପରି ରାଜ୍ୟ ସରକାରଙ୍କ ଶହେ ଦିନର କାର୍ଯ୍ୟକ୍ରମରୁ ସ୍ପଷ୍ଟ ହେଉଛି ଯେ ବର୍ତ୍ତମାନର ବିଜେପି ସରକାରଙ୍କ ସମୟରେ ଓଡିଶାର ଵିକାଶ ଦୁଇ ପାଦ ପଛକୁ ଯିବ ।

ଶ୍ରୀ ସାହୁ କହିଥିଲେ, ଗତ ନିର୍ବାଚନରେ, ବିଜେପି ତାର ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା ଯେ, ବାର୍ଦ୍ଧକ୍ୟ ଭତ୍ତାକୁ ୩୦୦୦ ଟଙ୍କାକୁ ବୃଦ୍ଧି କରିବ କିନ୍ତୁ ରାଜ୍ୟ ବଜେଟରେ କେବଳ ୮୦ ବର୍ଷରୁ ଉର୍ଦ୍ଧ ବ୍ୟକ୍ତିଙ୍କ ଓ ୮୦ ପ୍ରତିଶତରୁ ଉର୍ଦ୍ଧ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ମାସିକ ଭତ୍ତାକୁ ୩୫୦୦ ଟଙ୍କାକୁ ବୃଦ୍ଧି କରା ଯାଇଛି । ତେଣୁ ରାଜ୍ୟର ୮୦ ଭାଗ ଭତ୍ତାଧାରୀ ରାଜ୍ୟ ସରକାରଙ୍କ ପ୍ରବଞ୍ଚନାର ଶିକାର ହୋଇଛନ୍ତି । ଓଡ଼ିଆ ଅସ୍ମିତାର ନାରା ଦେଇ ସରକାରକୁ ଆସିଥିବା ବିଜେପି ରାଜ୍ୟରେ ଓଡିଆଙ୍କୁ ନ୍ୟାୟ ଦେବାରେ ବିଫଳ ହେଉଛି, ଯାହା ଆମେ ରାଜ୍ୟପାଳଙ୍କ ପୁଅ ଦ୍ୱାରା ଜଣେ ଓଡ଼ିଆ ଅଧିକାରୀଙ୍କ ଉପରେ ଆକ୍ରମଣ ଘଟଣାରୁ ଦେଖିଲେ। ଘଟଣାଟି, ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିଲେହେଁ ରାଜ୍ୟ ସରକାର ଏହି ଘଟଣାରେ ନ୍ୟାୟ ପ୍ରଦାନ ଦୂରେ ଥାଉ, ସାମାନ୍ୟ କେସଟିଏ ମଧ୍ୟ କରି ପାରିଲେ ନାହିଁ ବୋଲି ଶ୍ରୀ ସାହୁ କହିଥିଲେ।

ଶ୍ରୀ ସାହୁ ଆହୁରି କହିଥିଲେ, ଚିକିଟି ମଦ ମୃତ୍ୟୁ ଘଟଣାରେ ପାଞ୍ଚ ଜଣଙ୍କ ଜୀବନ ଯାଇଥିଲା ଯାହା ରାଜ୍ୟ ସରକାରଙ୍କ ଆଉ ଏକ ବିଫଳତା ଥିଲା। ଏହି ଘଟଣାରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ପରିବାରଙ୍କୁ ଏ ପର୍ଯ୍ୟନ୍ତ ସହାୟତା ରାଶି ପ୍ରଦାନ କରାଯାଇ ପାରିନାହିଁ। ସେହିପରି, ରାଜ୍ୟରେ ବିଜେପି ସରକାର ଦାୟିତ୍ୱ ନେବା ପରେ ରାଜ୍ୟରେ ସାମ୍ପ୍ରଦାୟିକ ଉତ୍ତେଜନା ଓ ଦଙ୍ଗା ଭଳି ସ୍ଥିତି ଏକାଧିକ ସ୍ଥାନରେ ଉପୁଜିଥିଲା, ଯାହା ବେଶ କିଛି ଦିନ ପର୍ଯ୍ୟନ୍ତ ଉତ୍ତେଜନା ମୂଳକ ସ୍ଥିତି ସୃଷ୍ଟି କରିଥିଲା। ସେହିପରି ଏହି ଶହେ ଦିନ ଭିତରେ ରାଜ୍ୟରେ ଏକାଧିକ ନାବାଳିକା ଧର୍ଷଣ ଓ ହତ୍ୟା ଘଟଣା ଲୋକଲୋଚଙ୍କୁ ଆସିଛି। ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ଉପରେ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣ ନଥିବା ସ୍ପଷ୍ଟ ହେଉଛି।

