No Result
View All Result
୧୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :-> ରବିବାର ଦିବା 10 ଘ ସମୟରେ ଆର, ଉଦୟଗିରି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗ୍ରାମପଞ୍ଚାୟତର ସମସ୍ତ ମହିଳା ମଣ୍ଡଳର ସଦସ୍ୟ,ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ସମାବେଶ ହୋଇ ସରପଞ୍ଚ ଶ୍ରୀ ଯାମେସ ରଇତଙ୍କ ନେତୃତ୍ୱରେ ସରକାରଙ୍କ ସୁଭଦ୍ରା ଯୋଜନା ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଏହାପରେ ଗ୍ରାମର ଶିବ ମନ୍ଦିର ଠାରେ ଥିବା କଲ୍ୟାଣମଣ୍ଡପ ଠାରେ ପହଞ୍ଚି ସେଠାରେ ସୁଭଦ୍ରା ଯୋଜନା ଉପରେ ଏକ ସଚେତନା ଶିବିର ଅନୁଷ୍ଠିତ ହୋଇଥିଲା ।
ଏହି ପଦଯାତ୍ରାରେ ପ୍ରାୟ ଶତାଧିକ ମହିଳା ଅଂଶ ଗ୍ରହଣ କରି ସରକାରଙ୍କ ସୁଭଦ୍ରା ଯୋଜନା ସମ୍ପର୍କରେ ବିଭିନ୍ନ ସ୍ଲୋଗାନ ଦେଇ ଆର,ଉଦୟଗିରି ଗ୍ରାମ ପରିକ୍ରମା କରିଥିଲେ l ଏହାପରେ ଗ୍ରାମର ଶିବ ମନ୍ଦିର ଠାରେ ଥିବା କଲ୍ୟାଣମଣ୍ଡପ ଠାରେ ପହଞ୍ଚି ସେଠାରେ ସୁଭଦ୍ରା ଯୋଜନା ଉପରେ ଏକ ସଚେତନା ଶିବିର ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସ୍ଥାନୀୟ ବିଡିଓ ଲରିମନ ଖର୍ସେଲ,ସାମାଜିକ ସୁରକ୍ଷା ଅଧିକାରୀ ଅରୁଣ ଉଦୟଭାନୁ, ସିଡିପିଓ ଲଳିତା ପୂଜାରୀ, ଜିଲାପରିଷଦ ସଭ୍ୟ ଦଣ୍ଡପାଣି ବଡମୁଣ୍ଡି ଓ ଜିପିଇଓ ଜି. ଦମାଦର ରେଡି ପ୍ରମୁଖ ଯୋଗ ଦେଇ ସୁଭଦ୍ରା ଯୋଜନା କାର୍ଯ୍ୟକାରୀତା ଉପରେ ଅତିଥିମାନେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ ।
ଦସ୍ତଗତ ଅଭିଜାନ ହେବାସହ ଛଟ ଶିଶୁଙ୍କ ଦ୍ବାରା ନାଟକ୍ୟ ମାଧ୍ୟମରେ ବୁଝାଇଥିଲେ । ସରକାରଙ୍କ ଏହି ସୁଭଦ୍ରା ଯୋଜନା ଜନସାଧାରଣଙ୍କ ନିକଟରେ ଯେଉଁଭଳି ପହଂଚିପାରିବ ଓ ଏହାର ସୁଫଳ ଲୋକମାନେ କିଭଳି ପାଇବେ ସେଥିପାଇଁ ଏହି ପଦଯାତ୍ରାର ମୂଳ ଉଦ୍ୟେଶ ବୋଲି ସ୍ଥାନୀୟ ବିଡିଓ ଶ୍ରୀ ଖର୍ସେଲ ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମକୁ ପଞ୍ଚାୟତ ଅଧିକାରୀ ପ୍ରଭାକର ପ୍ରଧାନ ଓ ଅଶ୍ବିନୀ ସଡଙ୍ଗୀ ପରିଚାଳନା କରିଥିଲେ । ସେହିପରି ବ୍ଲକର ମହେନ୍ଦ୍ରଗଡ, ଛେଳଗଡ, ଛେଳାଗଡ, ଶଵରପୋଲି, ଡାବରାଗୁଡା ଓ ଅନ୍ୟ ପଞ୍ଚୟତ ଗୁଡିକରେ ସୁଭଦ୍ରା ଯୋଜନା ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥଲା । ଏହି କାର୍ଯ୍ୟକ୍ରମକୁ ପଞ୍ଚାୟତ ସରପଞ୍ଚ ନେତୃତ୍ୱରେ ହୋଇଥିବା ବେଳେ ପଞ୍ଚାୟତ ଅଧିକାରୀ ମାନେ ପରିଚାଳନା କରଥିଲେ ।

No Result
View All Result