ଖୋଦ ରାଜଧାନୀରେ ଜଣେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କ ଉପରେ ଅମାନବୀୟ ଅତ୍ୟାଚାର ରାଜ୍ୟର ପୋଲିସ ପ୍ରଶାସନର ସ୍ଥିତିକୁ ଦର୍ଶଉଛି। ନାମ ଓ ରଙ୍ଗ ପରିବର୍ତ୍ତନରେ ସିଦ୍ଧହସ୍ତ ହୋଇଥିବା ଏହି ସରକାରଙ୍କ ସମୟରେ ରାଜ୍ୟର ପୋଲିସ ଥାନା ଗୁଡିକ ମଧ୍ୟ ବିଜେପିର ଦ୍ଵିତୀୟ ଅଫିସରେ ପରିଣତ ହୋଇଛି। ସେହିପରି ରାଜ୍ୟର ଅନୁନ୍ୟ ପଚାଶ ହଜାର ଶିକ୍ଷକଙ୍କୁ ବିଜେପିର ସଦସ୍ୟତା ପ୍ରଦାନ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି ଯାହା ହେଲେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଉପରେ କୁପ୍ରଭାବ ପଡିବ। ତାଛଡ଼ା, ଶିକ୍ଷକ ମାନେ ନିର୍ବାଚନ ଦାୟିତ୍ୱ ତୁଲାଉଥିବାରୁ, ନିରପେକ୍ଷ ନିର୍ବାଚନ ମଧ୍ୟ ସମ୍ଭବ ହେବ ନାହିଁ ବୋଲି ଶ୍ରୀ ସାହୁ କହିଥିଲେ।

ଶ୍ରୀ ସାହୁ କହିଥିଲେ, ରାଜ୍ୟ ବିଜେପି ସରକାର ସୁଭଦ୍ରା ଯୋଜନା ଉପରେ ଅନେକ ବାହାସ୍ପଟ ମାରୁଥିଲେହେଁ, ବାସ୍ତବରେ ସୁଭଦ୍ରା ଯୋଜନାରେ ସରକାର ରାଜ୍ୟର ମହିଳା ମାନଙ୍କୁ ପ୍ରତାରଣ କରିଛନ୍ତି। ବିଜେପିର ନିର୍ବାଚନୀ ଇସ୍ଥାହାରରେ ପ୍ରତି ମହିଳାଙ୍କୁ ଦୁଇ ବର୍ଷରେ ପଚାଶ ହଜାର ଟଙ୍କା ଦିଆଯିବ ବୋଲି କହିଥିଲେ କିନ୍ତୁ ଦୁଇ ବର୍ଷ ପରିବର୍ତ୍ତେ ପାଞ୍ଚ ବର୍ଷରେ ପଚାଶ ହଜାର ଦେବେ ବୋଲି କହିଛନ୍ତି, ତାହା ମଧ୍ୟ ସମସ୍ତ ମହିଳାଙ୍କୁ ନୁହେଁ କିଛି କିଛି ମହିଳାଙ୍କୁ ଦେବେ। ସେହିପରି ବିଜେପିର ନାରା ଥିଲା ଦୁଇ ଥର ପଦ୍ମ ଦୁଇ ଗୁଣ ଵିକାଶ। କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ପ୍ରତିଷ୍ଠା ହୋଇଥିଲେ ମଧ୍ୟ ଓଡିଶା ପ୍ରତି କେନ୍ଦ୍ରର ଅବହେଳା ବା ପାତର ଅନ୍ତର ଜାରି ରହିଛି ।

କେନ୍ଦ୍ର ସରକାର କେନ୍ଦ୍ର ବିଜେଟରେ ବିହାରକୁ ୨୬, ୦୦୦ କୋଟି ଟଙ୍କା ଓ ଆନ୍ଧ୍ର ପ୍ରଦେଶକୁ ପ୍ରାୟ ୧୬, ୦୦୦ କୋଟି ଟଙ୍କାର ସ୍ୱତନ୍ତ୍ର ଅନୁଦାନ ଦେଇଥିବା ବେଳେ ଓଡିଶାରୁ ବିଜେପି କୋଡିଏ ଏମପି ଜିତିବା ସତ୍ୱେ, ଓଡିଢାକୁ ସ୍ୱତନ୍ତ୍ର ଅନୁଦାନ ଦିଆ ଯାଇ ନାହି। ପୋଲଭରମ ପ୍ରକଳ୍ପକୁ ସମ୍ପୂର୍ଣ କରିବା ପାଇଁ କେନ୍ଦ୍ର ଆନ୍ଧ୍ରକୁ ୧୫, ୦୦୦ କୋଟି ଟଙ୍କାର ସ୍ୱତନ୍ତ୍ର ଅନୁଦାନ ଦେଇଥିବା ବେଳେ ଓଡ଼ିଶାର ମାଲକାନଗିରି ଜିଲ୍ଲାର ମୋଟୁ ଓ ପଡିଆ ଅଞ୍ଚଳ ସମ୍ପୂର୍ଣ ଜଳମଗ୍ନ ହେବାକୁ ଯାଉଥିବା ବେଳେ, ଓଡ଼ିଶାର ସ୍ୱାର୍ଥକୁ କେନ୍ଦ୍ର ସମ୍ପୂର୍ଣ ଅଣଦେଖା କରିଛି। ରାଜ୍ୟ ବିଜେପି ସରକାର ଏହି ପ୍ରସଙ୍ଗରେ ପଦଟିଏ ମଧ୍ୟ ମୁହଁ ଖୋଲି ନାହାନ୍ତି।

ରାଜ୍ୟରେ ବିଜେପି ସରକାର କ୍ଷମତାସିନ ହେବା ପରେ ଅତ୍ୟାବଶକୀୟ ଜିଣିଷର ଦର ହୁ ହୁ ହୋଇ ବଢ଼ି ଚାଲିଛି। ପ୍ରଥମେ ଆଳୁ ଓ ପରେ ପିଆଜର ଅହେତୁକ ଦରବୃଦ୍ଧି ଯୋଗୁ ରାଜ୍ୟବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ପରିତାପର ବିଷୟ ଯେ ରାଜ୍ୟ ସରକାର ଏହି ସମସ୍ୟାର ନିରାକରଣ ପାଇଁ କୌଣସି ଠୋସ ପଦକ୍ଷେପ ନେଇ ପାରି ନାହାନ୍ନ୍ତି। ସେହିପରି ନବୀନ ସରକାରଙ୍କ ସମୟରେ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଚୁକ୍ତିବଦ୍ଧ ହୋଇଥିବା ଶିଳ୍ପାନୁଷ୍ଠାନ ମାନେ ମଧ୍ୟରୁ ଅନେକ ଏବେ ଓଡିଶା ଛାଡିବାକୁ ବସିଲେଣି ବୋଲି ଶ୍ରୀ ସାହୁ କହିଥିଲେ।

ଶ୍ରୀ ସାହୁ ଆହୁରି କହିଥିଲେ, କେନ୍ଦରେ ତୃତୀୟ ଥର ପାଇଁ ପ୍ରତିଷ୍ଠା ହୋଇଥିବା ବିଜେପି ସରକାର ମଧ୍ୟ ଶହେ ଦିନ ପୁରା କରିଥିଲେ ମଧ୍ୟ କେନ୍ଦ୍ର ସରକାର ଵିକାଶ ରାସ୍ତାରେ ଆଗକୁ ନୁହେଁ ବଂର ପଛୁଆ ଚାଲିଛନ୍ତି। କେନ୍ଦ୍ର ସରକାରଙ୍କ ଅପରୀପକ୍ୱତା ନିଷ୍ପତ୍ତି ପାଇଁ, ବ୍ରଡକାଷ୍ଟିଙ୍ଗ ଵିଲକୁ ପ୍ରତ୍ୟାହାର କରିବାକୁ ପଡିଲା । ସେହିପରି ୱାକଅଫ ବୋର୍ଡ ଵିଲକୁ ମଧ୍ୟ ଜେପିସି କୁ ପଠାଇବାକୁ ବାଧ୍ୟ ହେଲେ। ବିଜେପି ଦ୍ୱାରା ୨୦୨୨ ସୁଦ୍ଧା ଭାରତରେ ସମସ୍ତ କଚା ଘରକୁ ପକ୍କା ଘରରେ ପରିଣତ କରାଯିବ ବୋଲି ଦିଆ ଯାଇଥିବା ପ୍ରତିଶ୍ରୁତି ମଧ୍ୟ  ପାଣିର ଗାର ପାଲଟିଛି ବୋଲି ଶ୍ରୀ ସାହୁ କହିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

May 1, 2026
ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

May 1, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ

May 1, 2026
ଇଟାମାଟି ପଂଚାୟତ ପି.ଇ.ଓ ଙ୍କୁ ବ୍ଲକରେ ଦିଆଗଲା ଅବସର କାଳୀନ ସମ୍ୱର୍ଦ୍ଧନା

ଇଟାମାଟି ପଂଚାୟତ ପି.ଇ.ଓ ଙ୍କୁ ବ୍ଲକରେ ଦିଆଗଲା ଅବସର କାଳୀନ ସମ୍ୱର୍ଦ୍ଧନା

May 1, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

May 1, 2026
ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

May 1, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version